ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର କୋରାପୁଟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ: ଅ୍ୱସ୍ଥା ଓ ବ୍ୟବସ୍ଥାର ପରିବର୍ତନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ନିଷ୍ପତି
ଜୟପୁର, ୨୨ ସେପ୍ଟେମ୍ବର (ହି.ସ.) - ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର କୋରାପୁଟ ଜିଲ୍ଲା ପରିଷଦ ବୈଠକ ଆଜି ଶ୍ରମିକ ଭବନ ଠାରେ, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବନେତା କୁମର ଜାନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାଶ କାର୍ଯ୍ୟ ବିବରଣୀ ଉପସ୍ଥାପନ କରିଥିଲେ। ଏ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର କୋରାପୁଟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ: ଅଵସ୍ଥା ଓ ବ୍ୟବସ୍ଥାର ପରିବର୍ତ୍ତନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ନିଷ୍ପତ୍ତି।


ଜୟପୁର, ୨୨ ସେପ୍ଟେମ୍ବର (ହି.ସ.) - ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର କୋରାପୁଟ ଜିଲ୍ଲା ପରିଷଦ ବୈଠକ ଆଜି ଶ୍ରମିକ ଭବନ ଠାରେ, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବନେତା କୁମର ଜାନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାଶ କାର୍ଯ୍ୟ ବିବରଣୀ ଉପସ୍ଥାପନ କରିଥିଲେ। ଏହି ବୈଠକରେ ସିପିଆଇ ଜାତୀୟ ପରିଷଦ ସଦସ୍ୟ ତଥା ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ ଉଦବୋଧନ ଦେଇ ଦେଶରେ ସାମ୍ପ୍ରଦାୟିକ ଏକଛତ୍ର୍ୱାଦୀ ଶୋଷଣ, ଅତ୍ୟାଚାର ର ଅ୍ୱସ୍ଥା ଏବଂ ବ୍ୟବସ୍ଥାର ପରିବର୍ତନ ପର୍ଯ୍ୟନ୍ତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପରିବର୍ତନ ଜରୁରୀ ଅଭିଯାନ ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଅଛି। ଦରବୃଦ୍ଧି ବନ୍ଦ କର, ଭୁଲ ପାଠ୍ୟପୁସ୍ତକ ପ୍ରକାଶନ କରି ଆମ ସମାଜର ଭବିଷ୍ୟତ ଉତରାଧିକାରୀଙ୍କୁ ମୁର୍ଖ କରାଇବାର ଷଡ଼ଯନ୍ତ୍ର ଘଟଣାରେ ଉତର ଦାୟିତ୍ୱ ବହନ କରି ଓଡିଶା ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅ, ସମସ୍ତ ସରକାରୀ ସ୍କୁଲ, କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପଦବୀ ପୂରଣ କର, ଶିକ୍ଷା ସଂକୋଚନକାରୀ ଜାତୀୟ ଶିକ୍ଷା ନୀତି-୨୦୨୦ ବାତିଲ କର, ଓଡ଼ିଶାର ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ନ୍ୟାୟ ସଂଗୀତ ଦାବି ପୂରଣ କର, ସରକାରୀ ଓ ବେସରକାରୀ ସମସ୍ତ ସଂସ୍ଥାରେ ଖାଲି ପଡିଥିବା ସମସ୍ତ ପଦ୍ୱୀ ପୂରଣ କର, ସମସ୍ତ କର୍ମକ୍ଷମ ବେରୋଜଗାର ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ଓ ରୋଜଗାର ଦିଅ, ଖଣି ଓ ଖଣିଜ ବିକାଶ ବିନିୟମ ସଂଶୋଧନ ଆଇନ -୨୦୨୬ ରଦ୍ଦ କର, ଶ୍ରମିକ ବିରୋଧୀ ୪ ଟି ଶ୍ରମକୋଡ୍ ରଦ୍ଦ କର, ବି.ଭି.ଜି. ରାମଜି ରଦ୍ଦ କରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପୁନଃ ପ୍ରଣୟନ କରି ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ହାରରେ ବାର୍ଷିକ ସର୍ବନିମ୍ନ ୨ଶହ ଦିନର କାମ ଦିଅ ନଚେତ ୍େୱରୋଜଗାରୀ ଭତା ଦିଅ, ଇଭିଏମ୍ ପରିବର୍ତେ ବାଲଟ ପେପର ରେ ଭୋଟଦାନ ସୁନିଶ୍ଚିତ କରି ଗଣତନ୍ତ୍ର ର ସୁରକ୍ଷା କର, ବିଧାନସଭା ଓ ସଂସଦରେ ମହିଳା ସଂରକ୍ଷଣ ଆଇନ ଅବିଳମ୍ବେ କାର୍ଯ୍ୟକାରୀ କର, ଆମେରିକା ର ଉପନିବେଶବାଦୀ ଚୁକ୍ତି ରଦ୍ଦ କରି ଭାରତର ସ୍ୱାଧୀନ ନୀରପେକ୍ଷ ବୈଦେଶିକ ନୀତି ପୁନ୍ୱର୍ାହାଲ କର, ବିକାଶ ନାମରେ ବିସ୍ଥାପନ ବନ୍ଦ କର, ମହିଳା, ଆଦିବାସୀ, ସଂଖ୍ୟାଲଘୁ ଓ ଦଳିତଙ୍କ ପ୍ରତି ଚାଲିଥିବା ଘୃଣା,ହିଂସା ଓ ନିର୍ଯ୍ୟାତନା ବନ୍ଦ କର, ରାଷ୍ଟ୍ରାୟତ ଶିଳ୍ପ, ବ୍ୟାଙ୍କ,ଭୀମା ଭଳି ସଂସ୍ଥାର ଘରୋଇକରଣ ବନ୍ଦ କର, ସ୍କିମ୍ ୱାର୍କରଙ୍କୁ ୱାର୍କର ମାନ୍ୟତା ପ୍ରଦାନ କର, ଶ୍ରମିକ କର୍ମଚାରୀଙ୍କ ମାସିକ ସର୍ବନିମ୍ନ ମଜୁରୀ ୪୦ ହଜାର ଟଙ୍କା ପ୍ରଦାନ କର, ବିଦ୍ୟୁତ ଘରୋଇକରଣ ବନ୍ଦ କର ରଇତ୍ୟାଦି ଦାବି ନେଇ ପରିବର୍ତନ ଜରୁରୀ ଅଭିଯାନ ପଦଯାତ୍ରା ରାଜ୍ୟ ବ୍ୟାପୀ ପ୍ରତି ଗାଆଁ ରେ ଜନସମ୍ପର୍କ ଓ ଜନଜାଗରଣ ପଦଯାତ୍ରା ଅକ୍ଟୋବର ୧୫ ମଧ୍ୟରେ ସଂଗଠିତ କରି୍ୱାକୁ ଆହ୍ୱାନ ଦେଇଥିଲେ। ଏହି ଦାବି ନେଇ ଡିସେମ୍ବର ୧,୨ ଓ ୩ ରେ କୋରାପୁଟ ଜିଲ୍ଲାସ୍ତରୀୟ ଆଇନ ଅମାନ୍ୟ ଆନ୍ଦୋଳନ କରି ହଜାର ହଜାର ସିପିଆଇ ସଭ୍ୟ ଓ ସମର୍ଥକ ଜେଲ ଭରୋ କରାଇବେ। ଏହା ପୁର୍ବରୁ ୨୫ ସେପ୍େଟମ୍ବର ଅଖିଳ ଭାରତ ଛାତ୍ର ସଂଘ ଓ ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ଆହୁତ ଓଡ଼ିଶା ବିଧାନସଭା ସମ୍ମୁଖରେ ବିକ୍ଷୋଭରେ କୋରାପୁଟ ଜିଲ୍ଲାରୁ ଅନ୍ୟୁନ ଶହେ ଯୁବ ଛାତ୍ର ଯୋଗ ଦେବେ, ସେପ୍େଟମ୍ବର ୨୯ରେ ଏମଏମଡିଆର ସଂଶୋଧନ ଆଇନ -୨୦୨୬ ରଦ୍ଦ ଦାବିରେ ଓଘଊଓଇ ବ୍ଲକ ଦଳମାନଙ୍କ ପକ୍ଷରୁ ବିଧାନସଭା ସମ୍ମୁଖରେ ମିଳିତ ବିକ୍ଷୋଭ ରେ କୋରାପୁଟ ଜିଲ୍ଲାରୁ ଅନ୍ୟୁନ ୩ଶହ ସାଥୀ ସମର୍ଥକ ଯୋଗ ଦେବାକୁ ସ୍ଥିର ହୋଇଅଛି, ଅକ୍ଟୋବର -୨ ଗାନ୍ଧୀ ଜୟନ୍ତୀରେ ସଦଭାବନା ଦିବସ ପ୍ରତି ଜୋନରେ ପାଳନ କରାଯିବ, ନଭେମ୍ବର -୭ ବିପ୍ଳବ ଦିବସ ଜିଲ୍ଲା ସ୍ତରରେ ପାଳନ କରାଯାଇ ସ୍ୱାଧୀନତା ଆନ୍ଦୋଳନରେ, ସ୍ୱାଧୀନୋତର ଦେଶରେ ଭାରତୀ କମ୍ୟୁନିଷ୍ଟ ପାର୍ଟି ଓ ସମ୍ପ୍ରତି ପରିବର୍ତନ ଜରୁରୀ ଅଭିଯାନକୁ ଆହୁରି ତେଜିୟାନ କରିବା ପାଇଁ ସଂକଳ୍ପ ନିଆଯିବ। ନଭେମ୍ବର ମାସ ବ୍ୟାପୀ ବ୍ରାଂଚ ସମ୍ମିଳନୀ ଓ ସଭ୍ୟପଦ ନବୀକରଣକୁ ତ୍ୱରାନ୍ୱିତ କରାଯିବ। କୋରାପୁଟ ଜିଲ୍ଲାରେ ଅକ୍ଟୋବର ପ୍ରଥମ ସପ୍ତାହ ମଧ୍ୟରେ ନୂଆ ଦୁନିଆ ସାପ୍ତାହିକ ସମାଚାର ପତ୍ରିକାର ଆଜୀ୍ୱନ ଗ୍ରାହକ ସଂଗ୍ରହ କରାଯିବ। ଏହି ବୈଠକରେ କୋରାପୁଟ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରମୋଦ କୁମାର ମହାନ୍ତି, ପୁର୍ବତନ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ ନନ୍ଦ ହରିଜନ, ବଳିଭଦ୍ର ଭୋଇ, ଲକ୍ଷ୍ମୀନାରାୟଣ ସାହୁ, ଧ୍ରୁବ ଚରଣ ସାହୁ, ପ୍ରକାଶ ମେଲା, ନକୁଳ ମଣିଆକା ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ବୈଠକ ଆରମ୍ଭରେ ଦିବଙ୍ଗତ ଶିକ୍ଷକ ମହାସଂଘ ନେତା ପୀତବାସ ବେହୁରା, କଣ୍ଠ ଶିଳ୍ପୀ ପ୍ରଣବ ପଟ୍ଟନାୟକ, ଆସାମ, ବିହାର, ମଧ୍ୟପ୍ରଦେଶ ବନ୍ୟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande