ନୂଆଦିଲ୍ଲୀ କେନ୍ଦ୍ରୀୟ ଜଳ ଶକ୍ତି ସମିଟ୍- ଓଡ଼ିଶାର ଜଳ ଭିତ୍ତିଭୂମି ଓ ଜଳସେଚନ ସଫଳତା ଉପସ୍ଥାପନ କଲେ  ମୁଖ୍ୟମନ୍ତ୍ରୀ
୨ ବର୍ଷରେ ୫୪,୦୦୦ କୋଟିର ଜଳ ଭିତ୍ତିଭୂମି ମଞ୍ଜୁର, ୩.୨ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଶେଷହୋଇଛି ୭୭୦ ନୂଆ ଚେକ୍ ଡ୍ୟାମ୍ ଓ ୯ଟି ଆଇଏସଏସପ୍ରକଳ୍ପ କୃଷକଙ୍କ ବିକାଶ ପାଇଁ ଗାଁ ଗାଁରେ ସୋଲାର ଓ ଡିପ୍ ବୋରୱେଲ୍ସ, ଶଶକ୍ତ ହେଉଛନ୍ତି ୪୦,୦୦୦ରୁ ଊର୍ଦ୍ଧ୍ୱ ପାଣି ପଞ୍ଚା
ନୂଆଦିଲ୍ଲୀ କେନ୍ଦ୍ରୀୟ ଜଳ ଶକ୍ତି ସମିଟ୍- ଓଡ଼ିଶାର ଜଳ     ଭିତ୍ତିଭୂମି ଓ ଜଳସେଚନ ସଫଳତା ଉପସ୍ଥାପନ କଲେ      ମୁଖ୍ୟମନ୍ତ୍ରୀ


୨ ବର୍ଷରେ ୫୪,୦୦୦ କୋଟିର ଜଳ ଭିତ୍ତିଭୂମି ମଞ୍ଜୁର, ୩.୨ ଲକ୍ଷ ହେକ୍ଟର

ଜମିକୁ ଜଳସେଚନ

ଶେଷହୋଇଛି ୭୭୦ ନୂଆ ଚେକ୍ ଡ୍ୟାମ୍ ଓ ୯ଟି ଆଇଏସଏସପ୍ରକଳ୍ପ

କୃଷକଙ୍କ ବିକାଶ ପାଇଁ ଗାଁ ଗାଁରେ ସୋଲାର ଓ ଡିପ୍ ବୋରୱେଲ୍ସ, ଶଶକ୍ତ ହେଉଛନ୍ତି

୪୦,୦୦୦ରୁ ଊର୍ଦ୍ଧ୍ୱ

ପାଣି ପଞ୍ଚାୟତ - ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୦୨ ସେପ୍ଟେମ୍ବର (ହି.ସ) ଓଡ଼ିଶାର

ଅର୍ଥନୀତି କୃଷି ପ୍ରଧାନ ହୋଇଥିବାରୁ ଜଳ ସୁରକ୍ଷା ଓ ସିଞ୍ଚନର ବିକାଶକୁ ଆମ ସରକାର ସବୁଠାରୁ

ଅଧିକ ପ୍ରାଥମିକତା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୪,୦୦୦ କୋଟି ଟଙ୍କାର

ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଇଛି ଏବଂ ଅତି କମ୍ ସମୟ ମଧ୍ୟରେ ୩,୨୦,୦୦୦ ହେକ୍ଟର

ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ବୋଲି ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଜଳ ଶକ୍ତି

ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ବିଭାଗୀୟ ସମିଟ୍ରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ

ମାଝୀ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଜଳ ଶକ୍ତି

ମନ୍ତ୍ରୀ ଶ୍ରୀ ସି.ଆର୍. ପାଟିଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେବ ସାୟଙ୍କ

ସମେତ ବିଭିନ୍ନ ରାଜ୍ୟର ଜଳ ସମ୍ପଦ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ

ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ

ରାଜ୍ୟର ଜଳ ସଂରକ୍ଷଣ, ଭୂ-ଜଳ ପରିଚାଳନା ଏବଂ ଭିତ୍ତିଭୂମି ବିକାଶର ବ୍ୟାପକ

ସଫଳତା ଉପସ୍ଥାପନ କରିଛନ୍ତି।

ସୂଚନାଯୋଗ୍ୟଯେ ରାଜ୍ୟର ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ

୭୭୦ଟି ନୂତନ ଚେକ୍ ଡ୍ୟାମ୍ ଓ ୯ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର (ISS) କାର୍ଯ୍ୟ ଶେଷ

ହୋଇଥିବା ବେଳେ ୧,୩୧୨ଟି ପୁରୁଣା

ଚେକ୍ ଡ୍ୟାମ୍ର ପୁନରୁଦ୍ଧାର କରାଯାଇଛି। ଏହା ସହିତ ଗୋଟିଏ ଡ୍ୟାମ୍, ଗୋଟିଏ ବ୍ୟାରେଜ୍, ୨ଟି

ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଡିଷ୍ଟ୍ରିବ୍ୟୁସନ୍ ନେଟୱାର୍କ, ୬ଟି ମେଗା ଲିଫ୍ଟ ଓ ୩୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ

ସମ୍ପୂର୍ଣ୍ଣ ହୋଇଛି। ଆଗାମୀ ବର୍ଷକ ମଧ୍ୟରେ ଆଉ ୧୪ଟି ISS ପ୍ରକଳ୍ପ ଏବଂ ୬ଟି ମିଡିଅମ୍

ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ। ବର୍ତ୍ତମାନ ୫ଟି ନୂଆ ମେଜର ଓ ମିଡିଅମ୍, ୫୮ଟି ମେଗା ଲିଫ୍ଟ

ଏବଂ ୫ଟି ନୂଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।

ଗ୍ରାମାଞ୍ଚଳ ଓ କୃଷି କ୍ଷେତ୍ରକୁ ସହାୟତା ପାଇଁ ୩,୨୨୪ଟି କମ୍ୟୁନିଟି

ଲିଫ୍ଟ ଇରିଗେସନ୍,

୨୦,୨୨୮ଟି ଡିପ୍ ବୋରୱେଲ୍ ଏବଂ ୮,୯୧୭ଟି ସୋଲାର ଡିପ୍

ବୋରୱେଲ୍ ନିର୍ମାଣ କରାଯାଇଛି। ଭୂ-ଜଳ ସ୍ଥିରତା ବଜାୟ ରଖିବା ପାଇଁ ‘ଛାତ’ ଯୋଜନାରେ ୨୦,୦୦୦ ରୁଫ୍ଟପ୍

ରେନ୍ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ଏବଂ ‘ଅରୁଆ’ ଯୋଜନାରେ ୧,୨୦୦ଟି ରିଚାର୍ଜ

ସାଫ୍ଟ ସମ୍ପୂର୍ଣ୍ଣ ହୋଇଛି। ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ୪୦,୦୦୦ରୁ ଊର୍ଦ୍ଧ୍ୱ

‘ପାଣି ପଞ୍ଚାୟତ’କୁ ସଶକ୍ତ କରାଯାଉଛି। ଏହିସବୁ

ପଦକ୍ଷେପ ପାଇଁ ପୂର୍ବରୁ ପଞ୍ଚମ ରାଷ୍ଟ୍ରୀୟ ଜଲ୍ ପୁରସ୍କାରରେ ଓଡ଼ିଶା ‘ସର୍ବଶ୍ରେଷ୍ଠ ରାଜ୍ୟ’

ଭାବେ ଘୋଷିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବହୁ ପ୍ରତୀକ୍ଷିତ ‘କାନୁ ପୁର ପ୍ରକଳ୍ପ’ର ସଫଳ ସମାପ୍ତି ବିଷୟରେ

ମୁଖ୍ୟମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି। ୨୦୦୩-୦୪ରୁ ଅଟକି ରହିଥିବା ଏହି ପ୍ରକଳ୍ପର

ସ୍ଥାନୀୟ ମା' ଶାଳବଣୀ

ଈଷ୍ଟଦେବୀଙ୍କ ପୀଠର ସମ୍ମାନଜନକ ସ୍ଥାନାନ୍ତର, ଏନଏଚଏଆଇସହ ସମନ୍ୱୟ ଏବଂ ସିଡବ୍ଲୁସିଓ ଆଇଆଇଟିରୁର୍କୀର ବୈଷୟିକ

ସହାୟତାରେ ପ୍ଲାଷ୍ଟିକ୍ କଟ୍-ଅଫ୍ ୱାଲ୍ ନିର୍ମାଣ କରି ସମସ୍ତ ସମସ୍ୟାର ସମାଧାନ କରାଯାଇଛି।

ଅଗଷ୍ଟ ୩୧ ସୁଦ୍ଧା ଏହି ଡ୍ୟାମ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଆସନ୍ତା ବର୍ଷକ

ମଧ୍ୟରେ କେନାଲ ନେଟୱାର୍କ ଶେଷ ହୋଇ ୨୫,୦୦୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦିଆଯିବ। ଡବଲ୍

ଇଞ୍ଜିନ୍ ସରକାରଙ୍କ ମାର୍ଗଦର୍ଶନରେ ଓଡ଼ିଶା ଜଳ ସମ୍ପଦର ଉତ୍କୃଷ୍ଟ ପ୍ରବନ୍ଧନ କରି

ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande