ହାତୀ ଆକ୍ରମଣରେ ଯୁବକ ଗୁରୁତର, କେନ୍ଦୁଝର ସ୍ଥାନାନ୍ତର
ଚମ୍ପୁଆ, ୦୨ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ବ୍ଲକ ଅଢଙ୍ଗାପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ହେଉଛନ୍ତି ମଙ୍ଗଳପୁର ଗାଁର ବିଲବିଲା ମୁଣ୍ଡା। ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ପ୍ରାୟ ୧୫ଟି ହାତୀ ଥିବା ଏକ ହାତୀପଲ ଅଢଙ୍ଗାପାଳ ଗାଁ ନିକଟସ୍ଥ ଜଙ
ଡାକ୍ତରଖାନା ରେ ଯୁବକ


ଚମ୍ପୁଆ, ୦୨ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ବ୍ଲକ ଅଢଙ୍ଗାପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ହେଉଛନ୍ତି ମଙ୍ଗଳପୁର ଗାଁର ବିଲବିଲା ମୁଣ୍ଡା।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ପ୍ରାୟ ୧୫ଟି ହାତୀ ଥିବା ଏକ ହାତୀପଲ ଅଢଙ୍ଗାପାଳ ଗାଁ ନିକଟସ୍ଥ ଜଙ୍ଗଲକୁ ଚାଲିଆସିଥିଲେ। ଆଜି ବିଲବିଲା ସେହି ହାତୀପଲକୁ ଦେଖିବା ପାଇଁ ଯାଇଥିବା ବେଳେ ହଠାତ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଦଳରୁ ଅଲଗା ହୋଇ ରହିଥିବା ଏକ ଦନ୍ତାହାତୀ ତାଙ୍କୁ ଗୋଡ଼ାଇଥିଲା। ଏହି ସମୟରେ ଜୀବନ ବିକଳରେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡ଼ିଯାଇଥିଲେ ଏବଂ ହାତୀଟି ତାଙ୍କୁ ଗୋଇଠା ମାରି ଆହତ କରିଥିଲା।

ଖବର ପାଇ ବନ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଆହତ ବିଲବିଲାଙ୍କୁ ଉଦ୍ଧାର କରି ପ୍ରଥମେ ଚମ୍ପୁଆ ଡାକ୍ତରଖାନାରେ ଭର୍ତି କରିଥିଲେ। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତମାନ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଅଂଚଳରେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande