ଏସୀୟ କ୍ରୀଡା: 10 ମିଟର ଏୟାର ରାଇଫଲ ମହିଳା ଦଳଗତ ଇଭେଣ୍ଟରେ ରୌପ୍ୟ ଜିତିଲା ଭାରତ, ପ୍ରଥମ ପଦକ ନିଶ୍ଚିତ
ଆଇଚି-ନାଗୋୟା, ସେପ୍ଟେମ୍ବର 20 (ହି.ସ)।ଇଲାଭେନିଲ ଭାଲାରିଭାନ, ସୋନମ ମସ୍କର ଏବଂ ବିଦର୍ଷା କେ. ବିନୋଦଙ୍କ ଭାରତୀୟ ତ୍ରିମୂର୍ତ୍ତି ରବିବାର ୨୦୨୬ ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ଭାରତୀୟ ଦଳ ୧୦ ମିଟର ଏୟାର ରାଇଫଲ ମହିଳା ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛି। ଆଇଚି ପ୍ରିଫେକ୍ଚୁର
सोनम मस्कर


ଆଇଚି-ନାଗୋୟା, ସେପ୍ଟେମ୍ବର 20 (ହି.ସ)।ଇଲାଭେନିଲ ଭାଲାରିଭାନ, ସୋନମ ମସ୍କର ଏବଂ ବିଦର୍ଷା କେ. ବିନୋଦଙ୍କ ଭାରତୀୟ ତ୍ରିମୂର୍ତ୍ତି ରବିବାର ୨୦୨୬ ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ଭାରତୀୟ ଦଳ ୧୦ ମିଟର ଏୟାର ରାଇଫଲ ମହିଳା ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛି।

ଆଇଚି ପ୍ରିଫେକ୍ଚୁରାଲ ଜେନେରାଲ ଶୁଟିଂ ଗ୍ୟାଲେରୀରେ ଭାରତୀୟ ତ୍ରିମୂର୍ତ୍ତି ୬ଟି ସିରିଜ୍ ପରେ ମୋଟ ୧୮୯୮.୦ ପଏଣ୍ଟ ହାସଲ କରିଥିଲେ। ଚୀନର ଜିଫେଇ ୱାଙ୍ଗ, ଜିଆୟୁ ହାନ ଏବଂ ୟୁଚେନ ଦୁଙ୍କ ଦଳ ୧୯୦୪.୨ ପଏଣ୍ଟର ବିଶ୍ୱ ରେକର୍ଡ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଥିଲା। ଜାପାନର ହିନାତା ତାଇଚି, ମିସାକି ନୋବାତା ଏବଂ ଶିଓରି ହିରାତାଙ୍କ ଦଳ ୧୮୯୭.୧ ପଏଣ୍ଟ ସହ କାଂସ୍ୟ ପଦକ ହାସଲ କରିଥିଲା।

ଇଲାଭେନିଲ ଭାଲାରିଭାନ ଏବଂ ସୋନମ ମସ୍କର ମହିଳା ୧୦ ମିଟର ଏୟାର ରାଇଫଲର ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲରେ ମଧ୍ୟ ସ୍ଥାନ ପାଇଛନ୍ତି। ଏହି ଫାଇନାଲ ରବିବାର ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହେବ। ଯୋଗ୍ୟତା ପର୍ଯ୍ୟାୟରେ ସୋନମ ୬୩୪.୧ ପଏଣ୍ଟ ସହ ତୃତୀୟ ଏବଂ ଇଲାଭେନିଲ ୬୩୩.୫ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଥିଲେ। ଚୀନର ଜିଫେଇ ୱାଙ୍ଗ ୬୩୬.୮ ପଏଣ୍ଟ ସହ ଯୋଗ୍ୟତା ପର୍ଯ୍ୟାୟରେ ଶୀର୍ଷ ସ୍ଥାନ ହାସଲ କରିଥିଲେ।

ଏହି ପଦକ ସହ ଭାରତ ଏହି ଇଭେଣ୍ଟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛି। ୨୦୨୩ ମସିହାରେ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ମଧ୍ୟ ଭାରତ ଏହି ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା।

10 ମିଟର ଏୟାର ରାଇଫଲ ମହିଳା ଦଳରେ ଭାରତୀୟ ବନ୍ଧୁକଚାଳକଙ୍କ ସ୍କୋର:

ବିଦର୍ସା କେ. ବିନୋଦ-630.4 ପଏଣ୍ଟ

ସୋନମ ମାସ୍କର-634.1 ପଏଣ୍ଟ

ଇଲାଭେନିଲ ଭାଲାରିଭାନ-633.5 ପଏଣ୍ଟ

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande