


ବଲାଙ୍ଗିର, 20 ସେପ୍ଟେମ୍ବର (ହି.ସ.)
ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୁଗୁଡ଼ିଖାଳ ସ୍ଥିତ ସପ୍ତାହିକ ବଜାର ପ୍ରାଙ୍ଗଣରେ ବିଜେପି ପକ୍ଷରୁ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଝାରସୁଗୁଡା ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ, ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଧରମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ର ଗଣପର୍ବ ନୁଆଁଖାଇ ବାବଦରେ ସୁ ଚିନ୍ତିତ ମତ ପ୍ରଦାନ କରିଥିଲେ lପ୍ରଥମେ ଅତିଥି ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଗଲା l ଏହାସହ ଅତିଥି ମାନେ ଇଷ୍ଟଦେବୀ ଙ୍କ ଫଟୋ ରେ ପୁଷ୍ପ ଦେଇ ଦୀପ ପ୍ରଜ୍ବଳନ କରିଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯାହାକି ଡାଲଖାଇ ରସରକେଲି ନୃତ୍ୟ ପରିବେଶଣ କୁ ମନୋରଞ୍ଜନ କରିଥିଲେ l ନୁଆଁଖାଇ ପର୍ବ ହେଉଛି ପଶ୍ଚିମ ଓଡିଶା ର ମୁଖ୍ୟପର୍ବ ଯାହାକି ବର୍ତମାନ ଭାରତ ସମେତ ବିଶ୍ୱ ରେ ଏହି ଗଣପର୍ବ କୁ ମନାଯାଉଛି l ଏହା ହେଉଛି ଭାଇଚାରା ର ପର୍ବ l ରାଗ ରୋଷ କୁ ଦୂରକରି ପାରିବାରିକ ମିଳନ ତଥା ବନ୍ଧୁତ୍ବ ର ପର୍ବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l ଅତିଥି ବୃନ୍ଦ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମହାଳିଙ୍ଗ ଙ୍କ ଏଭଳି କାର୍ଯ୍ୟକ୍ରମ କୁ ଦେଖି ଖୁବ ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ବିଜେପି କାର୍ଯ୍ୟକର୍ତା ସମେତ ବହୁ ସଂଖ୍ୟାରେ ଜନସାଧାରଣ ଏହି ଗଣପର୍ବ ନୁଆଁଖାଇ ଭେଟଘାଟ ରେ ଯୋଗ ଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ