ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟରେ ଏଡସ୍ ସଚେତନତା କାର୍ଯ୍ୟକ୍ରମ
HIV AIDS Awerness Program in Baliguda
ଫୋଟ ୨


ଫୋଟ


କନ୍ଧମାଳ, ୨୨ ସେପ୍ଟେମ୍ବର (ହି.ସ.)- ଜାତୀୟ ଏଡସ୍ ନିୟନ୍ତ୍ରଣ ଅନୁଷ୍ଠାନଙ୍କ ଆକଳନ ଅନୁଯାୟୀ ଏଚ୍.ଆଇ.ଭି. ସଂକ୍ରମଣକୁ କମାଇବାକୁ ହେଲେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢାଇବାର ଆବଶ୍ୟକତା ରହିଛି । ଏଥିପାଇଁ ଅଗଷ୍ଟ ୧୨ ତାରିଖ ଠାରୁ ଅକ୍ଟୋବର ମାସ ୧୨ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଇନ୍ଟେସିଫାଏଡ ଆଇ.ସି./ବିସି.ସି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି, ଯାହାକି ଅଧିକ ଜନସାଧାରଣଙ୍କୁ ସଂକ୍ରମଣର ମାଧ୍ୟମ ଜଣାଇ ସେଥିରୁ ସତର୍କ ରହି ସଂକ୍ରମଣକୁ ରୋକିବାରେ ସହାୟକ ହେବା ସହିତ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ର ଉପାୟ ବିଷୟରେ ସୂଚନା ପହଂଚାଇବ । ଏହି ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ଏ.ଡ୍.ସ୍. ନିୟନ୍ତ୍ରଣ ସମିତି, ଭୁବନେଶ୍ୱର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’, କନ୍ଧମାଳଙ୍କ ମିଳିତ ସହଯୋଗରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଯେପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ସଚେତନତା ବାର୍ତା ପହଂଚାଯାଇ ପାରିବ ଏବଂ ଏଚ୍.ଆଇ.ଭି. ସଂକ୍ରମଣକୁ ରୋକାଯାଇ ପାରିବ । କାର୍ଯ୍ୟକ୍ରମରେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣିତା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ସଙ୍କ୍ରମଣକୁ ରୋକିବାକୁ ହେଲେ ଜନ ସଚେତନତା ସହିତ ସଂଯମୀ ଜୀବନଯାପନ ଆବଶ୍ୟକ ବୋଲି କହିଥିଲେ । ତତ୍ସହିତ କିଶୋରି ଗର୍ଭଧାରଣର କୁପରିଣତିକୁ ଉପସ୍ଥାପନା କରି ଏଥିରୁ ନିବୃତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ । ଅନ୍ୟତମ ଅତିଥିଭାବେ ଉପ-ଜିଲ୍ଲା ପୋଲିସ ଅଧିକାରି ଶୁଭମ୍ ଭୋସଲେ କାର୍ଯ୍ୟକ୍ରମରେ ଯୋଗଦେଇ ପସ୍କୋ ଆଇନ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା ବାର୍ତା ଦେଇଥିଲେ । ସଂପାଦକ ହରି ଶଙ୍କର ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ବାଲ୍ୟବିବାହର କୁପରିଣତି ଓ ସେଥିରେ ଥିବା ଦଣ୍ଡବିଧାନ ଉପରେ ଆଲୋଚନା କରିଥିଲେ । ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ବିଭୁତିଭୂଷଣ ଆଚାର୍ଯ୍ୟ ଉପସ୍ଥିତ ରହି ପୋସ୍ ଆଇନ୍ ବିଷୟରେ ଉପସ୍ଥାପନା କରିବା ସହିତ ନିଜ ବିଦ୍ୟାଳୟରେ ମଧ୍ୟ ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ହୋଇଥିବା କଥା ଅବଗତ କରାଇଥିଲେ ।

କାର୍ଯ୍ୟକ୍ରମରେ ବାରଖମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁସ ମେଡିକାଲ ଅଧିକାରି ଡାକ୍ତର କୁନାଲ ଚନ୍ଦ୍ର ରଣସଣ୍ଢ, ସମନ୍ୱିତ ରକ୍ତ ପରିକ୍ଷା କେନ୍ଦ୍ରର ପରାମର୍ଶ ଦାତା ଗିତାଞଳୀ ପଣ୍ଡା ଓ ବାଲିଗୁଡା ବ୍ଲକ୍ ର ଅତିରିକ୍ତ ଗୋଷ୍ଠିଉନ୍ନୟନ ଅଧିକାରି ଉପସ୍ଥିତ ରହି ସଂକ୍ରମଣର ବିଭିନ୍ନ ମାଧ୍ୟମ ଏବଂ ତା'ର ସତର୍କତା ବିଷୟରେ ଜଣାଇବା ସହ ଯୌନ ସଂକ୍ରମଣ, ରୋଗର କାରଣ ଓ ନିରାକରଣର ଉପାୟ ଗୁଡିକୁ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ପ୍ରକଳ୍ପ ତରଫରୁ ବିଶ୍ୱରଞନ କର ଅତିଥି ସ୍ୱାଗତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ତରଫରୁ ସ୍ନେହଲତା ନାୟକ, ସୀତା ରଣା ଓ ଜଳିତା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ରେଡରିବନ୍ କ୍ଲବ୍ ଓ ଯୁବ ରେଡକ୍ରସରେ କାର୍ଯ୍ୟରତ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେବା ସହିତ ବାଲ୍ୟବିବାହ, ନିଶା ନିବାରଣ ଓ ଏଚ୍.ଆଇ.ଭି. ସଂକ୍ରମଣ ରୋକିବା ନେଇ ଏକ ଶପଥ ପାଠ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande