
ଗଂଜାମ, 20 ସେପ୍ଟେମ୍ବର (ହି.ସ.)ବ୍ରହ୍ମପୁର ବି. ସଦର ଥାନା ଅନ୍ତର୍ଗତ ରୋହିଗାଁରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକ ଓ ତାଙ୍କ ପରିବାରକୁ ଆକ୍ରମଣ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଵ୍ରହ୍ମପୁର ବି. ସଦର ଥାନା କେସ ନଂ ୫୯୧/୨୦୨୬। ଗତ ୧୮.୦୯.୨୦୨୬ ସନ୍ଧ୍ୟା ୭ଟା ବେଳେ ରୋହିଗାଁର ବିଶ୍ୱମିତ୍ର ଜେନା ଓରଫ ବାଚନ (୩୫) ଙ୍କୁ କିଛି ଲୋକ ତାଙ୍କ ଘର ବାହାରେ ଅଶ୍ଳୀଳ ଗାଳିଗୁଲଜ କରି ଲୁହା ପଞ୍ଚ ଓ ବାଡ଼ିରେ ମାଡ଼ ମାରିଥିଲେ। ପରିବାର ଲୋକ ବଞ୍ଚାଇବାକୁ ଆସିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମାରିବା ସହ ମୋବାଇଲ ଭାଙ୍ଗି ହତ୍ୟା ଧମକ ଦେଇ ଫେରାର ହୋଇଯାଇଥିଲେ।
ଆହତ ଅଭିଯୋଗକାରୀଙ୍କ ମୁହଁ ଓ କାନରେ ଗଭୀର ଆଘାତ, ମା'ଙ୍କ ଗୋଡ, ଅଣ୍ଟା ଓ ଛାତିରେ ଏବଂ କକାଙ୍କ ମୁହଁ ଓ ଛାତିରେ ଆଘାତ ଲାଗିଛି। ଅଭିଯୋଗ ପରେ ବି. ସଦର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ