ମାଡ଼ ମାରିବା ମାମଲାରେ ଫେରାର ଅଭିଯୁକ୍ତ ଗିରଫ
ଗଞ୍ଜାମ ୨ ସେପ୍ଟେମ୍ବର(ହିସ) - ବଡ଼ବଜାର ଥାନା ପୋଲିସ ଦିପୁ ନାହାକ, ବୟସ ସତାଇଶ, ପିତା ନୀଳକଣ୍ଠ ନାହାକ, ଶ୍ରୀରାମ ନଗର, ଶାନ୍ତି ମାର୍ଗ, ବ୍ରହ୍ମପୁରକୁ ଗିରଫ କରିଛି। ଗତ ସତର ଜୁଲାଇ ରାତି ଏଗାରଟା ତିରିଶରେ ଲୁଚାପଡ଼ାର ଜେ ବାଲାସୁବ୍ରମଣ୍ୟମ ଯାଦବ ସ୍କୁଟିରେ ଘରକୁ ଫେରୁଥିଲେ। ପୁରୁଣା ଶତ୍ରୁତାରୁ ଦି
Qeettt


ଗଞ୍ଜାମ ୨ ସେପ୍ଟେମ୍ବର(ହିସ) - ବଡ଼ବଜାର ଥାନା ପୋଲିସ ଦିପୁ ନାହାକ, ବୟସ ସତାଇଶ, ପିତା ନୀଳକଣ୍ଠ ନାହାକ, ଶ୍ରୀରାମ ନଗର, ଶାନ୍ତି ମାର୍ଗ, ବ୍ରହ୍ମପୁରକୁ ଗିରଫ କରିଛି।

ଗତ ସତର ଜୁଲାଇ ରାତି ଏଗାରଟା ତିରିଶରେ ଲୁଚାପଡ଼ାର ଜେ ବାଲାସୁବ୍ରମଣ୍ୟମ ଯାଦବ ସ୍କୁଟିରେ ଘରକୁ ଫେରୁଥିଲେ। ପୁରୁଣା ଶତ୍ରୁତାରୁ ଦିପୁ ନାହାକ ଓ ଶ୍ରୀଧର ମହାନ୍ତି ତାଙ୍କୁ ଅଟକାଇ ଲୁହା ପଂଚରେ ମୁହଁକୁ ମାଡ଼ ମାରିଥିଲେ। ଯାହାଫଳରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ଜୀବନରୁ ମାରି ଦେବାକୁ ଧମକ ଦେଇ ସେମାନେ ଫେରାର ହୋଇଯାଇଥିଲେ। ତୁରନ୍ତ ଆହତ ବ୍ୟକ୍ତିଙ୍କୁ ସିଟି ହସ୍ପିଟାଲରେ ଭର୍ତି କରାଯାଇଥିଲା। ସହ ଅଭିଯୁକ୍ତ ଶ୍ରୀଧର ମହାନ୍ତିକୁ ୧୮ ଜୁଲାଇରେ ଗିରଫ କରି ଲୁହା ପଂଚ ଜବତ କରାଯାଇଥିଲା। ଦିପୁ ନାହାକ ଘଟଣା ପରଠାରୁ ଫେରାର ଥିଲା। ଆଜି ୨ ସେପ୍ଟେମ୍ବର ଦିନ ଦୁଇଟାରେ ପୋଲିସ ଚଢ଼ାଉ କରି ତାକୁ ଗିରଫ କରି ଏସଡିଜେଏମ କୋର୍ଟକୁ ପଠାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande