ଏସଆଇଆର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ମଲ୍ଲିକାର୍ଜୁନ ଖର୍ଗେ, ନିର୍ବାଚନ କମିଶନଙ୍କୁ ମାଗିଲେ ସ୍ପଷ୍ଟୀକରଣ
ନୂଆଦିଲ୍ଲୀ, ୨୧ ସେପ୍ଟେମ୍ବର (ହି.ସ.)- କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ଇଂଟେନ୍ସିଭ୍ ରିଭିଜନ୍ (ଏସ୍. ଆଇ. ଆର.) କୁ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଥିଲେ ଯେ, ଏହି ପ୍ରକ୍ରିୟା କେବ
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ


ନୂଆଦିଲ୍ଲୀ, ୨୧ ସେପ୍ଟେମ୍ବର (ହି.ସ.)- କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ଇଂଟେନ୍ସିଭ୍ ରିଭିଜନ୍ (ଏସ୍. ଆଇ. ଆର.) କୁ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଥିଲେ ଯେ, ଏହି ପ୍ରକ୍ରିୟା କେବଳ ଭୋଟର ତାଲିକାର ସଂଶୋଧନ ମଧ୍ୟରେ ସୀମିତ ନାହିଁ, ବରଂ ଏହାର ପ୍ରଭାବ ଗଣତାନ୍ତ୍ରିକ ଅଧିକାର ଉପରେ ପ୍ରଶ୍ନ ଉଠାଇଛି ।

ସୋମବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ' ରେ ଖର୍ଗେ କହିଛନ୍ତି ଯେ, କଂଗ୍ରେସ ଆରମ୍ଭରୁ ଏସ୍. ଆଇ. ଆର. ପ୍ରକ୍ରିୟାକୁ ତ୍ରୁଟିପୂର୍ଣ୍ଣ ବୋଲି କହୁଛି । ଏବେ ଦିଲ୍ଲୀରେ ଏହି ପ୍ରକ୍ରିୟା ଚାଲିଥିବା ବେଳେ ଏହାର ପ୍ରଭାବ ଅଧିକ ଦୃଶ୍ୟମାନ ହେଉଛି । ସେ ଦାବି କରିଛନ୍ତି ଯେ, ଅନେକ ବରିଷ୍ଠ ବିଜେପି ନେତା, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ, ଦିଲ୍ଲୀ ଉପରାଜ୍ୟପାଳ, ରାଜ୍ୟସଭା ସାଂସଦ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି । ଜଣେ ଭାରତରତ୍ନ ପ୍ରାପ୍ତ ବୈଜ୍ଞାନିକ ଏବଂ ଜଣେ ପୂର୍ବତନ ନୌସେନା ମୁଖ୍ୟଙ୍କୁ ମଧ୍ୟ ପୂର୍ବରୁ ନୋଟିସ୍ ଜାରି କରାଯାଇଛି ବୋଲି ସେ କହିଛନ୍ତି ।

ପଶ୍ଚିମବଙ୍ଗ ବିଷୟରେ ଉଲ୍ଲେଖ କରି ଖର୍ଗେ ଦାବି କରିଛନ୍ତି ଯେ, ଭୋଟର ତାଲିକାରୁ ହଟାଇ ଦିଆଯାଇଥିବା ନାମ ସମ୍ବନ୍ଧୀୟ ଆବେଦନ ଉପରେ ବହୁ ସଂଖ୍ୟକ ଲୋକଙ୍କୁ ଆଶ୍ୱସ୍ତି ମିଳିଛି ଏବଂ ସେମାନଙ୍କୁ ପୁନଃସ୍ଥାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ପ୍ରଶ୍ନ କରିଛନ୍ତି ଯେ, ଯଦି ନାମଗୁଡିକ ପରେ ପୁନରୁଦ୍ଧାର କରାଯାଏ ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ନାମ ଅପସାରଣ କରିବାର ଆଧାର କ'ଣ?

ନିକଟରେ ନିର୍ବାଚନ ଆୟୋଗଙ୍କ ପ୍ରେସ ବିଜ୍ଞପ୍ତିରେ ଭିଆଇପି' କିମ୍ବା ଚିହ୍ନିତ ଭୋଟର'ଙ୍କ ଉଲ୍ଲେଖ ଉପରେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ଆପତି ଉଠାଇଥିଲେ । ସେ କହିଥିଲେ ଯେ, ସମ୍ବିଧାନ ସମସ୍ତ ଭୋଟରଙ୍କୁ ସମାନ ଅଧିକାର ପ୍ରଦାନ କରିଥାଏ ଏବଂ ଜଣେ ବ୍ୟକ୍ତି, ଗୋଟିଏ ଭୋଟ୍, ଗୋଟିଏ ମୂଲ୍ୟ' ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥାର ଆଧାର । ଏଭଳି ସ୍ଥିତିରେ, ଯେତେବେଳେ ଏକ ନିର୍ଦ୍ଦିଷ୍ଟ ବର୍ଗର ଭୋଟରଙ୍କ ନାମ ଉଲ୍ଲେଖ କରାଯାଏ, ଆୟୋଗ ନିଜର ସ୍ଥିତି ସ୍ପଷ୍ଟ କରିବା ଉଚିତ୍ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande