
ଭୁବନେଶ୍ୱର, 20 ସେପ୍ଟେମ୍ବର
(ହି.ସ) ବିଭାଗର କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଶ୍ରୀ ଆଶୁତୋଷ ପାଇକରାୟ ଆଜି ଭୁବନେଶ୍ୱର
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟକ୍ରମ ଓ
କାର୍ଯ୍ୟଧାରାର ସମୀକ୍ଷା କରିଥିଲେ । ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ
ଯୋଜନା ଓ କାର୍ଯ୍ୟକ୍ରମର ସଫଳ ପ୍ରଚାର-ପ୍ରସାର ଉପରେ ଗୁରୁତ୍ବାରୋପ କରିଥିଲେ। ବିଶେଷକରି
ସାମାଜିକ ଗଣମାଧ୍ୟମ ଉପଯୋଗରେ ସରକାରୀ ଯୋଜନା,
ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନହିତକର ପଦକ୍ଷେପ ସମ୍ପର୍କରେ
ଜନସାଧାରଣଙ୍କୁ ଅବଗତ କରାଇବା ଉପରେ ସେ ଗୁରୁତ୍ଵ ଦେଇଥିଲେ।
ପରିଦର୍ଶନ ସମୟରେ ଶ୍ରୀ ପାଇକରାୟ କାର୍ଯ୍ୟାଳୟର
ବିଭିନ୍ନ ରେଜିଷ୍ଟର, ନଥି ଓ ଅନ୍ୟାନ୍ୟ ସରକାରୀ ଦସ୍ତାବିଜ ଯାଞ୍ଚ କରିବା ସହ କାର୍ଯ୍ୟଳୟର
ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ।
ପ୍ରଶାସନ ଓ ଗଣମାଧ୍ୟମ
ମଧ୍ୟରେ ଉତ୍ତମ ଯୋଗସୂତ୍ର ରକ୍ଷା କରି ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଠିକ୍ ଓ
ପ୍ରଭାବଶାଳୀ ପ୍ରଚାର-ପ୍ରସାର ସୁନିଶ୍ଚିତ କରିବା ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ । ଏହି
ଗସ୍ତ ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା