ସମ୍ବେଦନଶୀଳ ପ୍ରତିଷ୍ଠାନରେ ପୁଲିସକର୍ମୀଙ୍କ ଭିଡିଓ ତିଆରି ଉପରେ ରୋକ, ଡ୍ୟୁଟି ସମୟରେ ମୋବାଇଲ୍ ବ୍ୟବହାର ମଧ୍ୟ ନିଷେଧ
ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.)। ଭୁବନେଶ୍ୱର-କଟକ ପୁଲିସ କମିଶନରେଟ୍ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରତିଷ୍ଠାନଗୁଡ଼ିକରେ ନିୟୋଜିତ ପୁଲିସକର୍ମୀଙ୍କ ଫଟୋ ଉଠାଇବା ଏବଂ ଭିଡିଓ ରେକର୍ଡିଂ ଉପରେ ରୋକ ଲଗାଇଛି। ସକ୍ଷମ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା କୌ
ସମ୍ବେଦନଶୀଳ ପ୍ରତିଷ୍ଠାନରେ     ପୁଲିସକର୍ମୀଙ୍କ ଭିଡିଓ ତିଆରି ଉପରେ ରୋକ, ଡ୍ୟୁଟି ସମୟରେ ମୋବାଇଲ୍ ବ୍ୟବହାର ମଧ୍ୟ ନିଷେଧ


ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.)। ଭୁବନେଶ୍ୱର-କଟକ ପୁଲିସ କମିଶନରେଟ୍

ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରତିଷ୍ଠାନଗୁଡ଼ିକରେ ନିୟୋଜିତ ପୁଲିସକର୍ମୀଙ୍କ ଫଟୋ ଉଠାଇବା

ଏବଂ ଭିଡିଓ ରେକର୍ଡିଂ ଉପରେ ରୋକ ଲଗାଇଛି। ସକ୍ଷମ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା

କୌଣସି ଇଲେକ୍ଟ୍ରୋନିକ୍ ଉପକରଣ ମାଧ୍ୟମରେ ଫଟୋ କିମ୍ବା ଭିଡିଓ ତିଆରି କରିବାକୁ ଅନୁମତି ମିଳିବ

ନାହିଁ। ଡ୍ୟୁଟିରେ ନିୟୋଜିତ ସୁରକ୍ଷାକର୍ମୀମାନେ ମଧ୍ୟ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ

ନାହିଁ।

ପୁଲିସ କମିଶନରେଟ୍ ପକ୍ଷରୁ

ସେପ୍ଟେମ୍ବର ୧୯ ତାରିଖରେ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ନିକଟ ଦିନଗୁଡ଼ିକରେ କିଛି ପୁଲିସକର୍ମୀ ନିଜର ଡ୍ୟୁଟି, ନିୟୋଜନ ଓ କାର୍ଯ୍ୟସ୍ଥଳ ସମ୍ପର୍କିତ ଭିଡିଓ ସୋସିଆଲ୍ ମିଡିଆ ତଥା

ଅନ୍ୟାନ୍ୟ ସାର୍ବଜନୀନ ପ୍ଲାଟଫର୍ମରେ ସେୟାର କରୁଥିବା ଜଣାପଡ଼ିଛି। କେତେକ କ୍ଷେତ୍ରରେ ଏଭଳି

ଭିଡିଓ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକର ଗୋପନୀୟ ସୂଚନା ଓ ସମ୍ବେଦନଶୀଳ ସ୍ଥାନ

ସମ୍ପର୍କିତ ତଥ୍ୟ ଅଜାଣତରେ ସାର୍ବଜନୀନ ହୋଇପାରେ।

ଆଦେଶରେ କୁହାଯାଇଛି ଯେ, ଏପରି ଅବହେଳା ଯୋଗୁଁ ସୁରକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇପାରେ।

ଏଥିସହ ସମ୍ବେଦନଶୀଳ ସୂଚନା ସାର୍ବଜନୀନ ହେବା ଦ୍ୱାରା ଭବିଷ୍ୟତରେ ସୁରକ୍ଷା ସମ୍ପର୍କିତ ଆହ୍ୱାନ

ବୃଦ୍ଧି ପାଇପାରେ।

ଆଦେଶ ଅନୁଯାୟୀ, ଲୋକ ଭବନ, ଲୋକସେବା ଭବନ, ଶ୍ରୀଲିଙ୍ଗରାଜ

ମନ୍ଦିର,

ଓଡ଼ିଶା ବିଧାନସଭା, ଓଡ଼ିଶା ହାଇକୋର୍ଟ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଅସ୍ତ୍ରାଗାର ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ

ପ୍ରତିଷ୍ଠାନରେ ନିୟୋଜିତ ପୁଲିସକର୍ମୀମାନେ ସକ୍ଷମ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା

କୌଣସି ଉଦ୍ଦେଶ୍ୟରେ ଫଟୋ କିମ୍ବା ଭିଡିଓ ରେକର୍ଡ କରିପାରିବେ ନାହିଁ।

ସମସ୍ତ ଗୁରୁତ୍ୱପୂର୍ଣ୍ଣ

ପ୍ରତିଷ୍ଠାନର ପ୍ରଭାରୀମାନଙ୍କୁ ଏହି ନିର୍ଦ୍ଦେଶାବଳୀର କଡ଼ାକଡ଼ି ଭାବେ ତଦାରଖ କରିବା ସହ ଏପରି

କାର୍ଯ୍ୟକଳାପକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡ୍ୟୁଟିରେ ନିୟୋଜିତ ସୁରକ୍ଷାକର୍ମୀମାନଙ୍କ

ପାଇଁ ଡ୍ୟୁଟି ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ପୁଲିସ କମିଶନରେଟ୍ ସ୍ପଷ୍ଟ

କରିଛି ଯେ,

ଆଦେଶର ଉଲ୍ଲଂଘନକୁ ଗୁରୁତ୍ୱର ସହ ନିଆଯିବ ଏବଂ ସମ୍ପୃକ୍ତ

ପୁଲିସକର୍ମୀଙ୍କ ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁଲିସ କମିଶନର

ଭୁବନେଶ୍ୱର, କଟକ, ମୁଖ୍ୟାଳୟ, ସଶସ୍ତ୍ର ପୁଲିସ, ସୁରକ୍ଷା

ଓ ପ୍ରଶିକ୍ଷଣ ସହ ଜଡ଼ିତ ବରିଷ୍ଠ ଅଧିକାରୀମାନଙ୍କୁ ଏହି ଆଦେଶ ସମ୍ପର୍କରେ ସମସ୍ତ ସମ୍ପୃକ୍ତ

ପୁଲିସକର୍ମୀଙ୍କୁ ଅବଗତ କରାଇବା ଏବଂ ଉଲ୍ଲଂଘନ ଘଟିଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ

ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande