କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ୧୬୩ ବର୍ଷ ପୂର୍ତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ବିଭିନ୍ନ କମିଟି ଗଠନ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଓ ଆର୍ôଥକ ସହଭାଗିତା ପାଇଁ ଆହ୍ୱାନ କେନ୍ଦ୍ରାପଡ଼ା, ୨୦ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଗୌରବମୟ ୧୬୩ ବର୍ଷର ସେବା, ପରମ୍ପରା ଓ ଉତ୍କର୍ଷକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୯ ନଭେମ୍ବର ୨୦୨୬ରେ ହେବାକୁ ଥ
---------------କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ୧୬୩ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ


ବିଭିନ୍ନ କମିଟି ଗଠନ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଓ ଆର୍ôଥକ ସହଭାଗିତା ପାଇଁ ଆହ୍ୱାନ

କେନ୍ଦ୍ରାପଡ଼ା, ୨୦ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଗୌରବମୟ ୧୬୩ ବର୍ଷର ସେବା, ପରମ୍ପରା ଓ ଉତ୍କର୍ଷକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୯ ନଭେମ୍ବର ୨୦୨୬ରେ ହେବାକୁ ଥିବା ଭବ୍ୟ ଉତ୍ସବର ପ୍ରସ୍ତୁତି ନିମନ୍ତେ ଆଜି ବିଦ୍ୟାଳୟ ପରିସରରେ ଏକ ବୃହତ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରାତନ ଛାତ୍ର ସଂଘର ସଭାପତି ଶ୍ରୀ ଅମୀୟ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ମଂଚରେ କାର୍ଯ୍ୟକାରୀ ସଭାପତି ଶ୍ରୀ ସୟଦ ଅକମଲ ଅଲୀ, ସମ୍ପାଦକ ଶ୍ରୀ ଚିତରଞ୍ଜନ ଭଗତ, ଆୟୋଜନ ସମ୍ପାଦକ ଶ୍ରୀ ବିଶ୍ୱଜିତ ରାଉତରାୟ, ଯୁଗ୍ମ ସମ୍ପାଦକ ଶ୍ରୀ ରାଖାଲ ସାମନ୍ତ ଓ ଶ୍ରୀ ଏସ୍.କେ. ଏମ୍. ଫୟାଜୁଦ୍ଦିନ, ଉପଦେଷ୍ଟା ଶ୍ରୀ ସୟଦ ଜାହିଦ୍ ଏବଂ ମୁଖ୍ୟ ଉପଦେଷ୍ଟା ଡଃ ବିଶ୍ୱରଞ୍ଜନ କାନୁନ୍ଗୋ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ କମିଟି ଗଠନ୧୬୩ ବର୍ଷ ପୂର୍ତି ଉତ୍ସବକୁ ସୁଚାରୁ, ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ପାଇଁ ବୈଠକରେ ବିଭିନ୍ନ କମିଟି ଗଠନ ଓ ଦାୟିତ୍ୱ ବଂଟନ ଉପରେ ଆଲୋଚନା ହୋଇଥିଲା। ଏଥିରେ- ସ୍ୱାଗତ ଓ ଅଭ୍ୟର୍ଥନା କମିଟିମୁଖ୍ୟ ଆୟୋଜନ କମିଟି, ଅତିଥି ଚୟନ ଯୋଗାଯୋଗ କମିଟି, ଅର୍ଥ କମିଟି, ସ୍ମରଣିକା କମିଟି, ସମେତ ଅନ୍ୟାନ୍ୟ ଆବଶ୍ୟକ କମିଟି ଗଠନ କରାଯିବା ନେଇ ନିଷ୍ପତି ହୋଇଥିଲା। କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତ୍ୟେକ ବ୍ୟାଚରୁ ଦୁଇଜଣ ପୁରାତନ ଛାତ୍ରଙ୍କୁ ବିଭିନ୍ନ କମିଟିରେ ସାମିଲ କରି ଉତ୍ସବକୁ ସମସ୍ତଙ୍କ ମିଳିତ ପ୍ରୟାସରେ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟଯୋଜନା ଉପସ୍ଥାପନ ବୈଠକରେ ଯୁଗ୍ମ ସମ୍ପାଦକ(ଆୟୋଜନ) ଶ୍ରୀ ଏମ୍.ଡି. ଅସଗର ଅଲୀ ଉତ୍ସବର ସମ୍ପୂର୍ଣ୍ଣ କାର୍ଯ୍ୟଯୋଜନା, ସମୟସୂଚୀ, କମିଟିଭିତିକ ଦାୟିତ୍ୱ ଓ ଆଗାମୀ କାର୍ଯ୍ୟକ୍ରମର ରୂପରେଖା ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ସମସ୍ତ ପୁରାତନ ଛାତ୍ରଙ୍କୁ ସହଯୋଗ ପାଇଁ ଆହ୍ୱାନ ବୈଠକରେ ଉପସ୍ଥିତ ସଦସ୍ୟମାନେ ମତପ୍ରକାଶ କରି କହିଥିଲେ ଯେ, ଏହି ଐତିହାସିକ ଉତ୍ସବ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ବିଦ୍ୟାଳୟର ୧୬୩ ବର୍ଷର ଗୌରବମୟ ଇତିହାସ ଓ ଅସଂଖ୍ୟ ପୁରାତନ ଛାତ୍ରଙ୍କ ସ୍ମୃତିର ଏକ ମିଳନ ଉତ୍ସବ। ଏହି ମହାନ ଆୟୋଜନକୁ ସଫଳ କରିବା ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଶାରୀରିକ ଉପସ୍ଥିତି, ସକ୍ରିୟ ସହଯୋଗ, ଆର୍ôଥକ ସହାୟତା ଓ ନିଜସ୍ୱ ଅବଦାନ ଦେବାକୁ ଆହ୍ୱାନ କରାଯାଇଥିଲା। ଦେଶ-ବିଦେଶ ଓ ବିଭିନ୍ନ ସ୍ଥାନରେ ରହୁଥିବା ସମସ୍ତ ପୁରାତନ ଛାତ୍ରଙ୍କ ସହଯୋଗ ଓ ସମର୍ଥନ ଆଶା କରାଯାଇଛି। ବୈଠକରେ ୨୦୦ରୁ ଅଧିକ ପୁରାତନ ଛାତ୍ର ଓ ସଦସ୍ୟ ଯୋଗଦେଇ ଏହି ଐତିହାସିକ ଆୟୋଜନ ପ୍ରତି ନିଜର ଉତ୍ସାହ ଓ ସମର୍ଥନ ପ୍ରକାଶ କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ଚିତରଞ୍ଜନ ଭଗତ ଉପସ୍ଥିତ ସମସ୍ତ ସଦସ୍ୟ, ପୁରାତନ ଛାତ୍ର ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। “ଏକ ବିଦ୍ୟାଳୟ - ଏକ ପରିବାର- ୧୬୩ ବର୍ଷର ଗୌରବ” ଆସନ୍ତୁ, ସମସ୍ତେ ମିଶି ଏହି ଐତିହାସିକ ଉତ୍ସବକୁ ସ୍ମରଣୀୟ କରିବା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande