ସମ୍ବଲପୁରରେ ଜୋରଦାର ନିଶାମୁକ୍ତ ଓଡ଼ିଶା ଅଭିଯାନ: କୋଡିନ୍ୟୁକ୍ତ କଫ୍ ସିରପ୍ ଚୋରାଚାଲାଣ ବେଳେ ଗୁଳି ବିନିମୟ, ୨ ଗିରଫ
ସମ୍ବଲପୁରରେ ଜୋରଦାର  ନିଶାମୁକ୍ତ ଓଡ଼ିଶା ଅଭିଯାନ: କୋଡିନ୍ଯୁକ୍ତ କଫ୍ ସିରପ୍ ଚୋରାଚାଲାଣ ବେଳେ ଗୁଳି ବିନିମୟ, ୨ ଗିରଫ
ସମ୍ବଲପୁରରେ ଜୋରଦାର  ନିଶାମୁକ୍ତ ଓଡ଼ିଶା ଅଭିଯାନ: କୋଡିନ୍ଯୁକ୍ତ କଫ୍ ସିରପ୍ ଚୋରାଚାଲାଣ ବେଳେ ଗୁଳି ବିନିମୟ, ୨ ଗିରଫ


ସମ୍ବଲପୁରରେ ଜୋରଦାର  ନିଶାମୁକ୍ତ ଓଡ଼ିଶା ଅଭିଯାନ: କୋଡିନ୍ଯୁକ୍ତ କଫ୍ ସିରପ୍ ଚୋରାଚାଲାଣ ବେଳେ ଗୁଳି ବିନିମୟ, ୨ ଗିରଫ


ସମ୍ବଲପୁରରେ ଜୋରଦାର  ନିଶାମୁକ୍ତ ଓଡ଼ିଶା ଅଭିଯାନ: କୋଡିନ୍ଯୁକ୍ତ କଫ୍ ସିରପ୍ ଚୋରାଚାଲାଣ ବେଳେ ଗୁଳି ବିନିମୟ, ୨ ଗିରଫ


ସମ୍ବଲପୁରରେ ଜୋରଦାର  ନିଶାମୁକ୍ତ ଓଡ଼ିଶା ଅଭିଯାନ: କୋଡିନ୍ଯୁକ୍ତ କଫ୍ ସିରପ୍ ଚୋରାଚାଲାଣ ବେଳେ ଗୁଳି ବିନିମୟ, ୨ ଗିରଫ


ସମ୍ବଲପୁରରେ ଜୋରଦାର  ନିଶାମୁକ୍ତ ଓଡ଼ିଶା ଅଭିଯାନ: କୋଡିନ୍ଯୁକ୍ତ କଫ୍ ସିରପ୍ ଚୋରାଚାଲାଣ ବେଳେ ଗୁଳି ବିନିମୟ, ୨ ଗିରଫ


ସମ୍ବଲପୁର, ୨୦, ସେପ୍ଟେମ୍ବର (ହି.ସ.) - ସମ୍ବଲପୁରରେ ଏବେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ଜୋରଦାର ଗୁରୁତ୍ୱ ଦିଆ ଯାଉଥବା ଦେଖାଯାଇଛି । ଯାହାରା ଅଂଶ ଭାବେ ସମ୍ବଲପୁର ପୋଲିସ ଜିଲ୍ଲାରେ ନିଶାଦ୍ରବ୍ୟର ବେଆଇନ ପରିବହନ, ମହଜୁଦ ଓ ଚୋରାଚାଲାଣ ବିରୋଧରେ ଚଢ଼ାଉ ଓ ରାତ୍ରିକାଳୀନ ପାଟ୍ରୋଲିଂକୁ ପୋଲିସ ଜୋରଦାର କରିଛି। ଗତ ଶନିବାର ବିଳମ୍ବିତ ରାତି ତଥା ଆଜି ପ୍ରତ୍ୟୁଷରେ ରେଙ୍ଗାଲି ଥାନା ପୋଲିସ ନାଇଟ୍ ପାଟ୍ରୋଲିଂ କରୁଥିବା ବେଳେ କଟକ ପଟୁ ଜଙ୍ଗଲ ରାସ୍ତା ଦେଇ କାତରବଗା ଠେଲକୋଲୋଇ ଅଂଚଳକୁ ବିପୁଳ ପରିମାଣର କୋଡିନ୍ୟୁକ୍ତ କଫ୍ ସିରପ୍ ଦୁଇଟି କାର୍ରେ ଚୋରାଚାଲାଣ ହେଉଥିବା ସୂଚନା ପୋଲିସକୁ ମିଳିଥିଲା। ଏହି ସୂଚନା ଆଧାରରେ ପୋଲିସ ଜଙ୍ଗଲା ଗ୍ରାମ ନିକଟ ଜଙ୍ଗଲା–ପାଣ୍ଡୋଲୋଇ ରାସ୍ତାରେ କଡାକଡି ଯାଂଚ ଆରମ୍ଭ କରିଥିଲା। ରବିବାର ଭୋର୍ ୬ଟା ୧୫ ମିନିଟରେ ସନ୍ଦେହ ଜନକ ଅବସ୍ଥାରେ ଦ୍ରୃତଗତିରେ ଯାଉଥିବା ଓଡି ୧୫ ଏଚ୍ ୧୪୩୨ ନମ୍ବର କାର୍କୁ ପୋଲିସ ଅଟକାଇ ଗାଡିର ଚାଳକ ଧମା ଅଂଚଳର ଆଶୁତୋଷ ମେଣ୍ଡାଲିକୁ ଧରିଥିଲା। ଏହି ସୂଯୋଗରେ ଗାଡିରୁ ଅନ୍ୟ ଜଣେ ସନ୍ଦିଗ୍ଧ ନିକଟସ୍ଥ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା । ଏହି ସମୟରେ ପଛରେ ଆସୁଥିବା ଅନ୍ୟ ଏକ ନମ୍ବରବିହୀନ ଏର୍ଟିଗା କାର୍ ଦ୍ରୁତ ଗତିରେ ସଂକୀର୍ଣ୍ଣ ରାସ୍ତାରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଏକ ଗଛରେ ପିଟି ହୋଇ ଯାଇଥିଲା । ଗାଡି଼ି ଚାଳକ ପ୍ରୀତମ ବିଶ୍ୱାଳ ନାମକ ସନ୍ଦିଗ୍ଧ ପୋଲିସର ଉପସ୍ଥିତ ଦେଖି ତୁରନ୍ତ ଗାଡ଼ିରୁ ଓହ୍ଲାଇ ଫେରାର ହେବାକୁ ଉଦ୍ୟମ କରିଥିଲା, ଏହା ଦେଖି ପୋଲିସ ତାର ପିଛା କରିଥିଲା । ପୋଲିସକୁ ପିଛାରୁ ହଟାଇବା ପାଇଁ ପ୍ରୀତମ ପୋଲିସ ଟିମ୍ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲା । ପୋଲିସ ଉପରକୁ ଗୁଳି ନଚଳାଇବାକୁ ବାରମ୍ବାର ପୋଲିସ ପକ୍ଷରୁ ଚେତାବନୀ ଦିଆଯିବା ସହ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା । ହେଲେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଂଚଳର ପ୍ରିତମ୍ ପୋଲିସର କୌଣସି ଚେତାବନୀକୁ ଗୁରୁତ୍ୱ ନଦେଇ ଗୁଳି ଚଳାଇବାରେ ଉଦ୍ୟମରତ ରହିଥିଲା । ଫଳରେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ପୋଲିସ ବାଧ୍ୟ ହୋଇ ପ୍ରିତମ୍ ଉପରକୁ ନିୟନ୍ତ୍ରିତ ଗୁଳି ଚଳାଇଥିଲା। ଏଥିରେ ପ୍ରୀତମର ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିବା ମାତ୍ରେ ସେ ନିଜର ଦେଶୀ ବନ୍ଧୁକକୁ ଫୋପାଡି ସେହିଠାରେ ହିଁ ଆଣ୍ଠେଇ ପଡିଥିଲା । ଘଟଣା ସ୍ଥଳରୁ ପୋଲିସ ପ୍ରିତମକୁ ରକ୍ତାକ୍ତ ଅବସ୍ଥାରେ ଉଠାଇ ଚିକିତ୍ସା ପାଇଁ ତୁରନ୍ତ ରେଙ୍ଗାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରଥିଲା । ଏହି ଘଟଣା ସମ୍ପର୍କରେ ପୋଲିସ କହିଛି ଯେ' ଅଭିଯୁକ୍ତ ପକ୍ଷରୁ ୪ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ପୋଲିସ ପକ୍ଷରୁ ୩ ରାଉଣ୍ଡ ଗୁଳି ଚଳା ଯାଇଥିଲା। ଗଛରେ ପିଟି ହୋଇଥିବା ନମ୍ବର ବିହୀନ ଏର୍ଟିଗା କାରରୁ ୨୦ କାର୍ଟୁନ୍ ୱିନସରେକ୍ସ କୋଡିନ୍ୟୁକ୍ତ କଫ୍ ସିରଫ୍ ଓ ଓଡି ୧୫ ଏଚ୍ ୧୪୩୨ କାରରୁ ୪ କାର୍ଟୁନ୍ ୱିନସରେକ୍ସ କଫ୍ ସିରଫ୍, ଗୋଟିଏ ଦେଶୀ ନିର୍ମିତ ୯ ମି.ମି. ପିସ୍ତଲ, ୭ଟି ଖାଲି କାର୍ଟ୍ରିଜ୍ ପୋଲିସ ଜବତ କରିଛି । ଗାଡ଼ିରେ ଚୋରା ଚାଲାଣ ହେଉଥିବା ଏହି କଫ୍ ସିରଫ ଗୁଡିକ ଅତି ଉଚ୍ଚ ମାନର କାର୍ଟୁନ୍ ପ୍ୟାକିଙ୍ଗରେ ଥିବା ଦେଖିବାକୁ ମିଳିଥିଲା । ଜବତ୍ ହୋଇଥିବା ସିରଫ୍ କେତେ ବୋତଲ, ମୋଟ ପରିମାଣ ଓ ରାସାୟନିକ ଗଠନର ଯାଂଚ ପୋଲିସ ପକ୍ଷରୁ ଜାରି ରହିଛି। ଏହି ଚୋରାଚାଲାଣର ଉତ୍ସ, ଯୋଗାଣ ଶୃଙ୍ଖଳ, ଗନ୍ତବ୍ୟସ୍ଥଳ ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସେହିପରି ଗାଡ଼ିରୁ ଡେଇଁ ଜଙ୍ଗଲକୁ ଚମ୍ପଟ ମାରିଥିବା ବ୍ୟକ୍ତିର ପରିଚୟ ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପୋଲିସ ପକ୍ଷରୁ ଜୋରଦାର ତନାଘନା ଜାରି ରହିଛି। ସୂଚନାଯୋଗ୍ୟ ପ୍ରିତମର ଘର କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଂଚଳରେ ହୋଇଥିଲେ ମଧ୍ୟ ସେ ଗତ କିଛି ବର୍ଷ ଧରି ଭୁବନେଶ୍ୱରର ବାଲିଅନ୍ତା ଅଂଚଳରେ ରହୁଥିବା ଜଣାପଡିଛି। ପୂର୍ବରୁ ସେ କୌଣସି ନିଶା କାରବାରରେ ସମ୍ପୃକ୍ତ ନା ନାହିଁ ସେ ନେଇ ଅଦ୍ୟାବଧି କୌଣସି ସଠିକ୍ ତଥ୍ୟ ମିଳିନଥିଲେ ମଧ୍ୟ ପୋଲିସର ସବିଶେଷ ତଦନ୍ତ ପରେ ଜଣାପଡ଼ିବ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande