ଧାମରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ୮ ପଂଚାୟତରେ ୮୦ହଜାରରୁ ଅଧିକ ଲୋକ ବାସ କରୁଛନ୍ତି। ଧାମରାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଏହି ଲୋକ ମାନେ ସାଧାରଣ ଚିକିତ୍ସା ସୁବିଧା ପାଇଁ ନିର୍ଭର କରି ଆସୁଛନ୍ତି। ମାତ୍ର ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ସକାଳ
DHAMARA - CHIEF MINISTER  NKU DABIPATRA


ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ୮ ପଂଚାୟତରେ ୮୦ହଜାରରୁ ଅଧିକ ଲୋକ ବାସ କରୁଛନ୍ତି। ଧାମରାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଏହି ଲୋକ ମାନେ ସାଧାରଣ ଚିକିତ୍ସା ସୁବିଧା ପାଇଁ ନିର୍ଭର କରି ଆସୁଛନ୍ତି। ମାତ୍ର ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ସକାଳ ସକାଳ୧୦ଟାରୁ ଅପରାହ୍ଣ ୧ ଏବଂ ପରେ ଅପରାହ୍ଣ୪ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଧାମରା ବନ୍ଦରର ହଜାର ହଜାର କର୍ମଚାରୀ ମାନେ ନିର୍ଭର କରି ଆସୁଛନ୍ତି ମାତ୍ର ଦୁଃଖ ଏବଂ ଅନୁଶୋଚନା ର ବିଷୟ ଏହିକିଯେ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ଏମବିବିଏସ ଡାକ୍ତର ନିଯୁକ୍ତି ପାଇ ପାରିନାହାନ୍ତି ଏଥିସହ ବିଭିନ୍ନ ସମୟରେ ବହୁ ଦୁର୍ଘଟଣାରେ ସମ୍ମୁଖୀନ ହେଉଥିବା ରୋଗୀ ଏବଂ ପ୍ରସୂତୀ ମାନଙ୍କୁ ଏଠାରୁ ୫୦କି.ମି ଦୂର ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ମଧ୍ୟ ପଡୁଛି ଫଳରେ ବହୁ ସମୟରେ ଏହି ରୋଗୀ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି। ଏହାର ନିରାକରଣ ପାଇ ଧାମରା ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ) କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ସହ ନୂତନ ଭାବେ ୨ଜଣ ଏମବିବିଏସ ଡାକ୍ତର, ପରିଚାଳକ ଏବଂ ଅନ୍ୟାନ୍ୟ ଫାଙ୍କା ପଡିଥିବା ପଦବୀ ଗୁଡିକ ପୂରଣ ପାଇଁ ଧାମରାଇ ମଣ୍ଡଳର ସଭାପତି ତ୍ରିଦିବେଶ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଏଥିସହ ଏହି ଦାବୀପତ୍ରର ଅବିକଳ ନକଲ ରାଜ୍ୟ ବିଜେପି ସଭାପତି, ସ୍ୱାସ୍ଥ୍ୟ ଶଚିବ , ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଭଦ୍ରକ ସାଂସଦଙ୍କ ଅବଗତି ନିମନ୍ତେ ପ୍ରଦାନ କରିଛନ୍ତି। ତୁରନ୍ତ ଏହି ସେବା ଯୋଗାଇ ଦିଆଗଲେ ଅକାଳରେ ମୃତ୍ୟୁ ବରଣ କରୁଥିବା ରୋଗୀଙ୍କ ମୁଲ୍ୟବାନ ଜୀବନ ବଂଚି ଯାଇ ପାରନ୍ତା ବୋଲି ଅଂଚଳବାସୀ ଦାବୀ ଜଣାଇଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande