ଆସନ୍ତା ୧୨ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ
ଜୟପୁର, ୨ ସେପ୍ଟେମ୍ବର (ହି.ସ.)- ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶକ୍ରମେ ଆସନ୍ତା ୧୨ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ସମେତ କୋରାପୁଟ, କୋଟପାଡ, ବୋରିଗୁମ୍ମା, ସେମିଳିଗୁଡା, ଦଶମନ୍ତପୁର, ଲମତାପୁଟ ଏବଂ ଲକ୍ଷ୍ମୀପୁରରେ ଥିବା ସମସ୍ତ
ଡଙ୍ଗାଗୁଡା ଫିଡର୍ ଟ୍ରାନ୍ସଫର୍ମର କାମ ବେଳେ ଚାର୍ଜ କରିଦେଲେ କରେଣ୍ଟ କର୍ମଚାରୀ ଗୁରୁତର ଆହତ


ଜୟପୁର, ୨ ସେପ୍ଟେମ୍ବର (ହି.ସ.)- ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶକ୍ରମେ ଆସନ୍ତା ୧୨ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ସମେତ କୋରାପୁଟ, କୋଟପାଡ, ବୋରିଗୁମ୍ମା, ସେମିଳିଗୁଡା, ଦଶମନ୍ତପୁର, ଲମତାପୁଟ ଏବଂ ଲକ୍ଷ୍ମୀପୁରରେ ଥିବା ସମସ୍ତ କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧନ ମୋକଦ୍ଦମା ଯଥା ଫୌଜଦାରୀ (ସୋଲିସ୍ ଯୋଗ୍ୟ), ସ୍ବୀକାରମୂଳକ ବୁଝାମଣା (ପ୍ଲି-ବାରଗେନିଂ), ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ସାଲିସ୍ଯୋଗ୍ୟ ଟ୍ରାଫିକ ଚାଲାଣ, ଶ୍ରମ ବିବାଦ ମାମଲା, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲା ଯଥା ବିଦ୍ୟୁତ୍ ଓ ଜଳ ବିଲ୍ ପୈଠ ସମ୍ବନ୍ଧୀୟ ମାମଲା ( ସାଲିସ୍ ବିହିନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ) ପାରିବାରିକ ବିବାଦ, ଜମି ଅଗ୍ରହଣ ମାମଲା, ଚାକିରି ସମ୍ବନ୍ଧୀୟ ( ପେନସନ ମାମଲା ଅନ୍ତର୍ଭୁକ୍ତ), ରାଜସ୍ୱ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା (ଉଚ୍ଚତମ ନ୍ୟାୟଳୟ, ଜିଲ୍ଲା ଅଦାଲତ ଓ ରାଜ୍ୟ/ ଜିଲ୍ଲା ତାଲୁକ କର୍ତ୍ତୃପକ୍ଷଙ୍କ ନିକଟରେ ଥିବା ବିଚାରଧୁନ), ବୌଦ୍ଧିକ ସଂପତି ଅଧୁକାର ମାମଲା ଖାଉଟି ବିବାଦ | ଅନ୍ୟାନ୍ୟ ବିବାଦ କୌଣସି ଅଦ୍ଧ-ନ୍ୟାୟିକ ପ୍ରାଧିକରଣ ନିକଟରେ ବିଚାରଧୂନ ଓ ଅନ୍ୟାନ୍ୟ ଦେୱାନୀ ମୋକଦ୍ଦମା ଆପୋଷ ସହମତିରେ ସମାଧାନ ହେଉଅଛି । କେବଳ ବିଚାରଧିନ ମୋକଦ୍ଦମା ନୁହେଁ, ପ୍ରାକ୍-ମକଦ୍ଦମା ସ୍ତରୀୟ (ନ୍ୟାୟାଳୟରେ ଦାୟର ହୋଇନଥିବା ମାମଲା ) ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ବିବାଦ, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ଗୁଡିକ ( ସାଲିସ୍ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ) | ପାରିବାରିକ ବିବାଦ ଓ ଅନ୍ୟାନ୍ୟ ମକଦ୍ଦମା ଇତ୍ୟାଦିର ମଧ୍ଯ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ। ତେଣୁ ଏହି ଲୋକ ଅଦାଲତରେ ମୋକଦ୍ଦମା / ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡାନ୍ତ ଏବଂ ଡିକ୍ରିଜାରି ଯୋଗ୍ୟ |

ଉପରକ୍ତ ଜଡିତ ସମସ୍ତ ମୋକଦ୍ଦମାର ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ବା ଜିଲ୍ଲାର ୭ ଗୋଟି ତାଲୁକ ଲିଗାଲ ଆଇନ ସେବା କାର୍ଯ୍ୟ।ଳୟ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande