ମହୁଘର ପାହାଡ଼ ଜୁଆ ମାମଲାରେ ଆଉ ଦୁଇ ଜଣ ଗିରଫ
ଗଞ୍ଜାମ ୨ ସେପ୍ଟେମ୍ବର (ହି.ସ) - ବ୍ରହ୍ମପୁର ସଦର ପୋଲିସ ମହୁଘର ପାହାଡ଼ରେ ଚାଲିଥିବା ଜୁଆ ନେଟୱାର୍କର ଆଉ ଦୁଇ ଜଣ ଆୟୋଜକଙ୍କୁ ଗିରଫ କରିଛି। ଗିରଫଦୁଇଜଣହେଲେ ୨୭ ବର୍ଷ ବୟସ୍କ ମୁନା ବିଷୋୟୀ, ଦୀପକ ଗୌଡ (୨୫) । ୧୮ ଅଗଷ୍ଟ ସନ୍ଧ୍ୟାରେ ଗୁପ୍ତ ସୂଚନା ଆଧାରରେ ପୋଲିସ ମହୁଘର ପାହାଡ଼ରେ ଚଢ଼ାଉ କରିଥିଲା। ଦ
Qerttyy


ଗଞ୍ଜାମ ୨ ସେପ୍ଟେମ୍ବର (ହି.ସ) - ବ୍ରହ୍ମପୁର ସଦର ପୋଲିସ ମହୁଘର ପାହାଡ଼ରେ ଚାଲିଥିବା ଜୁଆ ନେଟୱାର୍କର ଆଉ ଦୁଇ ଜଣ ଆୟୋଜକଙ୍କୁ ଗିରଫ କରିଛି। ଗିରଫଦୁଇଜଣହେଲେ ୨୭ ବର୍ଷ ବୟସ୍କ ମୁନା ବିଷୋୟୀ, ଦୀପକ ଗୌଡ (୨୫) । ୧୮ ଅଗଷ୍ଟ ସନ୍ଧ୍ୟାରେ ଗୁପ୍ତ ସୂଚନା ଆଧାରରେ ପୋଲିସ ମହୁଘର ପାହାଡ଼ରେ ଚଢ଼ାଉ କରିଥିଲା। ଦଶରୁ ପନ୍ଦର ଜଣ ମଙ୍ଗାପଟା ଜୁଆ ଖେଳୁଥିଲେ। ପାହାଡ଼ ରାସ୍ତାରେ ଜଗୁଆଳି ଲଗାଯାଇଥିଲା। ଚଢ଼ାଉ ବେଳେ ଅନେକ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ବାଳକୃଷ୍ଣ ସାହୁକୁ ଧରାଯାଇଥିଲା, ପରେ ମିଥୁନ ଜେନା ଗିରଫ ହୋଇଥିଲେ।

ସେମାନଙ୍କ ଠାରୁ ପୁଲିସ ଚାରିଟି ବାଇକ, ଓଡି ଶୂନ୍ୟ ସାତ ବିଇ ଏକ ଶୂନ୍ୟ ଛଅ ନଅ, ଓଡି ଶୂନ୍ୟ ସାତ ଏମ ତିନି ତିନି ଶୂନ୍ୟ ପାଂଚ, ଓଆର ଏକ ଦୁଇ ଏ ଛଅ ଆଠ ଶୂନ୍ୟ ଶୂନ୍ୟ ଓ ବିନା ନମ୍ବର ଟିଭିଏସ ଏକ୍ସଏଲ, ଦୁଇ ସେଟ ତାସ ଓ ନଗଦ ଟଙ୍କା ଜବତ କରିଛି । ଦୁଇଜଣକୁ ଆଜି ଗିରଫ କରି କୋର୍ଟ ପଠାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande