
ବଲାଙ୍ଗିର, ୨ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ସମର୍ପଣର ୨୫ ବର୍ଷକୁ ନେଇ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟ ବିଜେପି କାର୍ଯ୍ୟଳୟ ପଥରଚେପା ଠରେ ଅନୁଷ୍ଠିତ ହୋଇଯାଇଛି। ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସାରା ଜିଲ୍ଲାରେ କରାଯିବ। କାର୍ଯ୍ୟକ୍ରମ ଗୁଡିକ ହେଲା ସ୍କୁଲ ମାନଙ୍କରେ ଚିତ୍ରାଙ୍କନ ପ୍ରତିଯୋଗିତା, ବୃକ୍ଷ ରୋପଣ, ସଫେଇ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ଶାସନକୁ ନେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରାଯିବ। ଏ ନେଇ ଜିଲ୍ଲା କର୍ମଶାଳା ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ଓ ସମ୍ମାନୀୟ ଅତିଥି ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗଦେଥିଲେ ଓ ଅତିଥି କଣ୍ଟାବାଞ୍ଜି ବିଧାୟକ ଲଖଣ ବାଗ ଯୋଗଦେଇଥିଲେ। ବଲାଙ୍ଗିର ଜିଲ୍ଲା ବିଜେପି ପ୍ରଭାରୀ ପର୍ଶୁରାମ ମାଝୀ ମଧ୍ୟ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ରାଷ୍ଟୀୟ ଗାନ ଓ ମହାପୁରୁଷଙ୍କ ଫୋଟୋରେ ମାଲ୍ୟାର୍ପଣ କରାଯାଇ ସଭା ଆରମ୍ଭ ହୋଇଥିଲା। ମଞ୍ଚରେ ଉପସ୍ଥିତ ଥିଲେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା। ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବଲାଙ୍ଗୀର ଜିଲ୍ଲା ବିଜେପି ପ୍ରଭାରୀ ପର୍ଶୁରାମ ମାଝୀ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦିନେଶ ଶର୍ମା, ସାଧାରଣ ସମ୍ପାଦକ କୁନୁ ମୁଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମରଜିତ ପଟେଲ, ସାଧାରଣ ସମ୍ପାଦକ ପ୍ରଶାନ୍ତ ଷଡ଼ଙ୍ଗୀ, ମହିଳା ମୋର୍ଚ୍ଚା ସଭାପତି ରଞ୍ଜିତା ପାଣିଗ୍ରାହୀ, ଏସ ଡ଼ି ସି ଚୈରମେନ ବଲ୍ଲଭ ଧରୁଆ, ଏସ ସି ମୋର୍ଚ୍ଚା ସଭାପତି ବିକ୍ରମ ତାଣ୍ଡି, ବିଜେପି ନେତା ମହେନ୍ଦ୍ର ଠାକୁର, କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ ଉପସ୍ଥିତ ଥିଲେ।
ଜିଲ୍ଲା ମହିଳା ମୋର୍ଚ୍ଚାର ପଦାଧିକାରୀ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଓ ବରିଷ୍ଠ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ