ଜିପିଡିପିରେ ଶିଶୁ ସୁରକ୍ଷାକୁ ସାମିଲ ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ କାର୍ଯ୍ୟକ୍ରମ
ଖୋର୍ଦ୍ଧା, ୨୨ ସେପ୍ଟେମ୍ବର (ହି.ସ.) - ଶିଶୁମାନଙ୍କ ଅକାର, ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରି ମଗ୍ରିକ ବିକାଶକୁ ଗ୍ରାମ ପଂଚାୟତ ବିକାଶ ଯୋଜନା (ଜିପିଡିପି)ରେ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ‘ଶିଶୁଙ୍କ ପାଇଁ ଦିନଟିଏ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋ
Childprotect


ଖୋର୍ଦ୍ଧା, ୨୨ ସେପ୍ଟେମ୍ବର (ହି.ସ.) - ଶିଶୁମାନଙ୍କ ଅକାର, ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରି ମଗ୍ରିକ ବିକାଶକୁ ଗ୍ରାମ ପଂଚାୟତ ବିକାଶ ଯୋଜନା (ଜିପିଡିପି)ରେ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ‘ଶିଶୁଙ୍କ ପାଇଁ ଦିନଟିଏ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିପିଡିପିରେ ଶିଶୁ ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ଭାଷଣ ପ୍ରଦାନ କରିଥିଲେ ଓ କାର୍ଯ୍ୟକ୍ରମରେ ଅତିଥିଭାବେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା କାନ୍ତା ମହାନ୍ତି, ଜିଲ୍ଲାସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଶ୍ରମ ଅଧିକାରୀ ପ୍ରଭାକର ବିଶ୍ୱାଳ, ରୁଚିକା ସାମାଜିକ ସଂଗଠନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ବେଣୁଧର ସେନାପତି, ଅରୁଣା ସାମାଜିକ ଅନୁଷ୍ଠାନର ବରିଷ୍ଠ ଉପଦେଶ ତଥା ଖୋର୍ଦ୍ଧାର ପୂର୍ବତନ ଉପ-ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏବଂ ସମ୍ପାଦକ ଲୋକନାଥ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ଶିଶୁମାନଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସାମଗ୍ରିକ ବିକାଶ ସମ୍ବନ୍ଧୀୟ ବିଷୟଗୁଡ଼ିକୁ ଏଚଊଚରେ ଯଥାଯଥ ଭାବେ ସାମିଲ କରିବା ଉପରେ ବିସ୍ତୃତ ପରାମର୍ଶ କରାଯାଇଥିଲା ଓ ଶିଶୁ ବିବାହ,ଶିଶୁ ଶ୍ରମ, ଶିଶୁ ନିର୍ଯ୍ୟାତନା ଓ ଅନ୍ୟାନ୍ୟ ଶିଶୁ ସୁରକ୍ଷା ସମସ୍ୟାର ପ୍ରତିରୋଧ ପାଇଁ ପଂଚାୟତସ୍ତରରେ ସମନ୍ୱିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ପରାମର୍ଶ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ, ୱାନ୍ ଷ୍ଟପ୍ ସେଂଟରର କର୍ମଚାରୀ, ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ପୋଲିସ ଅଂଶଗ୍ରହଣକରିଥିଲେ ଓ ସେମାନେ ଶିଶୁ ସୁରକ୍ଷା ଓ ଶିଶୁ-ଅନୁକୂଳ ଗ୍ରାମ ପଂଚାୟତ ଗଠନ ସମ୍ୱନ୍ଧୀୟ ବିଭିନ୍ନ ପରାମର୍ଶ ଗ୍ରହଣ କରିବା ସହ ନିଜ ନିଜ ବିଭାଗର ଭୂମିକା ଓ ଦାୟିତ୍ୱ ନେଇ ମତବିନିମୟ କରିଥିଲେ ଓ ଶିଶୁମାନଙ୍କ ଆବଶ୍ୟକତା ଓ ମତାମତକୁ ସ୍ଥାନୀୟ ବିକାଶ ଯୋଜନାରେ ସାମିଲ କରିବା ସହିତ ଶିଶୁ-ଅନୁକୂଳ ଗ୍ରାମ ପଂଚାୟତ ଗଠନ ଦିଗରେ ବିଭିନ୍ନ ବିଭାଗ ଓ ଅଂଶୀଦାରଙ୍କ ମିଳିତ ପ୍ରୟାସ ଉପରେ ଆଲୋଚନା ହୋଇଥିଲା ଚୂଲା । କାର୍ଯ୍ୟକ୍ରମ କ୍ରମଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ସାମାଜିକ ଅନୁଷ୍ଠାନ “ଅରୁଣା’ର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା ଓ ଶିଶୁ ସୁରକ୍ଷାକୁ ତୃଣମୂଳସ୍ତରରେ ଅଧିକ ସୁଦୃଢ଼ କରିବା, ଶିଶୁମାନ ମାନଙ୍କ ଅଧୂକାରର ରର ସୁରକ୍ଷା ଏବଂ ସେମାନଙ୍କ ପାଇଁ ଏକ ସୁରକ୍ଷିତ, ସୁସ୍ଥ ଓ ଶିଶୁ-ଅନୁକୂଳ ପରିବେଶ ସୃଷ୍ଟି ଦିଗରେ ସମସ୍ତ ବିଭାଗ ଓ ଅଂଶୀଦାରଙ୍କ ସମନ୍ୱିତ ପ୍ରୟାସ ଜାରି ରଖ୍ୱା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଶିଶୁ ସୁରକ୍ଷା ୟୁନିଟର ରଞ୍ଜନ କୁମାର ଗୋଛାୟତ,ରିତାଞ୍ଜାଳୀ ମହାନ୍ତି, ମନସ୍ପିନୀ ମହାପାତ୍ର, ସଚିଦାନନ୍ଦ ସେଠୀ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା ଅଧିକାରୀସୌଦାମିନୀ ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande