ବାଲ୍ୟ ବିବାହ ନିଷେଧ ଆଇନ ଜନିତ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖୋର୍ଦ୍ଧା, ୨୨ ସେପ୍ଟେମ୍ବର (ହି.ସ.) - ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ,ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ମିଳିତ ଆନୁକୁଲ୍ୟରେ ଏକ ଦିବସୀୟ ବାଲ୍ୟ ,ବିବାହ ନିଷେଧ ଜନିତ ଏକ ତାଲିମ୍ କର୍ମଶାଳା ଅନୁଷ୍ଠି
Talim


ଖୋର୍ଦ୍ଧା, ୨୨ ସେପ୍ଟେମ୍ବର (ହି.ସ.) - ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ,ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ମିଳିତ ଆନୁକୁଲ୍ୟରେ ଏକ ଦିବସୀୟ ବାଲ୍ୟ ,ବିବାହ ନିଷେଧ ଜନିତ ଏକ ତାଲିମ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରି କହିଲେ ଆସନ୍ତା ଅକ୍ଟୋବର ୨ତାରିଖରେ ଅନୁଷ୍ଠିତ ଗ୍ରାମ ସଭାରେ ସଂକଳ୍ପ ପତ୍ରରେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରିବା ପାଇଁ ସରପଂଚ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ , ଅଙ୍ଗନୱାଡ଼ି କର୍ମୀ,ସି ଡି ପି ଓ ,ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ,କଲେଜ ଅଧ୍ୟକ୍ଷ / ଅଧ୍ୟକ୍ଷା ସମସ୍ତେ ମିଳି ମିଶି ଏହି ମହତ କାର୍ଯ୍ୟକୁ ସଫଳ ରୂପାୟନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ତାଲିମ୍ ଶିବିରକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ପରିଚାଳନା କରିଥିଲେ କ୍ଷ ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପଂଚାୟତ ସ୍ତରର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୱାଡେନ୍ ଏବଂ ଜିଲ୍ଲା ମଙ୍ଗଳ ଅନୁସୂଚିତ ଜନଜାତି ଓ ଜାତି ବିଭାଗର ହଷ୍ଟେଲ ମେଟ୍ରନ୍, ଶିଶୁ ବିକାଶ ପ୍ରକଲ୍ପ ଅଧିକାରୀ, ପୋଲିସ ଅଧିକାରୀ, ସଖୀ ସେଂଟର୍ ଓ ଶକ୍ତି ସଦନ କର୍ମକର୍ତା, ଜିଲ୍ଲା ମହିଳା ସଶକ୍ତି କରଣ ହବ ର କର୍ମକର୍ତା ଏବଂ ପଂଚାୟତ ସ୍ତରୀୟ କର୍ମକର୍ତା ବିଭିନ୍ନ ସ୍ୱେଛାସେବୀ ସଂଗଠନ କର୍ମକର୍ତା ଏବଂ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ । ଏହି ଅବସରରେ ବିଷୟ ବିଶାରଦ, ରୁଚିକା ସାମାଜିକ ଅନୁଷ୍ଠାନ, ଭୁବନେଶ୍ୱର, ବେଣୁଧର ସେନାପତି ଯୋଗଦେଇ ବାଲ୍ୟ ବିବାହ ନିଷେଧ ଜିଲ୍ଲା, ଗ୍ରାମ ଏବଂ ଗ୍ରାମ ପଂଚାୟତ ଘୋଷଣା କରିବା ଉପରେ ବାଲ୍ୟ ବିବାହ ନିଷେଧ ଅଧିକାରୀ ମାନଙ୍କର ଦାୟିତ୍ୱ ଓ କର୍ତବ୍ୟ ଏବଂ ବାଲ୍ୟ ବିବାହ କୁ ସମ୍ପୂର୍ଣ୍ଣ ନିଷେଧ ର ଦଣ୍ଡ ବିଧାନ ତଥା ବାଲ୍ୟ ବିବାହ ଆଇନ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ତାଲିମ୍ ପ୍ରଦାନ କରିଥିଲେ । ପରେ ପ୍ରଶ୍ନ ଉତର କାର୍ଯ୍ୟକ୍ରମରେ ତାଲିମ୍ ଅଂଶ ଗ୍ରହଣ କାରୀଙ୍କ ବିଭିନ୍ନ ପ୍ରଶ୍ନର ଉତର ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା କାନ୍ତା ମହାନ୍ତି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ପ୍ରମୁଖ ପ୍ରଦାନ କରିଥିଲେ କ୍ଷ ଶେଷରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସୌଦାମିନୀ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande