ହୀରାକୁଦରେ ଭାରତ ବିକାଶ ପରିଷଦ ପକ୍ଷରୁ ପ୍ରତିଯୋଗୀତା
ହୀରାକୁଦରେ ଭାରତ ବିକାଶ ପରିଷଦ ପକ୍ଷରୁ ପ୍ରତିଯୋଗୀତା
ହୀରାକୁଦରେ ଭାରତ ବିକାଶ ପରିଷଦ ପକ୍ଷରୁ ପ୍ରତିଯୋଗୀତା


ସମ୍ବଲପୁର, ୨୨, ସେପ୍େଟମ୍ବର (ହି.ସ.) - ଭାରତ ବିକାଶ ପରିଷଦ, ହୀରାକୁଦ ଶାଖା ତରଫରୁ ଆୟୋଜିତ ଭାରତ କୁ ଜାଣନ୍ତୁ ଓ ଜାତୀୟ ବୃନ୍ଦଗାନ ଲିଖିତ ପ୍ରତିଯୋଗିତା ରେ ବିଭିନ୍ନ ସ୍କୁଲ ର ୧୧୮୦ ଜଣ ରୁ ୧୬ ଜଣ ଶାଖା ସ୍ତରୀୟ ୨୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର ମୁଖ୍ୟ ଅତିଥି, ହିଣ୍ଡାଲକୋ ର ସିଏସଆର ମୁଖ୍ୟ ଆନନ୍ଦ ଚକ୍ରବର୍କ୍ଷୀ ଓ ପର୍ଯ୍ୟବେକ୍ଷକ, ଡ. ନରେନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ସଭ୍ୟ, ବିରେନ୍ଦ୍ର ପାଣିଗ୍ରାହୀ ପରିଚାଳନା କ୍ରମେ ହୀରାକୁଦ ଶାଖା ସଂଯୋଜକ ସରୋଜ କୁମାର ଆଚାର୍ଯ୍ୟ ପରିଷଦ ର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ । ଡ଼.ନରେନ୍ଦ୍ର ବେହେରା ଭାରତୀୟ ସଂସ୍କୃତି ଓ ପରମ୍ପରାର ବିକାଶ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଦିବାକର ମହାନନ୍ଦ, ରେଶ୍ମା ଶ୍ରୀକୁମାର ପ୍ରତିଯୋଗୀତା ର ମୂଲ୍ୟାଙ୍କନ କରିଥିବା ବେଳେ ବ୍ରହ୍ମାନନ୍ଦ ସାହୁ ଫଳାଫଳ ଘୋଷଣି କରିଥିଲେ । ପ୍ରଥମ ହୋଇଥିବା ପ୍ରତିଯୋଗୀଙ୍କୁ ପ୍ରାନ୍ତ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବା ପାଇଁ ଉତ୍ସାହିତ କରାଯାଇଥିଲା । ଶାଖାର ସମ୍ପାଦକ ହିମାଂଶୁ ହୋତା, କୋଷାଧ୍ୟକ୍ଷ ଅନୁପ ସାହୁ, ମହିଳା ସହଭାଗିତା ପ୍ରମୁଖ ଶୁଭଶ୍ରୀ ପୃଷ୍ଟି, ସେବା ପ୍ରମୁଖ ମନୋହର ସିଂହ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ କୌଶିକ ଚୌଧୁରୀ ହୀରାକୁଦର ଅନେକ ବରିଷ୍ଠ ନାଗରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande