ଗୋମାଂସ ବୋଝେଇ ପିକଅପ ଜବତ, ଡ଼୍ରାଇଭର ଗିରଫ
ଖୋର୍ଦ୍ଧା, ୨୨ ସେପ୍ଟେମ୍ବର (ହି.ସ.)- ଗୋମାଂସ ଚାଲାଣ କରୁଥିବା ବେଳେ ଡ଼୍ରାଇଭରକୁ ଗିରଫ କରିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ । ତା'' ଠାରୁ ଗୋମାଂସ ବୋଝେଇ ଏକ ପିକଅପ ଭ୍ଯାନ ଜବତ କରିଛି। ଗିରଫ ଜଣକ ତାମିଲନାଡୁ ତିରୁଭଲୁର ଜିଲ୍ଲା ପୁଲିଲେନ୍ କୋଭିଲ ଷ୍ଟ୍ରିଟ୍ ର ଜି ସେଲଭାରାଜ୍ (୩୮)। ପୋଲ
Driver


Gomansa


ଖୋର୍ଦ୍ଧା, ୨୨ ସେପ୍ଟେମ୍ବର (ହି.ସ.)- ଗୋମାଂସ ଚାଲାଣ କରୁଥିବା ବେଳେ ଡ଼୍ରାଇଭରକୁ ଗିରଫ କରିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ । ତା' ଠାରୁ ଗୋମାଂସ ବୋଝେଇ ଏକ ପିକଅପ ଭ୍ଯାନ ଜବତ କରିଛି। ଗିରଫ ଜଣକ ତାମିଲନାଡୁ ତିରୁଭଲୁର ଜିଲ୍ଲା ପୁଲିଲେନ୍ କୋଭିଲ ଷ୍ଟ୍ରିଟ୍ ର ଜି ସେଲଭାରାଜ୍ (୩୮)।

ପୋଲିସ ସୂଚନା ମୁତାବକ, ଆଜି ସକାଳେ ବେଣାପଞ୍ଜୁରିରୁ ହାଇଦ୍ରାବାଦକୁ ଏକ ପିକଅପରେ ଗୋମାଂସ ବୋଝେଇ କରି ଯାଉଥଲା। ତେବେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗଡଖୋର୍ଦ୍ଧା ନିକଟର ଗୋମାଂସ ବୋଝେଇ ଗାଡ଼ି ପୋଲିସ ହାବୁଡ଼ରେ ପଡ଼ିଥିଲା। ପୋଲିସ ଉକ୍ତ ଗାଡିର ଡ଼୍ରାଇଭରକୁ ପଚରା ଉଚରା କରିବା ସହ ଗାଡିକୁ ତନଖି କରିଥିଲେ। ତନଖି ସମୟରେ ଗାଡ଼ିରେ ଗୋମାଂସ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲେ। ପରେ ପୋଲିସ ଡ୍ରାଇଭରକୁ ଗିରଫ କରିବା ସହ ଗୋମାଂସ ବୋଝେଇ ଗାଡ଼ିକୁ ଜବତ କରିଥିଲା।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande