
ମାଲକାନଗିରି , ୨୦ ସେପ୍ଟେମ୍ବର (ହି.ସ.) ମାଲକାନଗିରି ଜିଲ୍ଲାରେ ଉଲ୍ଲାସ ପରୀକ୍ଷା ଆୟୋଜିତ ହୋଇଯାଇଛି । ଜିଲ୍ଲାର ପ୍ରାୟ ୧୧୩୯ କେନ୍ଦ୍ରରେ ଆଜି ଫାଉଣ୍ଡେସନାଲ ଲିଟ୍ରେସି ଏଣ୍ଡ ନ୍ୟୁମେରେସି ଆସେସମେଣ୍ଟ ଟେଷ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଅଛି, ଯାହା ଉଲ୍ଲାସ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ କାର୍ଯ୍ୟକ୍ରମ । ଏହା କେନ୍ଦ୍ର ସରକାରଙ୍କ ଏକ ଫ୍ଲାଗସିପ ପ୍ରୋଗ୍ରାମ ଯାହାର ଲକ୍ଷ୍ୟ ହେଉଛି ୧୫ବର୍ଷ ବୟସରୁ ଉର୍ଦ୍ଧ୍ବ ଗୋଷ୍ଠିର ନିରକ୍ଷର ଙ୍କୁ ସାକ୍ଷର କରିବା ।
ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ୨୦୨୬ ବର୍ଷ ନିମନ୍ତେ ମାଲ୍କାନଗିରି ଜିଲ୍ଲାର ଲିଟେରେସି ଟାର୍ଗେଟ ୬୦୦୦୦ ଥିଲାବେଳେ ଆଜିର ପରୀକ୍ଷାରେ ପ୍ରାୟ ୫୦୬୪୭ ଜଣ ଲିଟେରେସି ପରୀକ୍ଷା ଦେଇଛନ୍ତି ।
ଜିଲ୍ଲା ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଏବଂ ଭାଗୀରଥି ବେହେରା , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ପ୍ରସାଦ ବେହେରା ବିଭିନ୍ନ ବ୍ଲକ ବୁଲି ତଦାରଖ କରିଛନ୍ତି ।
ମାଲ୍କାନଗିରି ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହିତ ସମସ୍ତ କର୍ମଚାରୀ ବୃନ୍ଦ ପରୀକ୍ଷାକୁ ପରିଚାଳନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ