
କୋରାଇ, ୨୨ ସେପ୍ଟେମ୍ବର(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତ ମହମ୍ମଦ ଜମାଳପୁର ଗ୍ରାମର ବିକ୍ରମ ନାୟକଙ୍କ ଘରୁ ଚୋରି ହେବା ନେଇ ଥାନାରେ ଅଭିଯୋଗ ପରେ ମାମଲା ୩୩୯/୨୬ରୁଜ୍ଜୁ ହେବାସହ ତଦନ୍ତ ଜାରି ରହିଛି। ପ୍ରକାଶ ଯେ ଅଭିଯୋଗ ମୁତାବକ ବିକ୍ରମଙ୍କ ଅନୁପସ୍ଥିତିରେ ୧୮ ତାରିଖ ରାତ୍ରୀରେ କେହି ଦୃର୍ବୃତ ତାଙ୍କ ଘର ପଛ ବାଟେ ଶୟନ କକ୍ଷରେ ପ୍ରବେଶ କରି ନଗଦ ୨୦ହଜାର ଟଙ୍କା, ସୁନା ଚେନ୍, ସୁନା ବ୍ରେସଲେଟ ସୁନା କାନଫୁଲ ଓ ଲିକଭିଜନ ସିସିଟିଭି ଚୋରି କରିନେଇଛି। ୨୧ ତାରିଖ ବିକର ଭୁବନେଶ୍ୱରରୁ ଫେରି ଦେଖିବା ବେଳକୁ ଚୋରି ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି