ଏସିଆନ ଗେମ୍ସରେ ଭାରତକୁ ରୌପ୍ୟ, ଶୁଟରଙ୍କୁ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.) ଏସିଆନ ଗେମ୍ସ ୨୦୨୬ର ମହିଳା ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଶୁଟର ସୋନମ ଉତ୍ତମ ମାସ୍କର, ଏଲାଭେନିଲ ଭାଲାରିଭାନ ଏବଂ ବିଦର୍ଷା କେ. ବିନୋଦଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.) ଏସିଆନ ଗେମ୍ସ ୨୦୨୬ର ମହିଳା ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଶୁଟର ସୋନମ ଉତ୍ତମ ମାସ୍କର, ଏଲାଭେନିଲ ଭାଲାରିଭାନ ଏବଂ ବିଦର୍ଷା କେ. ବିନୋଦଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ତିନି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ପାଇଁ ଗୌରବ ଆଣିଥିବାରୁ ପ୍ରଶଂସା କରିଛନ୍ତି।

ଏଥିସହ ମହିଳା ୧୦ ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ରୌପ୍ୟ ପଦକ ଜିତିଥିବା ଏଲାଭେନିଲ ଭାଲାରିଭାନଙ୍କୁ ମୁଖ୍ୟମନ୍ତ୍ରୀ ବିଶେଷ ଅଭିନନ୍ଦନ ଜଣାଇଛନ୍ତି। ଟିମ୍ ଇଭେଣ୍ଟ ସହ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ରୌପ୍ୟ ପଦକ ଜିତି ଏଲାଭେନିଲ ଦ୍ୱିତୀୟ ପଦକ ହାସଲ କରିଥିବାରୁ ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି ସେ ଉଲ୍ଲେଖ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande