
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.) । ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ନୃସିଂହନାଥ ଆଇଓସିଏଲ୍ ପଡ଼ିଆରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ପକ୍ଷରୁ ଆୟୋଜିତ ‘ନୂଆଁଖାଇ ଭେଟଘାଟ ୨୦୨୬’ ଏବଂ ରାଜ୍ୟ ଆୟୋଜନ ସମିତିର ଶପଥ ଗ୍ରହଣ ସମାବେଶ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ମହାସଭାର ବରିଷ୍ଠ ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସହ ଯୋଗ ଦେଇଥିଲେ। ମନ୍ତ୍ରୀ ନାୟକ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ନାୟକ କହିଛନ୍ତି ଯେ, ନୂଆଁଖାଇ ଭେଟଘାଟ ଏକତା, ଭାଇଚାରା ଓ ବନ୍ଧୁତ୍ୱର ଏକ ଅପୂର୍ବ ମିଳନର ପର୍ବ। ଏହି ପବିତ୍ର ପର୍ବ ମାଟି, ପରମ୍ପରା ଓ କୃଷକଙ୍କ ପରିଶ୍ରମ ପ୍ରତି ସମ୍ମାନର ପ୍ରତୀକ ବୋଲି ସେ ଉଲ୍ଲେଖ କରିଛନ୍ତି।
ନୂଆଁଖାଇ ଭେଟଘାଟ ଅବସରରେ ସମସ୍ତଙ୍କ ସହ ମିଳିତ ହେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ମନ୍ତ୍ରୀ ନାୟକ ନିଜ ପୋଷ୍ଟରେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ