ଓଡ଼ିଶା ବିଧାନସଭା ସଦାଚାର ଗୃହ କମିଟିର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ସମ୍ବଲପୁର, ୦୨ ସେପ୍ଟେମ୍ବର(ହି.ସ.) – ଆଜି ଓଡ଼ିଶା ବିଧାନସଭାର ସଦାଚାର ଗୃହ କମିଟିଙ୍କ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସମ୍ବଲପୁର ମହାନଗର ନିଗମ ସମ୍ମିଳନୀ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଧାନସଭା ସଦାଚାର ଗୃହ କମିଟିର ଅଧ୍ୟକ୍ଷ ତଥା ବଡ଼ସାହି ବିଧାୟକ ସନାତନ ବିଜୁଳି, ସୁବର୍ଣ୍ଣ
ଓଡ଼ିଶା ବିଧାନସଭା ସଦାଚାର ଗୃହ କମିଟିର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ


ଓଡ଼ିଶା ବିଧାନସଭା ସଦାଚାର ଗୃହ କମିଟିର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ


ଓଡ଼ିଶା ବିଧାନସଭା ସଦାଚାର ଗୃହ କମିଟିର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ


ଓଡ଼ିଶା ବିଧାନସଭା ସଦାଚାର ଗୃହ କମିଟିର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ


ସମ୍ବଲପୁର, ୦୨ ସେପ୍ଟେମ୍ବର(ହି.ସ.) – ଆଜି ଓଡ଼ିଶା ବିଧାନସଭାର ସଦାଚାର ଗୃହ କମିଟିଙ୍କ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସମ୍ବଲପୁର ମହାନଗର ନିଗମ ସମ୍ମିଳନୀ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଧାନସଭା ସଦାଚାର ଗୃହ କମିଟିର ଅଧ୍ୟକ୍ଷ ତଥା ବଡ଼ସାହି ବିଧାୟକ ସନାତନ ବିଜୁଳି, ସୁବର୍ଣ୍ଣପୁର ବିଧାୟକ ନିରଞ୍ଜନ ପୂଜାରୀ, ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗର୍ତିଆ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ପୁରୀ ଜିଲ୍ଲା ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ସାରସକଣା ବିଧାୟକ ଭାଦବ ହାଁସଦା, କଟକ ଜିଲ୍ଲା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଉତରାଂଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ମଂଚାସିନ ଥିଲେ। ଉକ୍ତ ବୈଠକରେ ଉତରାଂଚଳ ରେଞ୍ଜର ଡିଆଇଜି ଚରଣ ସିଂ ମୀନା, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂଙ୍କ ସମେତ ଉତରାଂଚଳ ରାଜସ୍ୱ ବିଭାଗ ଅନ୍ତର୍ଭୁକ୍ତ ୧୨ଟି ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସଦାଚାର ଗୃହ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ସେମାନେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସରକାରୀ ଅଧିକାରୀଙ୍କ ପ୍ରଶାସନିକ ଶୃଙ୍ଖଳା ଏବଂ ବୁକ୍ ସର୍କୁଲାର-୪୭ର କଡ଼ାକଡ଼ି ଅନୁପାଳନକୁ ନେଇ ଏହି ବୈଠକରେ ମୁଖ୍ୟତଃ ଗୁରୁତ୍ୱାରୋପ କରାଯାଇଥିଲା। ବିଧାୟକ ଏବଂ ଅନ୍ୟାନ୍ୟ ଜନ ପ୍ରତିନିଧିମାନଙ୍କ ସହ ସରକାରୀ କର୍ମଚାରୀମାନଙ୍କ ଆଚରଣ, ବୃତିଗତ ଶିଷ୍ଟାଚାର ଏବଂ ସରକାରୀ ପ୍ରୋଟୋକଲ ବଜାୟ ରଖିବା ସହ ସମସ୍ତ ସରକାରୀ ବିଭାଗରେ ପ୍ରଶାସନିକ ଦକ୍ଷତା ଏବଂ ଜନସାଧାରଣଙ୍କ ପ୍ରତି ଉତରଦାୟିତ୍ୱର ସମୀକ୍ଷା କରାଯାଇଥିଲା। ଏହି ସରକାରୀ ନିୟମର ସମ୍ପୂର୍ଣ୍ଣ ଅନୁପାଳନ ପାଇଁ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦକ୍ଷେପକୁ ମଧ୍ୟ ଅନୁମୋଦନ ଦିଆଯାଇଥିଲା। ବରିଷ୍ଠ ଅଧିକାରୀ ଏବଂ କାର୍ଯ୍ୟାଳୟ କର୍ମଚାରୀମାନଙ୍କୁ ସଚେତନ କରିବାକୁ ମଧ୍ୟ କୁହାଯାଇଛି। ଯେପରି ଜନପ୍ରତିନିଧିଙ୍କ ପତ୍ରର ତ୍ୱରିତ ଓ ସକ୍ରିୟ ଉତର ଦିଆଯାଇ ପାରିବ। ବିଭାଗଗୁଡ଼ିକୁ ଆଭ୍ୟନ୍ତରୀଣ ଅଭିଯୋଗ ପ୍ରକୋଷ୍ଠର ସମୀକ୍ଷା କରିବା ସହ(ଫିଲ୍ଡ) ତୃଣମୂଳ ସ୍ତରରେ ନିୟମ ପାଳନର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନପ୍ରତିନିଧିଙ୍କ ସହ ଆଲୋଚନା ବେଳେ କୌଣସି ପ୍ରକାର ଅବହେଳା, ଅଶିଷ୍ଟତା କିମ୍ବା ପ୍ରୋଟୋକଲ୍ ଉଲ୍ଲଂଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜିର ବୈଠକରେ ସ୍ପଷ୍ଟ କରାଯାଇଛି। ବୈଠକରେ ଉତରାଂଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ' ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ କୌଣସି ଯୋଗାଯୋଗ ବ୍ୟବଧାନ ରହିବା ଉଚିତ ନୁହେଁ। ଏହି ନିୟମାବଳୀକୁ କେବଳ ଉଚ୍ଚସ୍ତରରେ ସୀମିତ ନରଖି ବିଡିଓ, ମ୍ୟୁନିସିପାଲିଟି ଏବଂ ଏନ୍ଏସିର ନିର୍ବାହୀ ଅଧିକାରୀଙ୍କ ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ପହଂଚାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେ ଆଉ ମଧ୍ୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭିନ୍ନମତ ବା ଅସହମତି ହେଉଛି ଗଣତନ୍ତ୍ରର ପ୍ରକୃତ ସୌନ୍ଦର୍ଯ୍ୟ', ତେଣୁ ଲୋକ ପ୍ରତିନିଧିମାନଙ୍କ ସହ ଉତମ ସମନ୍ୱୟ ରକ୍ଷା କରିବା ଆବଶ୍ୟକ। ବୁକ୍ ସର୍କୁଲାର-୪୭'ର ନିୟମାବଳୀ ବିଷୟରେ ଅବଗତ କରାଇବାକୁ ସେପ୍ଟେମ୍ବର ୨୦ ତାରିଖରେ ଜିଲ୍ଲା ସ୍ତରରେ ଏକ କର୍ମଶାଳା ଆୟୋଜନ କରାଯିବା ସହ ସେପ୍ଟେମ୍ବର ୩୦ ତାରିଖରେ ସମ୍ବଲପୁର ସ୍ଥିତ ଆର୍ଡିସି ସମ୍ମିଳନୀ କକ୍ଷ କିମ୍ବା ଏସ୍ଏମ୍ସି ଠାରେ ପୋଲିସ, ବେସାମରିକ ପ୍ରଶାସନ ଓ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ବୃହତ କର୍ମଶାଳା ଅନୁଷ୍ଠିତ ହେବ ବୋଲି ଉତରାଂଚଳ ରାଜସ୍ୱ କମିଶନର ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ।

ବୈଠକର ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ କମିଟି ଅଧ୍ୟକ୍ଷ ସନାତନ ବିଜୁଳି ପ୍ରକାଶ କରିଛନ୍ତି ଯେ' ସ୍ଥାନୀୟ ନିର୍ବାଚନ ମଣ୍ଡଳୀଗୁଡ଼ିକର ସାମଗ୍ରିକ ବିକାଶ ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ସଂସଦୀୟ ବ୍ୟାପାର ତଥା ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଥିବା ଯୋଜନାଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏଥିସହ ସୋସିଆଲ ମିଡିଆ ଏବଂ ଏଆଇ ପ୍ରଯୁକ୍ତି ବିଦ୍ୟାର ଦୁରୂପଯୋଗ କରି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଚରିତ୍ର ସଂହାର ଓ ମିଥ୍ୟା ଅପପ୍ରଚାର କରୁଥିବା ତତ୍ୱଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗାମୀ ୩ରୁ ୪ ମାସ ପରେ ଏହିସବୁ କାର୍ଯ୍ୟର ଅଗ୍ରଗତି ନେଇ କମିଟି ପୁଣି ଥରେ ସମୀକ୍ଷା କରିବ। ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନ ପାଇଁ ପ୍ରଶାସନ ଓ ଜନପ୍ରତିନିଧିଙ୍କ ମିଳିତ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସେ ପୁଣି ଥରେ ଦୋହରାଇ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande