କୋରାପୁଟ ଜିଲ୍ଲା ରେ ୨ ଦିନ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ
ଜୟପୁର, ୨୨ ସେପ୍ଟେମ୍ବର (ହି.ସ.) - କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା । ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି, କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଜିଲ୍ଲାର ସମସ୍ତ ବିଦ୍ୟ
ଦୁଇ ଦିନ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ


ଜୟପୁର, ୨୨ ସେପ୍ଟେମ୍ବର (ହି.ସ.) - କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା । ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି, କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଜିଲ୍ଲାର ବିଭିନ୍ନ ଅଂଚଳରେ ଲଗାତାର ବର୍ଷା ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀଙ୍କ ଯାତାୟାତ କଷ୍ଟକର ଓ ଅସୁରକ୍ଷିତ ହୋଇପଡ଼ିଛି। କୌଣସି ଅଘଟଣକୁ ଏଡ଼ାଇବା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ବର୍ଗର ବିଦ୍ୟାଳୟ ସେପ୍େଟମ୍ବର ୨୩ ଓ ୨୪ ତାରିଖରେ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ତଥାପି, ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ନିୟମିତ ଭାବେ ନିଜ ନିଜ ଅନୁଷ୍ଠାନକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶାବଳୀର ଉଲ୍ଲଂଘନ କଲେ ତାହାକୁ ଗୁରୁତର ସହ ବିଚାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଇଏମଡି ପକ୍ଷରୁ ୨୦୨୬ ମସିହା ସେପ୍ଟେମ୍ବର ୨୨ ରୁ ୨୪ ତାରିଖ ମଧ୍ୟରେ କୋରାପୁଟ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ, ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପୂର୍ବ ଅନୁମତି ବିନା ନିଜ ନିଜ ମୁଖ୍ୟାଳୟ ଛାଡ଼ି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହା ସେପ୍େଟମ୍ବର ୨୩ ଓ ୨୪ ମଧ୍ୟରେ ଘନୀଭୂତ ହୋଇ ଏକ ଡିପ୍ରେସନ୍‌' ଅବପାତ ରୂପ ନେବାର ସମ୍ଭାବନା ରହିଛି।

ଏହି ପାଣିପାଗ ପ୍ରଣାଳୀ ଯୋଗୁଁ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଏହି ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସେପ୍େଟମ୍ବର ୨୫ ତାରିଖ ପର୍ଯ୍ୟନ୍ତ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ନ ଯିବାକୁ ମଧ୍ୟ କୁହାଯାଇଛି।

ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ ଏହି ନିର୍ଦ୍ଦେଶର ଉଲ୍ଲଂଘନ କଲେ ତାହାକୁ ଗୁରୁତର ସହ ବିଚାର କରାଯିବ। ସମ୍ଭାବ୍ୟ ପ୍ରବଳ ବର୍ଷା ଯୋଗୁଁ ଉପୁଜିପାରୁଥିବା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ରହିବାକୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଗତ ୨୪ ଘଂଟା ଭିତରେ ଜୟପୁର ରେ ୧୦୪ ମିମି, ସେମିଲିଗୁଡା ରେ ୧୮୦ ମିମି, ନନ୍ଦପୁର ରେ ୧୧୦ ମିମି, କୋରାପୁଟ ରେ ୮୨ ମିମି, ବୈପାରୀଗୁଡାରେ ୬୬ ମିମି ରେକର୍ଡ କରାଯାଇଛି କ୍ଷ ଆଜି ଜୟପୁର ରେ ପ୍ରବଳ ବର୍ଷାରେ ବେହାଲ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande