
ନୂଆଦିଲ୍ଲୀ, ସେପ୍ଟେମ୍ବର 21 (ହି.ସ): କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ସୋମବାର ଜାତୀୟ ସେବା, ସଂଗଠନ ନିର୍ମାଣ ଓ ସହଯୋଗ ମାଧ୍ୟମରେ ସମାଜକୁ ସଶକ୍ତ କରିଥିବା ଲକ୍ଷ୍ମଣରାଓ ଇନାମଦାରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଶାହ ଏକ୍ସରେ ଲେଖିଛନ୍ତି, “ଜାତୀୟ ସେବା, ସଂଗଠନ ନିର୍ମାଣ ଓ ସହଯୋଗ ମାଧ୍ୟମରେ ସମାଜକୁ ସଶକ୍ତ କରିଥିବା ଲକ୍ଷ୍ମଣରାଓ ଇନାମଦାରଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଗୁଜରାଟରେ ସମବାୟ ଆନ୍ଦୋଳନକୁ ନୂଆ ଦିଗ ଓ ଗତି ପ୍ରଦାନ କରିଥିବା ‘ବକିଲ ସାହେବ’ ଜଣେ ଅଭିଭାବକଙ୍କ ଭଳି ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଗଢ଼ି ତୋଳିଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ନିଜାମଙ୍କ ଅତ୍ୟାଚାର ଏବଂ ଜରୁରୀକାଳ ବିରୋଧରେ ହୋଇଥିବା ସଂଘର୍ଷ ପର୍ଯ୍ୟନ୍ତ, ଲକ୍ଷ୍ମଣରାଓ ଇନାମଦାରଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।”
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା