ବୁର୍ଲା କିରବା ଛକ ଗୁଳିକାଣ୍ଡ ମାମଲା: ଗିରଫ ସଂଖ୍ୟା ୨ରେ ପହଂଚିଲା
ବୁର୍ଲା କିରବା ଛକ ଗୁଳିକାଣ୍ଡ ମାମଲା: ଗିରଫ ସଂଖ୍ୟା ୨ରେ ପହଞ୍ଚିଲା
ବୁର୍ଲା କିରବା ଛକ ଗୁଳିକାଣ୍ଡ ମାମଲା: ଗିରଫ ସଂଖ୍ୟା ୨ରେ ପହଞ୍ଚିଲା


ବୁର୍ଲା କିରବା ଛକ ଗୁଳିକାଣ୍ଡ ମାମଲା: ଗିରଫ ସଂଖ୍ୟା ୨ରେ ପହଞ୍ଚିଲା


ସମ୍ବଲପୁର, ୦୨, ସେପ୍େଟମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଂଚଳର କିରବା ଛକ ନିକଟରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ପୂର୍ବରୁ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବୁର୍ଲା ଥାନା କିରବା ଅଂଚଳର ଜଣେ ମାଂସ ବେପାରୀଙ୍କୁ ଅଟୋରେ ଆସି ହଠାତ୍ ଜଣେ ଦୁର୍ବୃତ ଗୁଳି ମାରି ହତ୍ୟା କରିବା ଘଟଣା ବୁର୍ଲା ସମେତ ସମଗ୍ର ସମ୍ବଲପୁର ସହରରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ପୋଲିସ ଏସମ୍ପର୍କରେ ୩୭୩/୨୬ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଂଚି ସମସ୍ତ ସୁରାକ୍ ଆଧାରରେ ଅଭିଯୁକ୍ତକୁ ଗୋଡ଼ାଇ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲା । ମୃତକଙ୍କ ବଡ଼ଭାଇ ମହମ୍ମଦ ଅମିନ କୁରେଶୀର ଅଭିଯୋଗ ଅନୁଯାୟୀ ତାଙ୍କ ୩୬ ବର୍ଷିୟ ସାନଭାଇ ମହମ୍ମଦ ଅନିଶ କୁରେଶୀକୁ କିର୍ବା ଛକ ନିକଟରେ ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳ ବଜାରର ରାଜା ନାମକ ଜଣେ ବ୍ୟକ୍ତି ଗୁଳି ଚଳାଇ ଘଟଣାସ୍ଥଳରୁ ଅଟୋରିକ୍ସାରେ ଫେରାର ହୋଇ ଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ରାଜା ସ୍ୱାମୀକୁ ପୋଲିସ ଅଗଷ୍ଟ ୩୦ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାକୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିବା ପରେ ସେ ଗୁଳି କରିଥିବା ଦେଶୀ ପିସ୍ତଲ ହାତେଇଥିବା ସମ୍ପର୍କର ସୂଚନା ହୁଗାଳିଥିଲା । ତଦନୁଯାୟୀ ଦେଶୀ ବନ୍ଧୁକ ଓ ଗୁଳି ଯୋଗାଣକାରୀ ପ୍ରଭାତ ରଞ୍ଜନ ଧଳ ହିଁ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ପ୍ରଭାତକୁ ଗିରଫ କରିବା ସମୟରେ ତା' ନିକଟରୁ ୭. ୬୫ ମି.ମି.ର ୨ଟି ଜୀବନ୍ତ ଗୁଳି, ଓପୋ ରେନୋ ମୋବାଇଲ୍ ଫୋନ୍ ଜବତ କରିଥିଲା । ପୋଲିସ ରେକର୍ଡ ଅନୁଯାୟୀ ପ୍ରଭାତ ବିରୋଧରେ ବୁର୍ଲା ଥାନାରେ ପୂର୍ବରୁ ମଧ୍ୟ ୮ଟି ଅପରାଧିକ ମାମଲା ରହିଛି। ଏଥି ମଧ୍ୟରେ ୨୦୦୬, ୨୦୧୦, ୨୦୧୩, ୨୦୧୪, ୨୦୧୭, ୨୦୨୦ ଓ ୨୦୨୨ ମସିହାର ବିଭିନ୍ନ ଅପରାଧିକ ମାମଲା ସାମିଲ ଥିବା ପୋଲିସ କହିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande