୪୫ଲକ୍ଷ ଟଙ୍କାର ଗୁଟ୍ଖା ସମେତ ତିନୋଟି ଗାଡ଼ି ଜବତ,ଦୁଇ ଗିରଫ,ଜଣେ ଫେରାର।
ଖୋର୍ଦ୍ଧା,, 22 ସେପ୍ଟେମ୍ବର (ହି.ସ.) ଗତକାଲି ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ନକଲି ଗୁଟ୍ଖା ଘଟଣାର ପର୍ଦ୍ଦାଫାସ କରିବା ସହ ମାର୍କେଟିଂ ଗାଡ଼ି ଓ କାରଖାନା ଉପରେ ଚଢ଼ାଉ କରି ପ୍ରାୟ ୪୫ଲକ୍ଷ ଟଙ୍କାର ଗୁଟ୍ଖା ଜବତ କରିଛି। ଘଟଣାରେ ଗୋଟିଏ ଟ୍ରକ୍(ଓଡି ୦୭ବିଏ-୬୧୧୭) ଓ ଗୋଟିଏ ମିନି ଟ୍ରକ୍( ଓଡି ୦୭ଏଚ୍
Press


Jabat


Gutakha


ଖୋର୍ଦ୍ଧା,, 22 ସେପ୍ଟେମ୍ବର (ହି.ସ.)

ଗତକାଲି ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ନକଲି ଗୁଟ୍ଖା ଘଟଣାର ପର୍ଦ୍ଦାଫାସ କରିବା ସହ ମାର୍କେଟିଂ ଗାଡ଼ି ଓ କାରଖାନା ଉପରେ ଚଢ଼ାଉ କରି ପ୍ରାୟ ୪୫ଲକ୍ଷ ଟଙ୍କାର ଗୁଟ୍ଖା ଜବତ କରିଛି। ଘଟଣାରେ ଗୋଟିଏ ଟ୍ରକ୍(ଓଡି ୦୭ବିଏ-୬୧୧୭) ଓ ଗୋଟିଏ ମିନି ଟ୍ରକ୍( ଓଡି ୦୭ଏଚ୍-୩୦୭୮) ସହିତ ମୋଟ୍ ଏକ ହଜାର ବସ୍ତା ଗୁଟ୍ଖା ଜବତ କରିଛି। ଘଟଣାରେ କାରଖାନାର ମ୍ୟାନେଜର ଦୀପକ କୁମାର ସାହୁ, ଲଜିଷ୍ଟିକ୍ ମ୍ୟାନେଜର ହରିହର ସାହୁ, ଗାଡି ଚାଳକ ସନ୍ତୋଷ ରଣାଙ୍କୁ ଗିରଫ କରିଥିବା ବେଳେ କାରକାଖାର ମାଲିକ ନରେନ୍ଦ୍ର ସାହୁ ଫେରାର୍ ହୋଇଯାଇଛି। ଏପରିକି ଏମାନଙ୍କଠାରୁ ନଗଦ ୨ଲକ୍ଷ ୯୪ହଜାର ଟଙ୍କା ମଧ୍ୟ ଜବତ କରିଥିବା ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ପି ପାରମାରସ୍ମିତ୍ ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି। ନକଲି ଗୁଟ୍ଖା ତିଆରି କରିବା ପାଇଁ କେଉଁଠାରୁ କଞ୍ଚା ମାଲ୍ ଆସୁଥିଲା, ଏ ଘଟଣାରେ ଆଉ କିଏ କିଏ ସବୁ ସମ୍ପୃକ୍ତ ଅଛନ୍ତି, ପୋଲିସ ଖୋଳତାଡ କରୁଛି। ପୋଲିସ ସୂଚନା ମୁତାବକ, ଏ ନକଲି ଗୁଟ୍ଖାର ପେଣ୍ଠ ହେଉଛି ବ୍ରହ୍ମପୁରରେ। ସ୍ଥାନୀୟ ବଡ଼ବଜାରର ଅଞ୍ଚଳର ନରେନ୍ଦ୍ର କୁମାର ସାହୁ ଏ କାରବାରର ମୂଳ ସର୍ଦ୍ଦାର। ପୋଲିସର ସୂଚନା ମୁତାବକ, ଗତକାଲି ଏକ ଟ୍ରକ୍ ଯୋଗେ ଏକ ଗୁଟ୍ଖା ସବୁ ବ୍ରହ୍ମପୁରରେ ଖୋରଧା ଆଡ଼କୁ ଯାଉଥିବା ବେଳେ ଖୋରଧା ସଦର ଥାନା ୧୬ନମ୍ବର ଜାତୀୟ ରାଜପଥ ଦଧିମାଛଗାଡ଼ିଆ ନିକଟରେ ପୁଲିସ ଗାଡ଼ିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ ଏ ଗୁଟ୍ଖା କଥା ପଦାକୁ ଆସିଥିଲା। ଏହି ଟ୍ରକ୍ରେ ମୋଟ୍ ୬୦୦ବସ୍ତା ଗୁଟ୍ଖା ଥିଲା। ପ୍ରତ୍ୟେକ ବସ୍ତାରେ ଥିଲା ୩୦ଟି ପ୍ୟାକେଟ୍। ମୋଟ୍ ଉପରେ ଟ୍ରକ୍ରେ ୧୮ହଜାର ପ୍ୟାକେଟ୍ ଗୁଟ୍ଖା ଖୁଚୁରା ମାର୍କେଟ୍କୁ ବିକ୍ରିବଟା ପାଇଁ ଯାଉଥିବା ପୁଲିସ ଜାଣିବାକୁ ପାଇଥିଲା। ଯାହାର କୌଣସି ଠୋସ୍ ପ୍ରାମାଣିକ ଟ୍ରେଡ୍ ମାର୍କ ବି ନ ଥିଲା।

ଏତେ ଗୁଡ଼ାଏ ଗୁଟ୍ଖା କେଉଁଠୁ ତିଆରି ହେଉଛି? ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହାକୁ ନେଇ ପୁଲିସ ଜୋର୍ସୋର୍ ତନାଘନା ଆରମ୍ଭ କରିଥିଲା। ସମ୍ପୃକ୍ତ ଟ୍ରକ୍ ଡ୍ରାଇଭର ସନ୍ତୋଷ ରଣାଙ୍କୁ ଜେରା କରିବା ପରେ ଗୁଟ୍ଖାର ଫ୍ୟାକ୍ଟ୍ରି ବ୍ରହ୍ମପୁର ବଡ଼ବଜାର ନରେନ୍ଦ୍ର ସାହୁଙ୍କର ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏପରିକି ବ୍ରହ୍ମପୁର ପୋଲିସ ସହାୟତାରେ ଖୋର୍ଦ୍ଧା ସଦର ଥାନା ପୋଲିସ ବ୍ରହ୍ମପୁରର ଗୁଟ୍ଖା କାରଖାନା ଉପରେ ଚଢ଼ାଉ କରିଥିଲା। ସେଠାରୁ ଆଉ ଏକ ମିନି ଟ୍ରକ୍(ଓଡି ୦୭ଏଚ୍-୩୦୭୮)ରୁ ୨୦୦ ବସ୍ତା ଗୁଟ୍ଖା ପାଇଛି। ସେହିପରି ଫ୍ୟାକ୍ଟ୍ରି ଭିତରୁ ବି ଆଉ ୨୦୦ବସ୍ତା ଗୁଟ୍ଖା ମିଳିଛି। ମୋଟ୍ ଉପରେ ଏକ ହଜାର ବସ୍ତା ଗୁଟଖା ମିଳିଛି। ପ୍ରତ୍ୟେକ ବସ୍ତାରେ ୩୦ପ୍ୟାକଟ୍ ହିସାବରେ ମୋଟ୍ ୩୦ହଜାର ପ୍ୟାକେଟ୍ ଗୁଟ୍ଖା ଜବତ କରିବା ସହ ନଗଦ ୨ଲକ୍ଷ ୯୪ହଜାର ଟଙ୍କା, ତିନିଟି ମେସିନ୍, ମାଲ୍ ସାମଗ୍ରୀ ଭର୍ତ୍ତି କଣ୍ଟେନର ବି ଜବତ ହୋଇଛି। ଫ୍ୟାକ୍ଟ୍ରିର ମ୍ୟାନେଜର ଦୀପକ କୁମାର ସାହୁ(ଘର ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଦୂରବନ୍ଧ ଗାଁରେ) ଓ ଲଜିଷ୍ଟିକ୍ ମ୍ୟାନେଜର ହରିହର ସାହୁ(ବଡ଼ବଜାର ଥାନା ଚୈତନ୍ୟ ନଗର) ଗିରଫ ହୋଇଛନ୍ତି। ମାଲିକ ନରେନ୍ଦ୍ର ସାହୁ ଫେରାର୍ ଅଛି। ଜବତ ଗୁଟ୍ଖାର ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ଡିପିଓ ପଙ୍କଜ ମାଝି, ସଦର ଥାନା ଅଧିକାରୀ ବାସୁଦେବ ଜୟସିଂହ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande