
ଖୋର୍ଦ୍ଧା, ୨୨ ସେପ୍ଟେମ୍ବର (ହି.ସ.) - ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଂଚମ ଶ୍ରେଣୀ ବୃତି ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି। ବୃତି ପରୀକ୍ଷା ସେପ୍େଟମ୍ବର ୨୪ରେ ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ବର୍ତମାନ ଏହି ପରୀକ୍ଷା ଅକ୍ଟୋବର ୩ ତାରିଖରେ ହେବ। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଅକ୍ଟୋବର ୩ ତାରିଖ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ସଂଶୋଧିତ ତାରିଖ ଅନୁଯାୟୀ ପରୀକ୍ଷା ପ୍ରସ୍ତୁତି ପାଇଁ ଛାତ୍ରୀଛାତ୍ର ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ବୋର୍ଡ ପକ୍ଷରୁ ଅବଗତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ