
ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ରାଜ୍ୟରେ ଡିଜିପି ନିଯୁକ୍ତି ନେଇ ରାଜ୍ୟ ସରକାର ନାଁ ସୁପାରିସ୍ ରେ କୌଣସି ଅନିୟମିତତା କରି ନାହାନ୍ତି ବୋଲି ଏଜି ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଏଜି କହିଛନ୍ତି ଯେ ପ୍ରକାଶ ସିଂ ରାୟ ଆଧାରରେ ରାଜ୍ୟ ସରକାର ନାଁ ସୁପାରିସ୍ କରିଛନ୍ତି। ରାଜ୍ୟ ସରକାର ୧୧ ଜଣିଆ ବରିଷ୍ଠ ଅଧିକାରୀଙ୍କ ତାଲିକା ଦେଇଥିଲେ। ସେମାନଙ୍କ ଭିତରୁ ଜଣଙ୍କ ନାଁରେ ସିବିଆଇ ତଦନ୍ତ କରିପାରେ ବୋଲି ସୂଚନା ଆସିଲା। ତେଣୁ ଜଣଙ୍କ ନାଁକୁ ରାଜ୍ୟ ସରକାର ବାଦ ଦେଲେ, ଆଉ କିଛି ବଦଳିନି। ସମ୍ପୃକ୍ତ ଅଧିକାରୀ କେଉଁ ଆଧାରରେ ପିଟିସନ୍ କରିଛନ୍ତି ମୁଁ ଜାଣିନି। ମାମଲା ବିଚାରାଧୀନ ଥିବାରୁ ଏନେଇ ବିଶେଷ କିଛି ପ୍ରକାଶ କରି ହେବନି। କେତେ ଜଣଙ୍କ ନାଁ ୟୁପିଏସସିକୁ ପଠାଯିବ ତାହା ସୁପ୍ରିମକୋର୍ଟ କହି ନାହାନ୍ତି। ୟୁପିଏସସ ସରକାର ପଠାଇଥିବା ନାଁରୁ ୩ ଜଣଙ୍କ ନାଁ ଡିଜିପି ପାଇଁ ପଠାଇବ। ସେହି ୩ ଜଣଙ୍କ ମଧ୍ୟରୁ ରାଜ୍ୟ ସରକାର କାହାକୁ ଡିଜିପି କରିବେ ତାହା ସମ୍ପୂର୍ଣ୍ଣ ସରକାରଙ୍କ ଉପରେ ନିର୍ଭର କରେ। ଯେଉଁମାନେ ଭାବୁଛନ୍ତି ସରକାର ୟୁପିଏସସି କୁ ୩ଟି ନାଁ ଦେବା କଥା, ତାହା ଭୁଲ। ଆଜି ସର୍ବୋଚ୍ଚ କୋର୍ଟରେ ଶୁଣାଣି ହୋଇଛି, ପୁଣି କାଲି ବି ଶୁଣାଣି ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା