ଧର୍ମପ୍ରାଣା ସ୍ୱର୍ଗତା ସେବତୀ ସାମଲଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, ୨୦ ସେପ୍ଟେମ୍ବର(ହି.ସ.) – ଚଉଦକୁଲାଟ ନିକଟସ୍ଥ ଦକ୍ଷିଣ ଗ୍ରାମର ସ୍ୱର୍ଗତ ନୃସିଂହ ଚରଣ ସାମଲଙ୍କ ଧର୍ମପତ୍ନୀ ଦିବଂଗତା ସେବତୀ ସାମଲଙ୍କ ପୁଣ୍ୟ ଏକାଦଶାହରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଭାବଗ୍ରାହୀ କଳା ନିକେତନର କଳାକାରମାନେ ଭାବପୂର୍ଣ୍ଣ ଭଜନ ପରିବେଷଣ କରି ଗଭୀର ଶ୍ରଦ୍ଧାଞ୍ଜଳି
ଧର୍ମପ୍ରାଣା ସ୍ଵର୍ଗତା ସେବତୀ ସାମଲଙ୍କୁ ଶ୍ରଦ୍ଧାଞ୍ଜଳି


କେନ୍ଦ୍ରାପଡ଼ା, ୨୦ ସେପ୍ଟେମ୍ବର(ହି.ସ.) – ଚଉଦକୁଲାଟ ନିକଟସ୍ଥ ଦକ୍ଷିଣ ଗ୍ରାମର ସ୍ୱର୍ଗତ ନୃସିଂହ ଚରଣ ସାମଲଙ୍କ ଧର୍ମପତ୍ନୀ ଦିବଂଗତା ସେବତୀ ସାମଲଙ୍କ ପୁଣ୍ୟ ଏକାଦଶାହରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଭାବଗ୍ରାହୀ କଳା ନିକେତନର କଳାକାରମାନେ ଭାବପୂର୍ଣ୍ଣ ଭଜନ ପରିବେଷଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ, ଗୀତିକାର ଏବଂ ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭବ୍ୟ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମରେ କେନ୍ଦ୍ରାପଡ଼ାର ବିଧାୟକ ଗଣେଶ୍ୱର ବେହେରା, ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ସମାଜସେବୀ ଦେବାଶିଷ ମହାନ୍ତି, ସ୍ୱେଚ୍ଛାସେବୀ କୈଳାସ ମିଶ୍ର, ସ୍ଥାନୀୟ ସରପଂଚ ରମାକାନ୍ତ ମଲିକ, ପ୍ରମୋଦ ଦାସ, ନାଏବ ସରପଂଚ ବିଜୟ ସାମଲ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତା ସେବତୀ ସାମଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ। ପ୍ରଥମେ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ବିମଳ ପରିଡ଼ା ଅକ୍ଷୟ ମହାନ୍ତିଙ୍କ କାଳଜୟୀ ସାଲବେଗ ଭଜନ ମୋହ ମନ ମୋହରି ସେ ନୋହିଲାରେ ଏବଂ ମେଘ ମାଳାକୁ ନିନ୍ଦେ କଳାକୁ ଗାନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ପରେ ପରେ ହେନାଞ୍ଜଳି ଜେନା, ଉପେନ୍ଦ୍ର ପାଢ଼ୀ, ସୁଶୀଲ ସୂତାର, ସୌଭାଗିନୀ ମହାପାତ୍ର, ରଞ୍ଜନ ବରାଳ, ଆଶିଷ ଦାସ, ସ୍ମୃତିରଞ୍ଜନ ବିଶ୍ୱାଳ, ବଳରାମ ମଲିକ, ଅମର ବିଶ୍ୱାଳ ପ୍ରମୁଖ କଳାକାରମାନେ ଭାବପୂର୍ଣ୍ଣ ଭଜନ ପରିବେଷଣ କରିଥିଲେ। ପ୍ରମୋଦ ସାମଲ, ବିନୋଦ ସାମଲ, ବିପିନ ବିହାରୀ ପରିଡ଼ା, ବିଭୁପଦ ବେହୁରା, ପ୍ରଦୀପ ସାମଲ, ପ୍ରଶାନ୍ତ ସାମଲ, ରାଜୀବ ସାମଲ, ପୁଷ୍ପଲତା ପରିଡ଼ା, ମୀନତି ବେହୁରା, ଝିଲ୍ଲୀ ରାଉତ୍, ମିଲି ପ୍ରଧାନ, ଅରବିନ୍ଦ ରାଉତ୍, ରାଧାକାନ୍ତ ପ୍ରଧାନ, ସ୍ୱର୍ଣ୍ଣଲତା ସାମଲ, ସବିତା ସାମଲ, ଗୀତାରାଣୀ ସାମଲ, ପ୍ରସନ୍ନ ସାମଲ, ପ୍ରତୀକ ସାମଲ, ସ୍ମୀତା ପରିଡ଼ା, ପ୍ରିୟଙ୍କା ସାମଲ, ଗଣେଶ୍ୱର ସାମଲ, ପ୍ରକାଶ ସାମଲ, ଅମିତାଭ ପରିଡ଼ା, ନିର୍ମାଲ୍ୟ ପରିଡ଼ା ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ସ୍ମୃତିଚାରଣ କରିବା ସହିତ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଶେଷରେ ଜ୍ୟେଷ୍ଠ ପୁତ୍ର ପ୍ରମୋଦ ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande