କାର ଆଇଚର ଦୁର୍ଘଟଣାରେ ଗୁରୁତର ଆହତ ଡାକ୍ତରଙ୍କ ମୃତ୍ୟୁ, ଅନ୍ୟ ଦୁଇ ଗୁରୁତର ଚିକତ୍ସିତ
କୋରାଇ, ୨୨ ସେପ୍ଟେମ୍ବର(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସଠିପୁର ପଥପ୍ରାଥ ନିକଟରେ ସୋମବାର ବିଳମ୍ବିତ ରାତ୍ରୀରେ କାର ପଛରୁ ଆଇଚର ଧକ୍କା ଦେବାରୁ ୩ ଗୁରୁତର ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଯାଜପୂର ମୁଖ୍ୟ ଚିକତ୍ସାଳୟକୁ ପଠା
କାର ଆଇଚର ଦୁର୍ଘଟଣାରେ ଗୁରୁତର ଆହତ ଡାକ୍ତରଙ୍କ ମୃତ୍ୟୁ, ଅନ୍ୟ ଦୁଇ ଗୁରୁତର ଚିକତ୍ସିତ


କୋରାଇ, ୨୨ ସେପ୍ଟେମ୍ବର(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସଠିପୁର ପଥପ୍ରାଥ ନିକଟରେ ସୋମବାର ବିଳମ୍ବିତ ରାତ୍ରୀରେ କାର ପଛରୁ ଆଇଚର ଧକ୍କା ଦେବାରୁ ୩ ଗୁରୁତର ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଯାଜପୂର ମୁଖ୍ୟ ଚିକତ୍ସାଳୟକୁ ପଠାଯାଇଥିଲା । ହେଲେ ଡାକ୍ତର ସେଠାରେ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପ୍ରକାଶଯେ ଭଦ୍ରକରୁ ଜଣେ ଆର୍ୟୁବେଦିକ ଡାକ୍ତର ମଦନ ମୋହନ ଦାସ ତାଙ୍କ ପତ୍ନୀ ଓ ଚାଳକକୁ ଧରି ଏକ ୱାଗନର କାର(ଓଡି ୦୨ସିଡି୭୦୧୫)ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ସଠିପୁର ନିକଟରେ ଗାଡିଟି ଖରାପ ହେବାରୁ ଚାଳକ ଗାଡି ଅଟକାଇ ମରାମତି କରୁଥିଲା । ସେହି ସମୟରେ ଡାକ୍ତର ମଦନ ଛତାଧରି ଛିଡା ହୋଇଥିଲେ । ଏକ ଆଇଚର ଟ୍ରକ(ଓଡି୦୨ଡିଏମ୭୦୬୧)ପଛ ପଟୁ ଆସି ତାକୁ ଧକ୍କା ଦେଇଥିଲା । ଫଳରେ ଚାଳକ ସମେତ କାରରେ ଥିବା ତିନିଜଶ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳେ ପାଣିକୋଇଲି ପୁଲିସ ଓ ରାଜପଥ ପେଟ୍ରୋଲିଂଗ ଗାଡି ପହଂଚି ଆହତ ୩ଜଣଙ୍କୁ ରାଜପଥ ଆମ୍ବୁଲାନ୍ସ ଓ ୧୦୮ ଯୋଗେ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଇଥିଲା। ଗାଡି ଦୁଇଟି ଜବତ ସହ ଏନେଇ ଏକ ମାମଲା ରୁଜ୍ଜୁ କରାଯାଇ ଡାକ୍ତର ମଦନଙ୍କ ଶବ ବ୍ୟବଚ୍ଛ୍ୟେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି । ତାଙ୍କ ପତ୍ନୀ ଓ ଚାଳକ ଚିକତ୍ସାଧିନ ଅଛନ୍ତି ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande