ପୋକ୍ସୋ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ସହ କୋଡ଼ିଏ ହଜାର ଟଙ୍କା ଜରିମାନା
Pocso Court Judgment News from phulbani
ପୋକ୍ସୋ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ସହ କୋଡ଼ିଏ ହଜାର ଟଙ୍କା ଜରିମାନା


କନ୍ଧମାଳ , ୦୨ ସେପ୍େଟମ୍ବର (ହି.ସ.) ଆଜି ଏକ ନାବାଳିକା ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ତଥା ସ୍ୱତନ୍ତ୍ର ବିଚାରପତି (ପୋକ୍ସୋ) ମନୋରଞ୍ଜନ ଦାସ,ଏକ ପୋକ୍ସୋ ମାମଲାର ବିଚାର କରି ଟିକାବାଲି ପି.ଏସ୍. ମାମଲା ନଂ- ୧୫୧/ ୨୦୨୪ ରୁ ଉଠାଯାଇ ଥିବା ମାମଲା ସିଟି ୮୧/୨୦୨୪ କେସ ର ଅଭିଯୁକ୍ତ ମଂଟୁ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରି କୋଡ଼ିଏ ବର୍ଷ ଜେଲ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଆଉ ଛଅ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ତାଙ୍କ ରାୟରେ ନିିର୍ଦଶ ଦେଇଛନ୍ତି । ମାନ୍ୟବର କୋର୍ଟ ପୀଡିତାଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ଫୁଲବାଣୀକୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ମାମଲାଟି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ରମେଶ ଚନ୍ଦ୍ର ମହାନ୍ତି ଦ୍ୱାରା ପରିଚାଳିତ ହୋଇଥିବା ବେଳେ

ଜିଲ୍ଲା ଅଭିଯୋଜନା ନିର୍ଦ୍ଦେଶାଳୟ, କନ୍ଧମାଳ ଦ୍ୱାରା କଡ଼ା ତଦାରଖ କରାଯାଇଥିଲା। ଏହି କେସର ତଦନ୍ତକାରୀ ଅଫିସର ଅବନୀ କୁମାର ପ୍ରଧାନଙ୍କୁ ଧନ୍ୟବାଦ ଜଣାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande