ନିଖୋଜ ଯୁବକ ୨ ଦିନପରେ କେନାଲରୁ ଉଦ୍ଧାର
ଜୟପୁର, ୨୦ ସେପ୍ଟେମ୍ବର (ହି.ସ.) - ଜୟପୁର ଦେଇଯାଇଥିବା କେନାଲରେ ବୁଡ଼ି ନିଖୋଜ ଯୁବକର ଶବ ଦୁଇ ଦିନ ପରେ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ଭୁପତି ସାହିର ରାଜେଶ ପଟ୍ଟନାୟକ(୨୧) । ସୂଚନା ଅନୁଯାଇ ଗତ ୧୮ ତାରିଖରେ ପୁରୁଣାଗଡ ଛକ ନିକଟ କେନାଲରେ ଗାଧୋଉଥିବା ବେଳେ ଯୁବକ ନିଖୋଜ ହୋଇ ଯାଇଥିଲେ । ଏନ
ନିଖୋଜ ଯୁବକ ୨ ଦିନପରେ କେନାଲରୁ ଉଦ୍ଧାର


ଜୟପୁର, ୨୦ ସେପ୍ଟେମ୍ବର (ହି.ସ.) - ଜୟପୁର ଦେଇଯାଇଥିବା କେନାଲରେ ବୁଡ଼ି ନିଖୋଜ ଯୁବକର ଶବ ଦୁଇ ଦିନ ପରେ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ଭୁପତି ସାହିର ରାଜେଶ ପଟ୍ଟନାୟକ(୨୧) । ସୂଚନା ଅନୁଯାଇ ଗତ ୧୮ ତାରିଖରେ ପୁରୁଣାଗଡ ଛକ ନିକଟ କେନାଲରେ ଗାଧୋଉଥିବା ବେଳେ ଯୁବକ ନିଖୋଜ ହୋଇ ଯାଇଥିଲେ । ଏନେଇ ଜୟପୁର ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଆଜି ସକାଳୁ ସେଠାରେ ଶବ ଭାସୁଥିବା ଦେଖି ଅଗ୍ନିଶମ ବିଭାଗ ଶବକୁ ଉଦ୍ଧାର କରି ôବା ବିଷୟ ସହକାରି ଅଗ୍ନିଶମ ଅଧୁକାରି ରମେଶ ବେହେରା ସୂଚନା ଦେଇଛନ୍ତି । ଏନେଇ ଜୟପୁର ଟାଉନ ପୋଲିସ ୧୯/୨୬ ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବିଷୟ ଜୟପୁର ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande