ସେବା ସଂକଳ୍ପ ଅଭିଯାନରେ ରକ୍ତଦାନ ଶିବିର, ୩୫ ୟୁନିଟ୍ ସଂଗୃହୀତ
ମାଲକାନଗିରି,୨୨ ସେପ୍େଟମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ଆୟୋଜିତ ସେବା ସଂକଳ୍ପ ଅଭିଯାନ ଅବସରରେ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ମୋଟ ୩୫
ସେବା ସଂକଳ୍ପ ଅଭିଯାନରେ ରକ୍ତଦାନ ଶିବିର, ୩୫ ୟୁନିଟ୍ ସଂଗୃହୀତ


ମାଲକାନଗିରି,୨୨ ସେପ୍େଟମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ଆୟୋଜିତ ସେବା ସଂକଳ୍ପ ଅଭିଯାନ ଅବସରରେ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମକୁ କାଲିମେଳା ବିଡିଓ ପ୍ରଦୀପ କୁମାର କର, ବିଜେପି ଜିଲ୍ଲା ଉପ-ସଭାପତି ଭବାନୀ ଶଙ୍କର ମୁଖାର୍ଜୀ ଏବଂ କାଲିମେଳା ବିଧାୟକଙ୍କ ପ୍ରତିନିଧି ହରବିଲାସ ମଣ୍ଡଳ ମିଳିତ ଭାବେ ଉଦ୍ଘାଟନ କରିଥିଲେ । ରକ୍ତଦାନ ମହତ ଦାନ ଏବଂ ଏହା ଦ୍ୱାରା ବହୁ ଅସହାୟ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଦୀନବନ୍ଧୁ ମହାନନ୍ଦଙ୍କ ତତ୍ୱାବଧାନରେ ଶିବିରର ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ମନ୍ମଥ ବିଶ୍ୱାସ, ରବୀନ୍ଦ୍ର ମଣ୍ଡଳ, ପବିତ୍ର ସରକାରଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତା ଓ ସ୍ଥାନୀୟ ଯୁବକମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ ।

----------------

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande