
କେନ୍ଦ୍ରାପଡ଼ା, ୦୨ ସେପ୍ଟେମ୍ବର(ହି.ସ.) – ନିଜର ଉଦମ୍ୟ ଇଚ୍ଛାଶକ୍ତି, ନିରନ୍ତର ପରିଶ୍ରମ ଏବଂ କଠୋର ଅଭ୍ୟାସର ବଳରେ ଆଇସିଏନ୍ ଭାରତ ପକ୍ଷରୁ ବଡିବିଲ୍ଡିଂ ଶୋରେ ସ୍ୱର୍ଣ୍ଣ ପଦକ ହାସଲ କରି ଓଡ଼ିଶା ଏବଂ କେନ୍ଦ୍ରାପଡ଼ା ପାଇଁ ଗୌରବ ଆଣିଛନ୍ତି ନାରାୟଣ କର। ପ୍ରତିଯୋଗିତା ପାଇଁ ଦୀର୍ଘ ସମୟ ଧରି କଠୋର ୱର୍କଆଉଟ୍, ନିୟନ୍ତ୍ରିତ ଡାଏଟ୍ ଓ ଶୃଙ୍ଖଳିତ ଜୀବନଯାପନ ଜାରି ରଖିଥିଲେ। ଶାରୀରିକ ପ୍ରସ୍ତୁତି ସହିତ ମାନସିକ ଦୃଢ଼ତାକୁ ମଧ୍ୟ ପ୍ରାଧାନ୍ୟ ଦେଇ ସେ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏହି ସଫଳତା ପଛରେ ତାଙ୍କର କୋଚ୍ ଜଗନ ସାହୁଙ୍କ ମାର୍ଗଦର୍ଶନ, ପିତା ପଦ୍ମଲୋଚନ କର ଏବଂ ମାତା ସତ୍ୟଭାମା କରଙ୍କ ସମର୍ଥନ ଏବଂ ସମସ୍ତ ଶୁଭେଚ୍ଛୁଙ୍କ ଭଲପାଇବା ରହିଛି ବୋଲି ସେ କହିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିବା ପରେ ସେ କହିଛନ୍ତି, “ଏହି ପଦକ ମୋ ପାଇଁ କେବଳ ଏକ ବିଜୟ ନୁହେଁ; ଏହା ମୋର ତ୍ୟାଗ, ଶୃଙ୍ଖଳା ଓ ଅନେକ ଦିନର କଠିନ ପରିଶ୍ରମର ପରିଣାମ। ଆଗାମୀ ଦିନରେ ଆହୁରି ବଡ଼ ମଂଚରେ ଓଡ଼ିଶାର ନାମକୁ ଗୌରବାନ୍ୱିତ କରିବା ମୋର ଲକ୍ଷ୍ୟ। ତାଙ୍କର ଏହି ସଫଳତାକୁ ନେଇ ପରିବାର, ବନ୍ଧୁବର୍ଗ, କ୍ରୀଡ଼ାପ୍ରେମୀ ଓ ବିଶ୍ୱର ସମସ୍ତ ସଦସ୍ୟ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି