
କେନ୍ଦ୍ରାପଡ଼ା, ୨୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ଚଳିତ ବର୍ଷର ରଥ ଯାତ୍ରା ସମୟ ରେ ଗୁଣ୍ଡିଚା ମନ୍ଦିରରେ ସାତ ଦିନ ପାଇଁ ଅବସ୍ଥାପିତ କରା ଯାଇଥିବା ହୁଣ୍ଡିକୁ ଦେବୋତର କାର୍ୟ୍ୟାଳୟରେ ଟ୍ରଷ୍ଟ ବୋର୍ଡ ସଭ୍ୟ ଧିରେନ କୁମାର ସାହୁ ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ଙ୍କ ଉପସ୍ଥିତ ରେ ଖୋଲାଯାଇ ମିଳିଥିବା ଅର୍ଥ ରାଶି ମନ୍ଦିର କାର୍ୟ୍ୟାଳୟ ରେ ଗଣତି କରାଯାଇ ସେଥିରୁ ୮୭ ହଜାର ୬ ଟଙ୍କା ଆୟ ମିଳିଥିଲା ଉକ୍ତ ଅର୍ଥ ରାଶିକୁ ଶ୍ରୀ ଜୀଉଙ୍କ ବ୍ୟାଙ୍କ ଖାତାରେ ଦେବୋତତର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ଉପସ୍ଥିତରେ ପାଣ୍ଠି ଭୁକ୍ତ କରାଯାଇଥିଲା ଗଣତି କାର୍ୟ୍ୟରେ ସହାୟକ ସୁବାଷ ଚନ୍ଦ୍ର ପରିଡା ମନୋରଞ୍ଜନ ସ୍ୱାଇଁ ଅବସର ପ୍ରାପ୍ତ ଇଂ, ପ୍ରବୋଧ କୁମାର ପଣ୍ଡା ପତିତପାବନ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି