ନଦୀରେ କୁମ୍ଭୀର ନୁହେଁ ଏଆଇ ଫଟୋ: ଗୁଜବ ସୃଷ୍ଟି ଅଭିଯୋଗରେ ୨ ଭାଇ ଗିରଫ
ଜୟପୁର, ୦୨ ସେପ୍ଟେମ୍ବର (ହି.ସ.) - ଜୟପୁର ବ୍ଲକ ଜୟନ୍ତୀଗିରି ପଂଚାୟତର ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର ଭାଇରାଲ ଘଟଣାରେ ପର୍ଦ୍ଦାଫାସ କରିଛି ବନ ବିଭାଗ। ନଦୀରେ କୌଣସି କୁମ୍ଭୀର ନାହିଁ, ବରଂ ଏହା ଏକ ଏଆଇ (ଇଓ) ପ୍ରସ୍ତୁତ ନକଲି ଫଟୋ ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ଏହି ମିଥ୍ୟା ଫଟୋ ଜରିଆରେ
ନଦୀରେ କୁମ୍ଭୀର ନୁହେଁ ଏଆଇ ଫଟୋ: ଗୁଜବ ସୃଷ୍ଟି ଅଭିଯୋଗରେ ୨ ଭାଇ ଗିରଫ


ଜୟପୁର, ୦୨ ସେପ୍ଟେମ୍ବର (ହି.ସ.) - ଜୟପୁର ବ୍ଲକ ଜୟନ୍ତୀଗିରି ପଂଚାୟତର ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର ଭାଇରାଲ ଘଟଣାରେ ପର୍ଦ୍ଦାଫାସ କରିଛି ବନ ବିଭାଗ। ନଦୀରେ କୌଣସି କୁମ୍ଭୀର ନାହିଁ, ବରଂ ଏହା ଏକ ଏଆଇ (ଇଓ) ପ୍ରସ୍ତୁତ ନକଲି ଫଟୋ ବୋଲି ବନ ବିଭାଗ ସ୍ପଷ୍ଟ କରିଛି।

ଏହି ମିଥ୍ୟା ଫଟୋ ଜରିଆରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇବା ଅଭିଯୋଗରେ ବୋରିଗୁମ୍ମା ବନ ବିଭାଗ ବଡ଼ପଡ଼ା ଗ୍ରାମର ଦୁଇ ଭାଇ ପୂର୍ଣ୍ଣ ଭୂମିଆ ଓ ସୁରେନ୍ଦ୍ର ଭୂମିଆଙ୍କୁ ଗିରଫ କରିଛି। ସେମାନଙ୍କ ନାମରେ ଆଇଟି ଆକ୍ଟ (ଓଞ ଇମଗ୍ଧ) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ଗତକାଲି ନଦୀ ପଠାରେ ଏକ ବିରାଟ କୁମ୍ଭୀର ଥିବା ନେଇ ଫଟୋ ଭାଇରାଲ ହେବା ପରେ ମାଲଦା ଓ ବଡ଼ପଡ଼ା ଅଂଚଳର ଚାଷୀ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବନ ବିଭାଗ ତଦନ୍ତ କରିବା ପରେ ଏହା କେବଳ ଏକ ସୋସିଆଲ ମିଡିଆ ଗୁଜବ ବୋଲି ଜଣାପଡ଼ିଛି। ସୋସିଆଲ ମିଡିଆରେ ଏଭଳି ଭ୍ରାନ୍ତ ତଥ୍ୟ ନ ଦେବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande