ପରିମଳ ଅବ୍ୟବସ୍ତାକୁ ନେଇ ପୌର କାର୍ଯନିର୍ବାହୀ ଙ୍କୁ ଘେରିଲା ବିଜେପି
ଜୟପୁର ୦୨ ସେପ୍େଟମ୍ବର (ହି.ସ.) ଜୟପୁର ସହରର ପରିମଳ ବ୍ୟବସ୍ଥାକୁ ନେଇ ଏଥିରେ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଦୁର୍ନୀତି ବିଷୟରେ ଜୟପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ବିଜେପିର ଏକ ପ୍ରତିନିଧି ଦଳ ଯାଇ ଭେଟିଥିଲେ । ଏଠାରେ ପୌରପାଳିକାରେ ନୂତନ ଭାବରେ ଟେଣ୍ଡର ପାଇଥିବା ପିଏମଆ
ପୌର ପାଳିକା କୁ ଘେରିଲା ବିଜେପି


ଜୟପୁର ୦୨ ସେପ୍େଟମ୍ବର (ହି.ସ.) ଜୟପୁର ସହରର ପରିମଳ ବ୍ୟବସ୍ଥାକୁ ନେଇ ଏଥିରେ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଦୁର୍ନୀତି ବିଷୟରେ ଜୟପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ବିଜେପିର ଏକ ପ୍ରତିନିଧି ଦଳ ଯାଇ ଭେଟିଥିଲେ । ଏଠାରେ ପୌରପାଳିକାରେ ନୂତନ ଭାବରେ ଟେଣ୍ଡର ପାଇଥିବା ପିଏମଆର୍ ସଂସ୍ଥା, ୩୪୨ ସଫେଇ କର୍ମଚାରୀ ନିଯୋଜିତ କରିଥିବା ଦର୍ଶାଉଥିବା ବେଳେ ସେଥିରୁ ୫୦% ସଫେଇ କର୍ମଚାରୀ ମଧ୍ୟ ସଫେଇ କାର୍ଯ୍ୟରେ ନିଯୋଜିତ ନଥିବା ଏବଂ ସେମାନଙ୍କ ନାମରେ ଫଲ୍ସ ବିଲ୍ ହେଉଥିବା ବିଷୟରେ ଆଲୋଚନା କରାଗଲା। ଆଗକୁ କୗଣସି ଆବଶ୍ୟକତା ନଥାଇ ପୁଣି ୫୬ ସଫେଇ କର୍ମଚାରୀ ସଂଖ୍ୟା କାଗଜ କଲମରେ ବଢାଇ ସେମାନଙ୍କ ନାମରେ ଫଲ୍ସ ବିଲ୍ କରି ଜନସାଧାରଣ ଙ୍କ କଷ୍ଟ ଅର୍ଜିତ ଟ୍ୟାକ୍ସ ଟଙ୍କା ଲୁଟିବାକୁ ଯୋଜନା କରିଥିବା କଂଗ୍ରେସ୍ ଏବଂ ବିଜେଡିର ବିଧାୟକ, ଚେୟାରମ୍ୟାନ୍, କାଉନ୍ସିଲର୍ ମାନଙ୍କ ଷଡ଼ଯନ୍ତ୍ର କୁ ବେଆଇନ ଭାବରେ ଅନୁମଦନ କଲେ ଏହାର ତିବ୍ର ବିରୋଧ କରାଯିବା ନେଇ ଆଲୋଚନା କରାଗଲା। ଏହି ଟେଣ୍ଡରର ଏଗ୍ରିମେଂଟରେ ଯାହା ବର୍ଣ୍ଣିତ ଅଛି ଖଉଠ ଗାଡ଼ି ଠିକା ସଂସ୍ଥା ଦ୍ୱାରା ୨୨ଟି ଏବଂ ଜୟପୁର ପୌରପରିଷଦ ଦ୍ୱାରା ୭ଟି ନିଯୋଜିତ ରହିବାର ନିୟମ ରହିଥିବା ବେଳେ ଏହି ଗାଡ଼ି ମାନଙ୍କର ହାଇଡ୍ରୋଲିକ୍ ସିଷ୍ଟମ ଥିବ, ପ୍ରତ୍ୟେକ ଗାଡ଼ିରେ ଜିପିଏସ ସିଷ୍ଟମ ରହିଥିବ ଏବଂ ଗାଡ଼ି ଦୁଇ ବର୍ଷରୁ ଅଧିକ ପୁରୁଣା ହୋଇ ନଥିବ ଇତ୍ୟାଦି ମାପକାଠି ରହିଥିବା ବେଳେ ଏହି ଏଗ୍ରିମେଣ୍ଟର ସମସ୍ତ ନିୟମକୁ ଅଣଦେଖା କରି ଠିକା ସଂସ୍ଥାକୁ ଜୟପୁର ପୌରପରିଷଦର ନିର୍ବାଚିତ ଜନପ୍ରତିନିଧି ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଅହେତୁକ ଅନୁକମ୍ପା ପ୍ରଦାନ କରୁଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏଗ୍ରିମେଣ୍ଟରେ ରହିଛି ୮ଟି ଟ୍ରାକ୍ଟର ଠିକା ସଂସ୍ଥା ନିଯୋଜିତ କରିବ ଏବଂ ୪ଟି ଟ୍ରାକ୍ଟର ଜୟପୁର ପୌରପରିଷଦ ପ୍ରଦାନ କରିବ ସର୍ବମୋଟ ୧୨ଟି ଟ୍ରାକ୍ଟର ଜୟପୁରର ସଫେଇ କାର୍ଯ୍ୟରେ ନିଯୋଜିତ ହେବ କିନ୍ତୁ ଦୁର୍ଭାଗ୍ୟ ଏଠାରେ ଚାରିରୁ ପାଂଚଟି ଟ୍ରାକ୍ଟର ହିଁ ଦେଖାଯାଉଅଛି କିନ୍ତୁ ସମୁଦାୟ ୧୨ଟି ଟ୍ରାକ୍ଟରର ବିଲ୍ କରାଯାଉଅଛି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଠିକା ସଂସ୍ଥା ନା ଠିକରେ ଶ୍ରମିକ ଯୋଗାଇ ପାରୁଛି ନା ଠିକରେ ଗାଡ଼ି ଯୋଗାଇ ପାରୁଛି ତାହେଲେ ତାହା ପ୍ରତି ଅହେତୁକ ଅନୁକମ୍ପା ପ୍ରଦାନ କରିବାର ରହସ୍ୟ କଣ? କାହିଁକି ଏହି ସଂସ୍ଥାକୁ ବ୍ଲାକଲିଷ୍ଟ କରାଯାଉ ନାହିଁ ମଧ୍ୟ ପ୍ରଶ୍ନ କରାଗଲା ଏବଂ ଜୟପୁର ପୌରପରିଷଦରେ ରହିଥିବା ଅଠେଶିଟି ୱାର୍ଡ଼ରେ କେଉଁ ୱାର୍ଡ଼ରେ କେଉଁ ଶ୍ରମିକ କେତେ ବେଳେ ନିଯୋଜିତ ରହିଛନ୍ତି ଏବଂ ସେଥିରୁ କିଏ ସାହି ମାନଙ୍କ ରେ ରାସ୍ତା କୁ ଝାଡୁ କରୁଛି କିଏ ଡ୍ରେନ ସଫେଇ କରୁଛି କିଏ ଡୋର ୱେଷ୍ଟ କଲେକ୍ସନ କରୁଛି ସେମାନଙ୍କର ନାମ ପ୍ରତିଦିନ ସକାଳୁ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ନେବା ସମୟରେ ଜୟପୁର ପୌରପରିସଦର ଫେସବୁକ୍ ଆଇଡ଼ି କିମ୍ବା ତାଙ୍କର ୱେବସାଇଟରେ ଅପଲୋଡ଼ କରାଯାଉ ବୋଲି ଦାବି କରାଗଲା। ଯାହାଦ୍ୱାରା କି ଜୟପୁରର ପ୍ରତି ୱାର୍ଡ଼ର ଜନସାଧାରଣ ଜାଣିପାରିବେ ଯେ ତାଙ୍କ ୱାର୍ଡ଼ରେ ଆଜି କେଉଁ ସଫେଇ କର୍ମଚାରୀ ଆସିଛନ୍ତି ଏବଂ ସେମାନେ କାମ କରୁଛନ୍ତି ଯଦି ଫଲ୍ସ ଆଟେଣ୍ଡାନ୍ସ ଦେଖାଯାଉଅଛି ତା'ହେଲେ ଏହାକୁ ୱାର୍ଡ଼ବାସୀ ବିରୋଧ କରିବେ ଏବଂ ଏହା ଜୟପୁର ପୌରପରିଷଦ ପ୍ରଶାସନର ନଜରରେ ଆସିବ ଏବଂ ସେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ରେ ସୁବିଧା ହେବ। ଆଜିର ଏହି ଆଲୋଚନା ସମୟରେ ଜୟପୁର ନିର୍ବାଚନ ମଣ୍ଡଳୀ ର ପରାଜିତ ବିଜେପି ବିଧାୟକ ପ୍ରାର୍ଥୀ ଗୗତମ ସାମନ୍ତରାୟ, ବିଜେପି ରାଜ୍ୟ ପରିଷଦ ସଦସ୍ୟ ରବୀନ୍ଦ୍ର ମହାପାତ୍ର, ନଳିନୀ ଦାସ, ଦିନବନ୍ଧୁ ପ୍ରଧାନ, ବ୍ରହ୍ମାଜୀ, ଏସ୍ ମନଜ, ରାଜକିଶର ଦାସ,ପିଙ୍କୁ ସାମନ୍ତରାୟ, ଭବାନୀ ଶଙ୍କର ମିଶ୍ର ଏବଂ ଅନ୍ୟ ବିଜେପି କର୍ମି ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande