ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ଗାଈ ଖୋଜିବାକୁ ଯାଇ ଘରକୁ ଫେରିନଥିଲେ
ଭଦ୍ରକ, ୨୦ ସେପ୍ଟେମ୍ବର (ହି.ସ.) - ଶନିବାର ଠାରୁ ଗାଈ ଖୋଜିବାକୁ ଯାଇ ଆଉ ଘରକୁ ଫେରିନଥିଲେ।ରବିବାର ସକାଳ ଗାଁ ପାଖ ଆମ୍ବ ପାଣି ନାଳ ରେ ଧାମନଗର ବ୍ଲକ ଦେହୁଡ଼ି ଆନନ୍ଦପୁର ପଂଚାୟତ ପାହାଡ ପୁର ଗ୍ରାମର କେଶବ ଚନ୍ଦ୍ର ମିଶ୍ର ଙ୍କ ପୁଅ ବିରଂଚି ମିଶ୍ର ( ୨୬) ଙ୍କ ମୃତ ଦେହ ଭାସୁଥିବା ନେଇ ସ୍ଥାନୀୟ ଲୋ
NIKHOJ JUBAK MRUTADEHA UDHAR


ଭଦ୍ରକ, ୨୦ ସେପ୍ଟେମ୍ବର (ହି.ସ.) - ଶନିବାର ଠାରୁ ଗାଈ ଖୋଜିବାକୁ ଯାଇ ଆଉ ଘରକୁ ଫେରିନଥିଲେ।ରବିବାର ସକାଳ ଗାଁ ପାଖ ଆମ୍ବ ପାଣି ନାଳ ରେ ଧାମନଗର ବ୍ଲକ ଦେହୁଡ଼ି ଆନନ୍ଦପୁର ପଂଚାୟତ ପାହାଡ ପୁର ଗ୍ରାମର କେଶବ ଚନ୍ଦ୍ର ମିଶ୍ର ଙ୍କ ପୁଅ ବିରଂଚି ମିଶ୍ର ( ୨୬) ଙ୍କ ମୃତ ଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।ଘଟଣା ସ୍ଥଳରେ ଧାମନଗର ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ମୃତ ଦେହ ଉଦ୍ଧାର କରିଥିଲେ।ପୋଲିସ କେସ ନଂ ୧୯/୨୬ଏକ ଅପମୃତ ମାମଲା କରି ଘଟଣାର ତଦନ୍ତ କରୁଛି।ସୂଚନା ଅନୁଯାୟୀ ଧାମନଗର ବ୍ଲକ ଦେହୁଡ଼ି ଆନନ୍ଦପୁର ପଂଚାୟତ ପାହାଡ ପୁର ଗ୍ରାମର ବିରଂଚି ମିଶ୍ର ( ୨୭) ଗତ ଶନିବାର ଗାଈ ଖୋଜିବାକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ବିରଂଚି ନଫେରିବା ନେଇ ପରିବାର ଲୋକେ ବନ୍ଧୁ ବାନ୍ଧବ,ସାଇପଡ଼ିଶା ଓ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ ।ରବିବାର ସକାଳ ଗାଁ ପାଖ ଆମ ନାଳ ରେ ବିରଂଚିଙ୍କ ମୃତ ଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଓ ଆଖପାଖ ଅଂଚଳର ଲୋକେ ଜମା ହୋଇଯାଇଥିଲେ ।ଖବର ପାଇ ଧାମନଗର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପୋଲିସ ପଠାଇଥିଲା । ମୃତ ବିରଂଚି ଜଣେ ମେଳାପୀ ବ୍ୟକ୍ତି ଥିଲେ।ଗାଁ ଛକ ରେ ଏକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ଏହି ଦୁଃଖଦ ଖବର କୁ ନେଇ ଗ୍ରାମ ତଥା ଆଖପାଖ ଅଂଚଳର ଉକ୍ତ ନାଳ ନିକଟରେ ରୁଣ୍ଡ ହେବା ସହ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande