ମାଲକାନଗିରିରୁ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ଆଭାସୀ ମାଧ୍ୟମରେ ଉଦ୍ଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ
ମାଲକାନଗିରି,୨୦ ସେପ୍ଟେମ୍ବର (ହି.ସ.)ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଓ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଲକାନଗିରି ଜିଲ୍ଲାରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ରାଜ୍ୟର ଉପ-ମୁଖ୍ୟମନ୍
ମାଲକାନଗିରିରୁ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ଆଭାସୀ ମାଧ୍ୟମରେ ଉଦ୍ଘାଟନ କଲେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ


ମାଲକାନଗିରି,୨୦ ସେପ୍ଟେମ୍ବର (ହି.ସ.)ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଓ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ

ମାଲକାନଗିରି ଜିଲ୍ଲାରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଭବ୍ୟ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ମାଲକାନଗିରି ଜିଲ୍ଲାର ଦୁଇ ଜଣ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରି ସମସ୍ତ ଶ୍ରଦ୍ଧାଳୁଙ୍କ ମଙ୍ଗଳମୟ ଜଗନ୍ନାଥ ଦର୍ଶନ କାମନା କରିଥିଲେ। ସ୍ଥାନୀୟ ସଂସ୍କୃତି ଭବନ ପରିସରରୁ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ୪୯୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ପୁରୀ ଅଭିମୁଖେ ଯାତ୍ରା କରିବାକୁ ଥିବା ରାଜ୍ୟ ସଡ଼କ ପରିବହନ ନିଗମର ବସଗୁଡ଼ିକୁ ପତାକା ଦେଖାଇ ଯାତ୍ରାର ଆରମ୍ଭ କରାଯାଇଛି। ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବସ୍ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାମାରୀ ଟାଙ୍ଗୁଲୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡି, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଚିତ୍ରକୋଣ୍ଡା ବିଧାୟକଙ୍କ ପ୍ରତିନିଧି ଗୋବିନ୍ଦ ପାତ୍ର ଏବଂ ସାଂସଦଙ୍କ ପ୍ରତିନିଧି ସଞ୍ଜୟ ସରକାର ମଧ୍ୟ ଏହି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ମାଲକାନଗିରି ବିଧାୟକ ଶ୍ରୀ ମାଡ଼କାମି ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଆମ ଅଞ୍ଚଳର ବରିଷ୍ଠ ନାଗରିକ ଓ ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରାଇବା ପାଇଁ ଓଡ଼ିଶା ସରକାରଙ୍କର ଏହା ଏକ ଅତ୍ୟନ୍ତ ପ୍ରଶଂସନୀୟ ଓ ଭକ୍ତିପୂର୍ଣ୍ଣ ପ୍ରୟାସ ଅଟେ। ଆଜି ମାଲକାନଗିରିରୁ ୪୯୦ ଜଣ ଭକ୍ତ ପୁରୀ ଯାଉଛନ୍ତି, ଯାହା ସମଗ୍ର ଜିଲ୍ଲା ପାଇଁ ଏକ ଆଧ୍ୟାତ୍ମିକ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସମସ୍ତ ଶ୍ରଦ୍ଧାଳୁଙ୍କ ଯାତ୍ରା ଯେପରି ସୁରକ୍ଷିତ ଏବଂ ଆରାମଦାୟକ ହେବ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟନ ବିଭାଗ ଏବଂ ସରକାରୀ ପରିବହନ ନିଗମ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯାଇ ଏହି ସେବା ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସ୍ୱୟଂସିଦ୍ଧ ରାଉତ, ରାଜ୍ୟ ସଡ଼କ ପରିବହନ ନିଗମର ଜିଲ୍ଲା ପ୍ରବନ୍ଧକ ଗୁରୁଦତ୍ତ ଦୋରା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ମିଳିତ ଭାବେ ସଫଳତାର ସହ ପରିଚାଳନା ଓ ସମନ୍ୱୟ ରକ୍ଷା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏକ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande