ଶ୍ରୀଜୀଉଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ
ପୁରୀ, ୨ ସେପ୍ଟେମ୍ବର (ହି.ସ.)- ବୁଧବାର ଭାଦ୍ରବ ମାସ କୃଷ୍ଣ ପକ୍ଷ ପଂଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହୋଇଛି । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୩ଟାରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥିଲା । ୩ଟା ୫ରେ ଦଇତାପତି ସେବାୟତ ମାନେ ଗର୍ଭଗୃହ
ଶ୍ରୀମନ୍ଦିର


ପୁରୀ, ୨ ସେପ୍ଟେମ୍ବର (ହି.ସ.)- ବୁଧବାର ଭାଦ୍ରବ ମାସ କୃଷ୍ଣ ପକ୍ଷ ପଂଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହୋଇଛି । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୩ଟାରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥିଲା । ୩ଟା ୫ରେ ଦଇତାପତି ସେବାୟତ ମାନେ ଗର୍ଭଗୃହ ମଧ୍ୟକୁ ପ୍ରବେଶ କରିଥିଲେ । ପରେ ରାହୁ ରେଖା ଲାଗି ଗୁପ୍ତ ନୀତି ସମାପନ କରିଥିଲେ । ରାତି ୭ଟା ୪୦ରେ ଦଇତାପତି ସେବକମାନେ ଶ୍ରୀଜୀଉମାନଙ୍କୁ ରାହୁରେଖା ଲାଗି କରି ଗର୍ଭଗୃହରୁ ବାହାରି ଆସିଥିଲେ । ୭ଟା ୪୫ରେ ସିଂହାସନ ଧୁଆଧୋଇ ହୋଇ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ପରେ ଭକ୍ତ ଦର୍ଶନ ଆରମ୍ଭ ହୋଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀବିଗ୍ରହ ମାନଙ୍କର ଶ୍ରୀମୁଖର ଚତୁଃପାର୍ଶ୍ୱରେ ସ୍ୱର୍ଣ୍ଣ ନିର୍ମିତ ଏକ ତିନି ଅଙ୍ଗୁଳି ଓସାର ବଳୟ ସ୍ୱର୍ଣ୍ଣ ପଟିକୁ ରାହୁ ରେଖା କୁହାଯାଏ । ଯାହା ବିଦ୍ୟାପତି ଓ ବିଶ୍ୱାବସୁ କୂଳର ସେବକମାନେ ଯାଇ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମୁଖ ମଣ୍ଡଳରେ ଭୂଷିତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande