ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ, ରାଜ୍ୟରେ ବିଜେପି ସଂଗଠନ ମଜଭୁତ ହେଉଛି: ମନମୋହନ ସାମଲ
ପୁରୀ, ଗଂଜାମ ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିଙ୍କ ସମେତ ବିଜେଡି ଓ କଂଗ୍ରେସ ନେତୃବୃନ୍ଦଙ୍କ ବିଜେପିରେ ଯୋଗଦାନ ଗତ ସାଧାରଣ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଲଢିଥିବା ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ମନୋଜ କୁମାର ରଥଙ୍କ ବିଜେପିରେ ଯୋଗଦାନ ପୁରୀ ଜିଲ୍ଲାର ନିମାପଡା ନ
ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ, ରାଜ୍ୟରେ ବିଜେପି ସଂଗଠନ ମଜଭୁତ ହେଉଛି: ମନମୋହନ ସାମଲ


ପୁରୀ, ଗଂଜାମ ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିଙ୍କ ସମେତ

ବିଜେଡି ଓ କଂଗ୍ରେସ ନେତୃବୃନ୍ଦଙ୍କ ବିଜେପିରେ ଯୋଗଦାନ

ଗତ ସାଧାରଣ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଲଢିଥିବା

ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ମନୋଜ କୁମାର ରଥଙ୍କ ବିଜେପିରେ ଯୋଗଦାନ

ପୁରୀ ଜିଲ୍ଲାର ନିମାପଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ

ପଂଚାୟତର ଶତାଧିକ ବିଜେଡି ଓ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କ ବିଜେପିରେ ଯୋଗଦାନ

ଗଂଜାମ ଜିଲ୍ଲା ଛତ୍ରପୁର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଓ ୯

କାଉନସିଲରଙ୍କ ସମେତ ଗୋପାଳପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି, କମ୍ୟୁନିଷ୍ଟ ଓ

କଂଗ୍ରେସ ନେତାଙ୍କ ବିଜେପିରେ ଯୋଗଦାନ

ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ

ଶ୍ରୀମତୀ ପ୍ରଭାତୀ ପରିଡା, ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ରାଜ୍ୟ ଉପସଭାପତି

ଶ୍ରୀ ଅଶୋକ ମିଶ୍ର,

ଡ.ଯତୀନ ମହାନ୍ତି ଓ ଶ୍ରୀ ବିଷ୍ଣୁ ଦାସ, ରାଜ୍ୟ ସାଧାରଣ

ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ରାଜ୍ୟସଭା ସାଂସଦ

ଶ୍ରୀ ସୁଜିତ କୁମାର,

ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା, ପୁରୀ ଜିଲ୍ଲା

ସଭାପତି ଡା.ଦେବେନ୍ଦ୍ର ତରାଇ, ଗଂଜାମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ଏବଂ ବରିଷ୍ଠ

ନେତୃବୃନ୍ଦ ଉପସ୍ଥିତ ରହି ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି

ପିନ୍ଧାଇ ଜଣାଇଲେ ସ୍ୱାଗତ

ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ): ବିଜେପିର ବିଚାରଧାରାରେ

ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ

କରି ଆଜି ଗଂଜାମ ଓ ପୁରୀ ଜିଲ୍ଲାର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଆନୁଷ୍ଠାନିକ ଭାବେ

ବିଜେପିରେ ଯୋଗଦାନ କରିଛନ୍ତି ।

ଗତ ସାଧାରଣ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଲଢିଥିବା

ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ମନୋଜ କୁମାର ରଥଙ୍କ ବିଜେପିରେ ଯୋଗଦାନ କରିଛନ୍ତି । ସେହିପରି ପୁରୀ

ଜିଲ୍ଲା ନିମାପଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକ ନାଗପୁର ପଂଚାୟତର ବରିଷ୍ଠ ବିଜେଡି

ନେତା ଶ୍ରୀ ସୁକାନ୍ତ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରଶ୍ମୀରେଖା ମହାନ୍ତି, ବରିଷ୍ଠ ବିଜେଡି

ନେତା ଅଜିତ ରାଉତରାୟ, ବାଦଲ ମହାନ୍ତି, ଗଦାଧର ପ୍ରଧାନ, ପ୍ରଫୁଲ୍ଲ ସେଠୀ, ଭଗବାନ ମାହାଲା; ବଳଙ୍ଗା ଗ୍ରାମ ପଂଚାୟତର ରମେଶ ଦାସ, ସନ୍ତୋଷ ମହାନ୍ତି, କାଳନ୍ଦୀ ଗୁରୁ, ବିଶ୍ୱନାଥ ଗୁରୁ, ହରିହର ଲେଙ୍କା, କୃଷ୍ଣଚନ୍ଦ୍ର

ଲେଙ୍କା, ଅକ୍ଷୟ ବରାଳ; ଗୋପିନାଥପୁର ଗ୍ରାମ

ପଂଚାୟତର ସୂର୍ଯ୍ୟକାନ୍ତ ରାୟ, ସୈାମ୍ୟରଂଜନ ରାୟ, ଆନନ୍ଦ ସ୍ୱାଇଁ, ଦୁଃଶାସନ ପରିଡା, ଶିବ ସ୍ୱାଇଁ, ମୀର ନୈାସାଦ ଅଲ୍ଲୀ, ଆଜାଦ ମହମ୍ମଦ; ଉଚ୍ଛୁପୁର ଗ୍ରାମ

ପଂଚାୟତର ଭବାନୀ ଶଂକର ପରିଡା, ଶଂକର୍ଷଣ ଜେନା, ଧୃବଚରଣ ଜେନା, ରମେଶ ଚନ୍ଦ୍ର ସ୍ୱାଇଁ, ଗଙ୍ଗାଧର ସ୍ୱାଇଁ; ରେଂଚ ଗ୍ରାମ

ପଂଚାୟତର ପୂର୍ବତନ ସରପଂଚ ବିଷ୍ଣୁଚରଣ ମହାନ୍ତି, ରବିନ୍ଦ୍ର ନାଥ ପଣ୍ଡା, ଗୋପିନାଥ ପରିଡା, ସ୍ୱଦେଶ ବିଶ୍ୱାଳ; ଅଲଣ୍ଡା ଗ୍ରାମ

ପଂଚାୟତର ପ୍ରଭାତ ବେହେରା, ଲିଙ୍ଗରାଜ ବେହେରା, ମିହିନା ବିଶ୍ୱାଳ, ସୁବ୍ରତ ରାୟ, ଜୟନ୍ତ ଭୋଇ; ବଡଶିରିଗୁଳା ଗ୍ରାମ ପଂଚାୟତର ଦିବ୍ୟସିଂହ ପ୍ରଧାନ, କମଳାକାନ୍ତ ବଳ, ବିଜୟ ବଳ, ଗୋକୁଳ ସ୍ୱାଇଁ, କାଳନ୍ଦୀ ଭୋଳ; ଅରିଷଣ୍ଡ ଗ୍ରାମ

ପଂଚାୟତର ଅଂଜନ କୁମାର ଜେନା, ସନ୍ତୋଷ ବରାଳ, ଜ୍ୟୋତିରଂଜନ ସାମନ୍ତରାୟ, ରଂଜନ କୁମାର

ମଲ୍ଲିକ, ସନ୍ତୋଷ କୁମାର

ପ୍ରଧାନ, ଜଟାଧାରୀ ବେହେରା, ଅଜୟ କୁମାର ଭୋଇ; ବାହାରଣା ଗ୍ରାମ

ପଂଚାୟତର ମହେନ୍ଦ୍ର ସାହୁ, ପ୍ରମୋଦ କୁମାର ପଟ୍ଟନାୟକ, ଗୋପିନାଥ ସାହୁ, କହ୍ନେଇ ସାହୁ, ଦିବ୍ୟସିଂହ କୁମାର ମହାନ୍ତି, ମହେନ୍ଦ୍ର ମଲ୍ଲ, ଜାହିର ଖାନ, ଅଚ୍ୟୁତ ରାଉତରାୟ, ସନ୍ତୋଷ ମେକାପ; ଭିଲିଗ୍ରାମ ଗ୍ରାମ

ପଂଚାୟତର ପ୍ରମୋଦ କୁମାର ରଣା, ନଗେନ କୁମାର ସେନାପତି, ଭାରତ ସ୍ୱାଇଁ, ଅନାମ ବେହେରା, ବେଣୁଧର ପରିଡା, ସୋନୁ ମହାରଣା, ଟିନା ବେହେରା; ନାଗପୁର ଗ୍ରାମ

ପଂଚାୟତର କେଦାରନାଥ ମହାନ୍ତି, ଗୈାରପ୍ରସାଦ ମହାନ୍ତି, ବାପି ପଣ୍ଡା, ଧନେଶ୍ୱର ପରିଡା, ଶାନ୍ତିଲତା ବାରିକ, ଲକ୍ଷ୍ମୀପ୍ରିୟା

ପଣ୍ଡା, କୁନି ବାରିକ, ସବିତା ସାହୁ, ମିନାକ୍ଷୀ ବିଶ୍ୱାଳ, ସୁଲୋଚନା ବେହେରା; ନିମାପଡା ଏନଏସି

ଅନ୍ତର୍ଗତ ୧ ନମ୍ବର ଓ୍ôାର୍ଡର ରମେଶ ଚନ୍ଦ୍ର ପ୍ରଧାନ, ଯଶୋଦା ନନ୍ଦନ ରଥ, ଗୈାରାଙ୍ଗ ସ୍ୱାଇଁ, ପ୍ରମୋଦ ରାଉତ, ଶୂର୍ଯ୍ୟନାରାୟାଣ ମହାପାତ୍ର; ୪ ନମ୍ବର ଓ୍ôାର୍ଡର ରବିନ୍ଦ୍ର

ମଲ୍ଲିକ, ନାରାୟଣ ଦାସ, ସୂର୍ଯ୍ୟକାନ୍ତ

ମହାନ୍ତି, ପରମାନନ୍ଦ ଭୋଇ, ରଂଜିତ ମଲ୍ଲିକ

ପ୍ରମୁଖ ବିଜେଡି ଓ କଂଗ୍ରେସ ନେତୃବୃନ୍ଦ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ

ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଗଂଜାମ ଜିଲ୍ଲା ଛତ୍ରପୁର ମ୍ୟୁନିସିପାଲିଟିର ବରିଷ୍ଠ

କମ୍ୟୁନିଷ୍ଟ ନେତା ଶ୍ରୀ ରଂଜନ ମହାପାତ୍ର, ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଜି.ପାପା ରାଓ, କାଉନସିଲର ଶ୍ରୀମତୀ

ମାମା ସେଠୀ, ଶ୍ରୀମତୀ ଡି.ଇନ୍ଦୁ, ଶ୍ରୀମତୀ ମମତା

ପାତ୍ର, ଶ୍ରୀ କେ.ରମେଶ ରାଓ, ଶ୍ରୀମତୀ

ପ୍ରତିଛନ୍ଦା ସାମଲ,

ଶ୍ରୀ ଦେବାଶିଷ ମିଶ୍ର, ଶ୍ରୀ ସନ୍ତୋଷ ସେଠୀ, ଶ୍ରୀ ବି.ନିଶ୍ଚଳା

ସ୍ୱାମୀ, ଶ୍ରୀ ସୁମନ୍ତ

କୁମାର ନାହକ, ପୂର୍ବତନ

ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷ ଅମିତା ସାହୁ, ବରିଷ୍ଠ ବିଜେଡି

ନେତା ସୁଶାନ୍ତ ସାହୁ, ସନମୁଖ ରାଓ ପଟ୍ଟନାୟକ, ବି.ଗୋପାଲ ସ୍ୱାମୀ, ଯୁବନେତା ଅକ୍ଷୟ ସ୍ୱାଇଁ, ଗୋପାଲପୁର ପୋର୍ଟ

ମଜଦୁର ସଂଘ ସଭାପତି ଏମ.ଆର୍ୟା, ଉପସଭାପତି ବି.କ୍ରିଷ୍ଣା, କୋଷାଧ୍ୟକ୍ଷ

ଏନ.କ୍ରିଷ୍ଣା, ସଂଘର ନେତା ଏଲ.ଆର୍ୟା, ପି.ପୋଲେୟା, ଛତ୍ରପୁର ଏନଏସିର

ପୂର୍ବତନ ଉପାଧ୍ୟକ୍ଷ ଜି.ଆରତୀ ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିର ଅନ୍ୟନାମ ବିକାଶ । ବିକାଶକୁ ତ୍ୱରାନ୍ୱିତ କରିବା ଦାୟିତ୍ୱ

ଆମ ସମସ୍ତଙ୍କର । ଏହି କାରଣରୁ ବିଜେପି ଆଜି ସମଗ୍ର ଭାରତବର୍ଷରେ ଆଦୃତ ହୋଇ ବିଶ୍ୱର ସର୍ବବୃହତ୍

ରାଜନୈତିକ ଦଳ ଭାବେ ପ୍ରତିଷ୍ଠା ଲାଭ କରିଛି । ବିଜେପି ଏକ କାର୍ଯ୍ୟକର୍ତା ଆଧାରିତ ଦଳ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ବିଶ୍ୱର ସବୁଠାରୁ ବଡ

ରାଜନୈତିକ ଦଳ ହୋଇପାରିଛି । ଅନେକ ମହାପୁରୁଷଙ୍କ ବଳିଦାନ ଓ କାର୍ଯକର୍ତାଙ୍କ ପ୍ରଚେଷ୍ଠାରୁ ଆଜି

ବିଜେପିର ସଙ୍ଗଠନ ମଜଭୁତ୍ ହୋଇଛି । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଯାହା ସବୁ

ପ୍ରତିଶ୍ରୁତି ଦେଇଥିଲା, ଗୋଟିଏ ପରେ ଗୋଟିଏ ପୂରଣ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି

। ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ “ନିର୍ବାଚନୀ ଘୋଷଣାନାମା”ରେ

ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ଆମେ ପୂରଣ କରିଛୁ । ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖି

ପାର୍ଟିର ବିଚାରଧାରା, ଆଦର୍ଶ ଏବଂ ବିଜେପି ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମ ଯୋଜନାକୁ

ଲୋକଙ୍କ ପାଖରେ ପହଁଚାଇବା ଆମ ସମସ୍ତଙ୍କର ମୂଳ ଲକ୍ଷ୍ୟ । ଏହି ଯୋଗଦାନ ଦ୍ୱାରା ରାଜ୍ୟରେ

ବିଜେପି ସଂଗଠନ ଆହୁରି ମଜଭୁତ ହୋଇଛି । ନୂତନ ଓ ଆମର ପୂରୁଣା କାର୍ଯ୍ୟକର୍ତାଙ୍କ ସହାୟତାରେ

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ

ମାଝୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଘରେ ଘରେ ପହଂଚାଇବା ବୋଲି ରାଜ୍ୟ କାର୍ଯ୍ୟାଳୟରେ

ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗଦେଇ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ

କହିଛନ୍ତି ।

ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ସମସ୍ତ

ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି । ଏହି

ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ରାଜ୍ୟ ଉପସଭାପତି

ଶ୍ରୀ ଅଶୋକ ମିଶ୍ର,

ଡ.ଯତୀନ ମହାନ୍ତି ଓ ଶ୍ରୀ ବିଷ୍ଣୁ ଦାସ, ରାଜ୍ୟ ସାଧାରଣ

ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ସାଂସଦ ଶ୍ରୀ ସୁଜିତ କୁମାର, ବିଧାୟକ

କୃଷ୍ଣଚନ୍ଦ୍ର ନାୟକ,

ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା, ପୁରୀ ଜିଲ୍ଲା

ସଭାପତି ଡା.ଦେବେନ୍ଦ୍ର ତରାଇ, ଗଂଜାମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ପ୍ରମୁଖ

ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande