ବଳରାମପୁର ଉଚ୍ଚ ବିଦ୍ୟାଳୟରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ
ଭୁବନ, ୨୨ ସେପ୍ଟେମ୍ବର (ହି.ସ.)- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ବଳରାମପୁର ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ଯୁବ କେନ୍ଦ୍ର, ଜଷ୍ଟ ରାଇଟ ଫର୍ ଚିଲ୍ଡରେନ୍ ପ୍ରକଳ୍ପ ତରଫରୁ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଶ୍ୱ ଯୁବ କେନ୍ଦ୍ରର କାଉନସେଲର ମନସ୍ମ
ଶପଥ ପାଠ


ସଚେତନତା କାର୍ଯ୍ୟକ୍ରମ


ଭୁବନ, ୨୨ ସେପ୍ଟେମ୍ବର (ହି.ସ.)- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ବଳରାମପୁର ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ଯୁବ କେନ୍ଦ୍ର, ଜଷ୍ଟ ରାଇଟ ଫର୍ ଚିଲ୍ଡରେନ୍ ପ୍ରକଳ୍ପ ତରଫରୁ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଶ୍ୱ ଯୁବ କେନ୍ଦ୍ରର କାଉନସେଲର ମନସ୍ମିତା ନାୟକ ସ୍ୱାଗତ ଭାଷଣ ଦେଇ ବାଲ୍ୟ ବିବାହ ନିଷେଧ ଆଇନ ବିଷୟରେ ଆଲୋଚନା କରି ବାଲ୍ୟ ବିବାହ ପାଇଁ ଝିଅ ଉପରେ ପଡୁଥିବା ଶାରୀରିକ, ମାନସିକ ତଥା ଆର୍ଥିକ ଚାପ ଶିକ୍ଷା ତଥା ଆତ୍ମ ନିର୍ଭରଶୀଳତା ଅଭାବ ସାମାଜିକ କୁପରିଣାମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ବିଶ୍ୱ ଯୁବ କେନ୍ଦ୍ରର ଏହି ସଚେତନତା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।

ବାଲ୍ୟ ବିବାହ ରୋକିବା ସହ ଶିଶୁ ମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ନାମ ଲେଖାଇବା ଓ ସଚେତନତା ଅଭିଯାନ ଆୟୋଜନ କରାଯାଇଛି। ବିଦ୍ୟାଳୟରୁ ବାହାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମଲେଖା ଓ ନିୟମିତ ଉପସ୍ଥାନ ନିଶ୍ଚିତ କରିବା ପାଇଁ ବିଶ୍ବ ଯୁବ କେନ୍ଦ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହିଯୋଗ ନିଆଯାଉଛି । ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ନର୍ଯାତନା ଉପରେ ଆଲୋଚନା କରାଯାଇଥିଲା। ଶେଷରେ ବାଲ୍ୟ ବିବାହ ବନ୍ଦ ପାଇଁ ଶପଥ ପାଠ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande