ଏସୀୟ କ୍ରୀଡ଼ା ୨୦୨୬ରେ ଭାରତକୁ ପ୍ରଥମ ପଦକ, ମହିଳା ୧୦ ମିଟର ଏୟାର ରାଇଫଲ୍ ଟିମ୍ ଜିତିଲା ରୌପ୍ୟ, ଶୁଭେଚ୍ଛା ଜଣାଇଲେ ଜୁଏଲ ଓରାମ
ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.)। ଏସୀୟ କ୍ରୀଡ଼ା ୨୦୨୬ରେ ମହିଳା ୧୦ ମିଟର ଏୟାର ରାଇଫଲ୍ ଟିମ୍ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ଏଲାଭେନିଲ୍ ଭାଲାରିଭାନ୍, ସୋନମ୍ ମସ୍କର ଓ ବିଦର୍ଷା କେ. ବିନୋଦଙ୍କୁ କେନ୍ଦ୍ରୀୟ ଜନଜାତି କାର୍ଯ୍ୟମନ୍ତ୍ରୀ ଜୁଏଲ
ଏସୀୟ କ୍ରୀଡ଼ା ୨୦୨୬ରେ     ଭାରତକୁ ପ୍ରଥମ ପଦକ, ମହିଳା ୧୦ ମିଟର ଏୟାର ରାଇଫଲ୍ ଟିମ୍ ଜିତିଲା ରୌପ୍ୟ, ଶୁଭେଚ୍ଛା ଜଣାଇଲେ ଜୁଏଲ ଓରାମ


ଭୁବନେଶ୍ୱର, ୨୦

ସେପ୍ଟେମ୍ବର (ହି.ସ.)। ଏସୀୟ କ୍ରୀଡ଼ା ୨୦୨୬ରେ ମହିଳା ୧୦ ମିଟର ଏୟାର ରାଇଫଲ୍ ଟିମ୍ ଇଭେଣ୍ଟରେ

ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ଏଲାଭେନିଲ୍ ଭାଲାରିଭାନ୍, ସୋନମ୍

ମସ୍କର ଓ ବିଦର୍ଷା କେ. ବିନୋଦଙ୍କୁ କେନ୍ଦ୍ରୀୟ ଜନଜାତି କାର୍ଯ୍ୟମନ୍ତ୍ରୀ ଜୁଏଲ୍ ଓରାମ୍

ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ଏସୀୟ

କ୍ରୀଡ଼ା ୨୦୨୬ରେ ଭାରତ ପ୍ରଥମ ପଦକ ହାସଲ କରିବା ଗର୍ବର ବିଷୟ।

ଓରାମ୍ ଏଲାଭେନିଲ୍

ଭାଲାରିଭାନ୍, ସୋନମ୍ ମସ୍କର ଓ ବିଦର୍ଷା କେ. ବିନୋଦଙ୍କୁ ମହିଳା ୧୦ ମିଟର ଏୟାର

ରାଇଫଲ୍ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା

ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଖେଳାଳିମାନେ ଆଗାମୀ ଦିନରେ ମଧ୍ୟ ଦେଶ

ପାଇଁ ଗୌରବର ଅନେକ ସୁଯୋଗ ଆଣିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande