
ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.)- ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ, କଟକ ଦ୍ୱାରା ଆୟୋଜିତ ହେବାକୁ ଥିବା ପଞ୍ଚମ ଶ୍ରେଣୀ ଉଚ୍ଚ ପ୍ରାଥମିକ ବୃତ୍ତି ପରୀକ୍ଷା ସ୍ଥଗିତ ରଖାଯାଇଛି। ପୂର୍ବରୁ ବୋର୍ଡର ବିଜ୍ଞପ୍ତି ସଂଖ୍ୟା ୨୦୧୪ (ତା ୨୭/୭/୨୦୨୬) ଅନୁସାରେ ଏହି ପରୀକ୍ଷା ଆସନ୍ତା ୨୪/୯/୨୦୨୬ ରେ ମାଲକାନଗିରି ଜିଲ୍ଲାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ବାତ୍ୟା 'ଅର୍ଣ୍ଣବ' ଆଶଙ୍କା ଯୋଗୁଁ ଏହାକୁ ବାତିଲ କରାଯାଇ ଅକ୍ଟୋବର ୩ ତାରିଖ ଶନିବାର ଦିନ ପୁନଃ ନିର୍ଦ୍ଧାରିତ କରାଯାଇଛି।
ଏହି ସନ୍ଦର୍ଭରେ ମାଧ୍ୟମିକ ଶିକ୍ଷା ପରିଷଦ, କଟକଙ୍କ ଚିଠି ସଂଖ୍ୟା ୨୮୨୬ (ତା ୨୧/୯/୨୦୨୬) ଆଦେଶ ଅନୁସାରେ, ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଚିଠି ସଂଖ୍ୟା ୫୮୨୩ (ତା ୨୨/୯/୨୦୨୬) ମାଧ୍ୟମରେ ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ସୂଚିତ କରାଯାଇଛି। ଏହା ସହିତ ଶାନ୍ତିଶୃଙ୍ଖଳା ଓ ବ୍ୟବସ୍ଥା ଦୃଷ୍ଟିରୁ ଜିଲ୍ଲା ପୁଲିସ ଅଧୀକ୍ଷକଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ