
ଜୟପୁର, ୨ ସେପ୍ଟେମ୍ବର (ହି.ସ.)- ଏସ୍.ଆର୍.ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା କୋରାପୁଟିଆ ଚଳଚ୍ଚିତ୍ର ଏସ୍.କେ.ଏଲ୍. ଦାଗ’ ର ସୁଟିଂ ଓ ରେକର୍ଡିଂ କାର୍ଯ୍ୟର ଶୁଭାରମ୍ଭ ନିମନ୍ତେ ଜୟପୁର ବାପୁଜୀ ନଗରଠାରେ ଏକ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଜୟପୁରର ନୀଳକଣ୍ଠେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ଚଳଚ୍ଚିତ୍ରର ସଫଳତା କାମନା କରିବା ସହ ରେକର୍ଡିଂ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ଜୟପୁରର ବିଧାୟକ ତାରାପ୍ରସାଦ ବାହିନୀପତି।କୋରାପୁଟ ଜିଲ୍ଲାର ମାଟି, ଭାଷା, ସଂସ୍କୃତି ଓ ଜୀବନଶୈଳୀକୁ ନେଇ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରଟି ଦର୍ଶକମାନଙ୍କ ମଧ୍ୟରେ ବିଶେଷ ଆଦୃତି ଲାଭ କରିବା ସହ ସୁପରହିଟ୍ ହେବ ବୋଲି ବିଧାୟକ ଶ୍ରୀ ବାହିନୀପତି ଶୁଭେଚ୍ଛା ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି