ନବାଗତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
Bhubaneswar, 22 ସେପ୍ଟେମ୍ବର (ହି.ସ.) ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିଚାଳିତ ଯୁକ୍ତ ଦୁଇ ବିଦ୍ୟାଳୟ ଇନଷ୍ଟିଚ୍ୟୁଟ୍ ଅଫ୍ ହାୟର ସେକେଣ୍ଡାରୀ ଏଡୁକେସନ୍ (ଆଇଏଚଏସସି) ପରିସରରେ ନବାଗତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ, ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ଅଧ
ନବାଗତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ


Bhubaneswar, 22 ସେପ୍ଟେମ୍ବର (ହି.ସ.)

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିଚାଳିତ ଯୁକ୍ତ ଦୁଇ ବିଦ୍ୟାଳୟ ଇନଷ୍ଟିଚ୍ୟୁଟ୍ ଅଫ୍ ହାୟର ସେକେଣ୍ଡାରୀ ଏଡୁକେସନ୍ (ଆଇଏଚଏସସି) ପରିସରରେ ନବାଗତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ, ଆୟୋଜିତ ହୋଇଯାଇଛି ।

ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଆଶାବରୀ ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ଅବସରରେ ଅଧ୍ୟକ୍ଷା ଓ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ କଲେଜ ଜୀବନ ହେଉଛି ଜୀବନର ସୁବର୍ଣ୍ଣ ସମୟ । ଏହି ସମୟକୁ ପାଠପଢ଼ା ସହ ଶୃଙ୍ଖଳା ଓ ସଂସ୍କାର ସହିତ ବିତାଇଲେ ଭବିଷ୍ୟତ ଉଜ୍ଜ୍ୱଳ ହେବ ।

ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଦେଶର କୋଣ ଅନୁକୋଣ ଓ ବିଦେଶରୁ ମଧ୍ୟ ସେମାନଙ୍କର ବାର୍ତା ଅନଲାଇନ ମାଧ୍ୟମରେ ପଠାଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଉତ୍ସବରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକାଦଶ ଶ୍ରେଣୀର ନବାଗତଙ୍କୁ ଫୁଲ ଓ ଚନ୍ଦନ ଲଗାଇ ଓ ଉପହାର ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପାଧ୍ୟକ୍ଷା, ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ନନ୍ଦିତା ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande